Power Exchanges: ପୁଣି ଦେଖା ଦେବ ବିଦ୍ୟୁତ ସଙ୍କଟ, ୧୩ ରାଜ୍ୟକୁ କେନ୍ଦ୍ର ଦେଲା ଏହି ନିର୍ଦ୍ଦେଶ
Advertisement
Article Detail0/zeeodisha/odisha1310186

Power Exchanges: ପୁଣି ଦେଖା ଦେବ ବିଦ୍ୟୁତ ସଙ୍କଟ, ୧୩ ରାଜ୍ୟକୁ କେନ୍ଦ୍ର ଦେଲା ଏହି ନିର୍ଦ୍ଦେଶ

ବିଦ୍ୟୁତ୍ ଡିସକମ୍ ଗୁଡିକ ତୁରନ୍ତ ବିଦ୍ୟୁତ୍ ଆବଶ୍ୟକତା ପୂରଣ କରିବା ପାଇଁ ସ୍ପଟ୍ ବଜାରରୁ ବିଦ୍ୟୁତ୍ କିଣନ୍ତି। ଗୁରୁବାର ମଧ୍ୟରାତ୍ରିରୁ ୧୩ଟି ରାଜ୍ୟ ବିଦ୍ୟୁତ୍ କ୍ରୟ କରିବାକୁ ଅନୁମତି ନ ଥିବାରୁ ଶିଳ୍ପ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ରାଜ୍ୟଗୁଡିକୁ ବିଦ୍ୟୁତ୍ କ୍ରୟ ଉପରେ ବାରଣ କରିବାକୁ ସରକାରଙ୍କ ନିଷ୍ପତ୍ତି କେତେକ ଅଞ୍ଚଳରେ ସ୍ୱଳ୍ପ ସମୟ ମଧ୍ୟରେ ବିଦ୍ୟୁତ୍ ବିଭ୍ରାଟ ହୋଇପାରେ।

ପ୍ରତୀକାତ୍ମକ ଫଟୋ

Power Exchanges, ନୂଆଦିଲ୍ଲୀ: ପୁଣି ଥରେ ଦେଶରେ ବିଦ୍ୟୁତ ସଙ୍କଟ ଦେଖା ଦେଇପାରେ। ଗୁରୁବାର କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ୧୩ଟି ରାଜ୍ୟକୁ ବିଦ୍ୟୁତ କ୍ରୟ ଉପରେ ରୋକ ଲଗାଇଛି। ରାଜ୍ୟ ଗୁଡିକ ପ୍ରାୟ ପାଞ୍ଚ ହଜାର କୋଟି ଟଙ୍କା ବକେୟା ପୈଠ ନ କରିବାରୁ ସ୍ପଟ ମାର୍କେଟରୁ ବିଦ୍ୟୁତ କିଣିବା କିମ୍ବା ବିକ୍ରୟ କରିବାକୁ ବାରଣ କରିଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଏବଂ ରାଜସ୍ଥାନ ଭଳି କେତେକ ବଡ ରାଜ୍ୟ ଯଦି ଶୀଘ୍ର ବକେୟା ପରିଶୋଧ ନକରନ୍ତି ତେବେ ବଡ଼ ଧରଣର ବିଦ୍ୟୁତ୍ ସରବରାହ ବନ୍ଦ ହୋଇପାରେ ବୋଲି କୁହାଯାଉଛି।

ବିଦ୍ୟୁତ୍ ଡିସକମ୍ ଗୁଡିକ ତୁରନ୍ତ ବିଦ୍ୟୁତ୍ ଆବଶ୍ୟକତା ପୂରଣ କରିବା ପାଇଁ ସ୍ପଟ୍ ବଜାରରୁ ବିଦ୍ୟୁତ୍ କିଣନ୍ତି। ଗୁରୁବାର ମଧ୍ୟରାତ୍ରିରୁ ୧୩ଟି ରାଜ୍ୟ ବିଦ୍ୟୁତ୍ କ୍ରୟ କରିବାକୁ ଅନୁମତି ନ ଥିବାରୁ ଶିଳ୍ପ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ରାଜ୍ୟଗୁଡିକୁ ବିଦ୍ୟୁତ୍ କ୍ରୟ ଉପରେ ବାରଣ କରିବାକୁ ସରକାରଙ୍କ ନିଷ୍ପତ୍ତି କେତେକ ଅଞ୍ଚଳରେ ସ୍ୱଳ୍ପ ସମୟ ମଧ୍ୟରେ ବିଦ୍ୟୁତ୍ ବିଭ୍ରାଟ ହୋଇପାରେ। ଏହା ସମ୍ଭବତଃ ପ୍ରଥମ ଥର ଯେ, ଏତେ ସଂଖ୍ୟକ ରାଜ୍ୟତୁ ଏକାସାଙ୍ଗରେ ବିଦ୍ୟୁତ କିଣିବାକୁ ବାରଣ କରାଯାଇଛି। ୧୩ଟି ରାଜ୍ୟର ୨୭ଟି ଡିସକମରେ ଥିବା ପାଞ୍ଚ ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କା ବକେୟା ରହିଛି। 

Also Read: ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାମରେ FIR ପଞ୍ଜିକରଣ କଲା CBI

ତେଲେଙ୍ଗାନା, ତାମିଲନାଡୁ, ରାଜସ୍ଥାନ, ଜାମ୍ମୁ କାଶ୍ମୀର, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରେ ସର୍ବାଧିକ ବିଦ୍ୟୁତ ବକେୟା ରହିଛି। ଏହି ତାଲିକାରେ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ବିହାର, ଛତିଶଗଡ, ମଣିପୁର ଏବଂ ମିଜୋରାମ ମଧ୍ୟ ରହିଛନ୍ତି।  ଏହି ରାଜ୍ୟଗୁଡିକ ମଧ୍ୟରୁ ଅତି କମରେ ଦୁଇଟି ରାଜ୍ୟ ବକେୟା ଦେୟ ପ୍ରଦାନ କରିଛନ୍ତି ଏବଂ ସେମାନଙ୍କୁ ଶୀଘ୍ର ବିଦ୍ୟୁତ କ୍ରୟ କରିବାକୁ ଅନୁମତି ଦିଆଯାଇପାରେ। ତେବେ ଆନ୍ଧ୍ର ପ୍ରେଦେଶ ସମ୍ପୂର୍ଣ୍ଣ ବକେୟା ପୈଠ କରିଛି କିନ୍ତୁ ତାହା ଉପରେ ମଧ୍ୟ କଟକଣା ଲଗାଯାଇଥିବା ଅଭିଯୋଗ ହୋଇଛି। 

ନିୟମ ଅନୁସାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟ ଗୁଡିକୁ ସେମାନଙ୍କ ବିଦ୍ୟୁତ ବିଲ୍ ପୈଠ କରିବାକୁ ପଡିଥାଏ। ଯଦି ସେମାନେ ଠିକ ସମୟରେ ବକେୟା ନ ଦିଅନ୍ତି ତେବେ ମାସକକୁ late payment surcharge (LPS) ୦.୦୫ ପ୍ରତିଶତ ବୃଦ୍ଧି ପାଏ। ଆଉ ବକେୟା ପୈଠ କରିବା ସମୟ ସୀମା ୭୫ ଦିନ ବିତି ଯାଏ ତେବେ ବିଦ୍ୟୁତ ବିତରକଙ୍କୁ ଉକ୍ତ ରାଜ୍ୟ ଜୋରିମାନା ଦେବେ। ଦେଶର ସରକାରୀ ବିଦ୍ୟୁତ ବିତରକ କମ୍ପାନୀ ଗୁଡିକ ବର୍ତ୍ତମାନ କ୍ଷତିରେ ଚାଲିଛନ୍ତି। ଏହି କମ୍ପାନୀମାନେ ଦେଶର ୯୦ ପ୍ରତିଶତ ଆବଶ୍ୟକତା ପୂରଣ କରନ୍ତି। କିନ୍ତୁ ରାଜ୍ୟ ଗୁଡିକ ଠିକ ସମୟରେ ବିଦ୍ୟୁତ ବିଲ ପୈଠ କରୁନଥିବା କୁହାଯାଉଛି।

Also Read: ରେଲୱେ ବାତିଲ କଲା ପୁଣି ୧୦୦ରୁ ଅଧିକ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ

ଦେଶରେ ଦେଖାଦେଇଥିବା କୋଇଲା ସଙ୍କଟର ମୁକାବିଲା ଲାଗି ଆମଦାନି ଉପରେ ଭାରତ ନିର୍ଭରଶୀଳ ହୋଇପଡ଼ିଛି। ଆଗାମୀ ଦିନରେ ସରକାରୀ କଂପାନି କୋଲ୍ ଇଣ୍ଡିଆ ଜରିଆରେ ବିଭିନ୍ନ ଦେଶରୁ କୋଇଲା ମଗାଇବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ତରଫରୁ ଏନେଇ ଋଷ୍, ‌ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକା ସହ ଆଲୋଚନା ଆରମ୍ଭ କରାଯାଇଛି। ରିହାତିରେ କୋଇଲା ଯୋଗାଇବା ଲାଗି ସେମାନଙ୍କ ସହ ମୁଲଚାଲ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି କାମ ହାତକୁ ନେଇଛି ଓ ଏଥିରେ ଅର୍ଥ ମନ୍ତ୍ରାଳୟ, କୋଲ୍ ଇଣ୍ଡିଆ, କୋଇଲା ଓ ଶକ୍ତି ମନ୍ତ୍ରାଳୟକୁ ମଧ୍ୟ ସାମିଲ କରାଯାଇଛି।