Pratibha Patil: ଡାକ୍ତରଖାନାରେ ଭର୍ତ୍ତି ହେଲେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି
Advertisement
Article Detail0/zeeodisha/odisha2156168

Pratibha Patil: ଡାକ୍ତରଖାନାରେ ଭର୍ତ୍ତି ହେଲେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତୀଭା ପାଟିଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ପୁଣେର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୮୯ ବର୍ଷୀୟ ଶ୍ରୀମତୀ ପାଟିଲ ଛାତିରେ ଯନ୍ତ୍ରଣା ଓ ଅତ୍ୟାଧିକ ଜ୍ୱର କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକାଶିତ ସୂଚନା ଅନୁଯାୟୀ ତାଙ୍କ ଅବସ୍ଥା ଗୁରୁତର ରହିଛି।

Pratibha Patil: ଡାକ୍ତରଖାନାରେ ଭର୍ତ୍ତି ହେଲେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି

Pratibha Patil: ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତୀଭା ପାଟିଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ପୁଣେର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୮୯ ବର୍ଷୀୟ ଶ୍ରୀମତୀ ପାଟିଲ ଛାତିରେ ଯନ୍ତ୍ରଣା ଓ ଅତ୍ୟାଧିକ ଜ୍ୱର କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକାଶିତ ସୂଚନା ଅନୁଯାୟୀ ତାଙ୍କ ଅବସ୍ଥା ଗୁରୁତର ରହିଛି। ବୁଧବାର ରାତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାର ଜଣେ ଅଧିକାରୀ କହିଛନ୍ତି ଯେ ସେ ବର୍ତ୍ତମାନ ଚିକିତ୍ସାଧିନ ରହିଛନ୍ତି। ଏଠାରେ କହି ରଖୁ କି ପ୍ରତିଭା ପାଟିଲ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଭାରତର ଦ୍ୱାଦଶ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ତୁଲାଇଥିଲେ। ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ଦେଶର ରାଷ୍ଟ୍ରପତି ହୋଇଥିଲେ।

ଏଠାରେ କହି ରଖୁ କି ପ୍ରତିଭା ପାଟିଲ ୧୯୬୨ ମସିହାରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ରର ଜାଲଗାଓଁ ଜିଲ୍ଲା ଜଲଗାଓଁ ନଗର ବିଧାନସଭା ଆସନରୁ ଜିତିଥିଲେ। ଚାଲିସଗାଓଁରେ କ୍ଷତ୍ରିୟ ମହାସଭା ସମ୍ମିଳନୀରେ ତାଙ୍କ ଅଭିଭାଷଣ ପରେ ସେ ତତ୍କାଳୀନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ୱାଇ ବି ଚହ୍ୱାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଯିଏ ତାଙ୍କୁ ତୁରନ୍ତ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଟିକେଟ ଦେଇଥିଲେ।