Cylinder Blast In Jodhpur : ଯୋଧପୁରରେ ଭୟଙ୍କର ବିସ୍ଫୋରଣ, ୪ ମୃତ, ୧୬ ଆହତ
Advertisement
Article Detail0/zeeodisha/odisha1386055

Cylinder Blast In Jodhpur : ଯୋଧପୁରରେ ଭୟଙ୍କର ବିସ୍ଫୋରଣ, ୪ ମୃତ, ୧୬ ଆହତ

Cylinder Blast In Jodhpur : ରାଜସ୍ଥାନ ଯୋଧପୁରରେ ଭୟଙ୍କର ବିସ୍ଫୋରଣ । ଗ୍ୟାସ ସିଲିଣ୍ତର ବିସ୍ଫୋରଣରେ(gas cylinder explosion) ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Cylinder Blast In Jodhpur : ରାଜସ୍ଥାନ ଯୋଧପୁରରେ ଭୟଙ୍କର ବିସ୍ଫୋରଣ । ଗ୍ୟାସ ସିଲିଣ୍ତର ବିସ୍ଫୋରଣରେ(gas cylinder explosion) ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଥିବା ସୂଚନା ମିଳିଛି । ଯୋଧପୁରର ମାଗ୍ରା ପୁଞ୍ଜିଲା ଅଞ୍ଚଳରେ ଘଟିଛି ଏ ଅଘଟଣ(Magra Punjla area in Jodhpur) । ଜିଲ୍ଲାପାଳ ହିମାଂଶୁ ଗୁପ୍ତା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଏହି ଅଘଟଣ ପାଇଁ ଦାୟି ଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି  ।  

ଏସିପି ରାଜେନ୍ଦ୍ର ପ୍ରସାଦ ଦିଓ୍ବାକରଙ୍କ ସୂଚନା ଅନୁସାରେ, ଆଜି ଅପରାହ୍ନ ୨ଟା ସମୟରେ କିର୍ତ୍ତିନଗର ଅଞ୍ଚଳରେ ଏକ ଘରେ ଥିବା ଅଧା ଡର୍ଜନ ସିଲିଣ୍ତର ଅଚାନକ ବିସ୍ଫୋରଣ ହୋଇଥିଲା। ଡିଲର ଭୋମରାମ ଲୋହରଙ୍କ ଘରେ ସିଲିଣ୍ଡର ଗଚ୍ଛିତ ରହିଥିଲା  । ଏବଂ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ  ସ୍ପଷ୍ଟ ହୋଇ ନାହିଁ । ସିଲିଣ୍ଡର ରିଫିଲ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ଘଟଣାସ୍ଥଳରେ ୩ ଶିଶୁ ଓ ଜଣେ ବୃଦ୍ଧର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ଦେଖି ସ୍ଥାନୀୟ ଲୋକେ  ଅଗ୍ନିଶମ ବାହିନୀ , ଉଦ୍ଧାରକାରୀ ଓ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଏମଜିଏଚ ମେଡିକାଲରେ ଭର୍ତ୍ତି କରିଥିଲା। ତେବେ ଭୟଙ୍କର ବିସ୍ଫୋରଣ ଯୋଗଁ ଘରଟି ସମ୍ପୁର୍ଣ୍ଣ ଭୁଷୁଡି ପଡିଥିବା ବେଳେ ଘର ଭିତରେ କେହି ଚାପି ହୋଇ ରହିଥିବା ଆଶଙ୍କା ନେଇ ରେସକ୍ୟୁ ଅପରେସନ୍ ଜାରି ରହିଛି ।  ବିସ୍ଫୋରଣରେ ୨ଟି ମଟର ସାଇକେଲ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି । ଏହାସହ ୪ ଡର୍ଜନ ସିଲିଣ୍ତର ମଧ୍ୟ ଜବତ କରାଯାଇଛି । ଏହି ଖବର ପାଇବା ପରେ ପ୍ରଶାସନିକ ଅଧିକାରୀ ଏବଂ ଜନ ପ୍ରତିନିଧୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଭେଟିବା ପାଇଁ ସେମାନେ ଡାକ୍ତରଖାନା ପରିଦର୍ଶନ କରିଥିଲେ ଏବଂ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଗତ ଦୁଇଦିନ ତଳେ ଉତ୍ତରପ୍ରଦେଶର ଲୋନିର ଏକ ଗ୍ୟାସ ସିଲିଣ୍ତର ବିସ୍ଫୋରଣ ହୋଇଥିଲା । ଏଥିରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିଲା। ମେରଟ ଇନ୍ସପେକ୍ଟର ଜେନେରାଲ ପ୍ରବୀଣ କୁମାର ଗଣମାଧ୍ୟମକୁ କହିଛନ୍ତି, ଯେ ସିଲିଣ୍ଡର ପାଇପ୍‌ରେ ଲିକେଜ ଯୋଗୁଁ ବିସ୍ଫୋରଣ ଘଟାଇଥିଲା  । ରୋଷେଇ ବେଳେ ଗ୍ୟାସ ବିସ୍ଫୋରଣ ହୋଇଥିଲା। ଏହାର ପ୍ରଭାବ ଏପରି ଥିଲା ଯେ ଘରର କାନ୍ଥ ଫାଟି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ପରିବାରର ୬ ଜଣଙ୍କୁ ମେଡିକାଲେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ ।