Indian iron dome: ପାକିସ୍ତାନ ପଟୁ ସମ୍ଭାବ୍ୟ ରକେଟ୍ ମାଡ଼ ପ୍ରତିହତ କରିବାକୁ ଭାରତ ତିଆରି କରୁଛି ଦେଶୀ ଆଇରନ୍ ଡୋମ୍
Advertisement
Article Detail0/zeeodisha/odisha1938040

Indian iron dome: ପାକିସ୍ତାନ ପଟୁ ସମ୍ଭାବ୍ୟ ରକେଟ୍ ମାଡ଼ ପ୍ରତିହତ କରିବାକୁ ଭାରତ ତିଆରି କରୁଛି ଦେଶୀ ଆଇରନ୍ ଡୋମ୍

Indian iron dome: ଅକ୍ଟୋବର ୭ ତାରିଖ ଦିନ ହମାସ ଇସ୍ରାଏଲ ଉପରେ ୨୦ ମିନଟର ୩ ହଜାର ୫ଶହ ରକେଟ୍ ମାଡ଼ କରିଥିଲା । ହମାସ ଏମିତି ରକେଟ୍ ମାଡ଼ କରିବା ନୂଆ କଥା ନୁହେଁ । ଆଉ ଇସ୍ରାଏଲ ମଧ୍ଯ ଏମିତି ରକେଟ୍ ମାଡ଼ ପ୍ରତିହତ କରିବା କିଛି ନୂଆ କଥା ନୁହେଁ । କିନ୍ତୁ ଅକ୍ଟୋବର ୭ ତାରିଖ ଦିନ ହମାସ ଇସ୍ରାଏଲୀ ଏୟାର ଡିଫେନ୍ସ ସିଷ୍ଟମକୁ ଚକମା

Indian iron dome: ପାକିସ୍ତାନ ପଟୁ ସମ୍ଭାବ୍ୟ ରକେଟ୍ ମାଡ଼ ପ୍ରତିହତ କରିବାକୁ ଭାରତ ତିଆରି କରୁଛି ଦେଶୀ ଆଇରନ୍ ଡୋମ୍

Indian iron dome: ଅକ୍ଟୋବର ୭ ତାରିଖ ଦିନ ହମାସ ଇସ୍ରାଏଲ ଉପରେ ୨୦ ମିନଟର ୩ ହଜାର ୫ଶହ ରକେଟ୍ ମାଡ଼ କରିଥିଲା । ହମାସ ଏମିତି ରକେଟ୍ ମାଡ଼ କରିବା ନୂଆ କଥା ନୁହେଁ । ଆଉ ଇସ୍ରାଏଲ ମଧ୍ଯ ଏମିତି ରକେଟ୍ ମାଡ଼ ପ୍ରତିହତ କରିବା କିଛି ନୂଆ କଥା ନୁହେଁ । କିନ୍ତୁ ଅକ୍ଟୋବର ୭ ତାରିଖ ଦିନ ହମାସ ଇସ୍ରାଏଲୀ ଏୟାର ଡିଫେନ୍ସ ସିଷ୍ଟମକୁ ଚକମା ଦେବାରେ ସଫଳ ହୋଇଥିଲା । ଇସ୍ରାଏଲୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆଇରନ୍ ଡୋମ୍ ହମାସ ଦ୍ୱାରା ନିକ୍ଷେପିତ ରେକଟ୍ ମଧ୍ଯରୁ ୯୦ ପ୍ରତିଶତକୁ ଆକାଶରେ ହିଁ ଧ୍ୱଂସ କରିଦେଇଥିଲା କିନ୍ତୁ ବାକି ୧୦ ପ୍ରତିଶତ ଇସ୍ରାଏଲରେ ଧ୍ୱଂସଲୀଳା ଶୃଷ୍ଟି କରିଥିଲେ । ଏମିତିରେ ଭାରତ ଉପରକୁ ଯଦି ପାକିସ୍ତାନୀ ଆତଙ୍କବାଦୀ କେବେ ରକେଟ୍ ମାଡ଼ କରିବେ ତେବେ ତାକୁ ଅଟକାଇବା ପାଇଁ ଭାରତ ପାଖରେ କିଛି ସିଷ୍ଟମ ଅଛି କି ? ସିଷ୍ଟମ ତ ଅଛି କିନ୍ତୁ ଇସ୍ରାଏଲୀ ଏୟାର ଡୋମ୍ ଯେମିତି ଏକକାଳୀନ ୩ ହଜାରରୁ ଅଧିକ ମିଶାଇଲକୁ ଟାର୍ଗେଟ କରିବାରେ ଫେଲ ମାରିଥିଲା ସେମିତି ହେବାର ମଧ୍ଯ ଯଥେଷ୍ଟ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ନିଜସ୍ୱ ଆଇରନ୍ ଡୋମ୍ ତିଆରି କରିବାକୁ ଯାଉଛି ।

ଭାରତର ଆଇରନ୍ ଡୋମ୍
ଭାରତର ଆଇରନ୍ ଡୋମ ତିନି ଲେୟାର ବିଶିଷ୍ଟ ହେବ। ଏହା ଶତ୍ରୁପକ୍ଷର ଫାଇଟର୍ ଜେଟ୍, ରକେଟ୍, ହେଲିକପ୍ଟର ଏବଂ ଏୟାର ମିଶାଇଲକୁ ୪ଶହ କିଲୋମିଟର ରେଞ୍ଜ ମଧ୍ୟରେ ମାରିବାର କ୍ଷମତା ରଖିଛି।

ଭାରତର ପ୍ରତିରକ୍ଷା ବିଭାଗ ପାଖରେ ଏହି ତିନି ଲେୟାରର ଆଇରନ୍ ଡୋମ ତିଆରି କରିବାର ପ୍ରସ୍ତାବ ଆସି ପହଞ୍ଚିଛି। ବହୁତ ଜଲଦି ଏହାର କ୍ଲିୟରାନ୍ସ ବି ମିଳିଯିବ। ୨୦ ହଜାର କୋଟିର ଏହି ପ୍ରୋଜେକ୍ଟର କାମ ସରିବା ପରେ ଭାରତ ବାୟୁରେ ସୁରକ୍ଷା ଦେଉଥିବା ଦେଶଙ୍କ ମଧ୍ୟରେ ସାମିଲ ହୋଇଯିବ।

କେତେ ଦୂରରୁ କରିବ ଲକ୍ଷ୍ଯଭେଦ ?
ଏହା ବିଭିନ୍ନ ରେଞ୍ଜରେ ଆସୁଥିବା ରକେଟକୁ ମାରି ଉଡାଇବାକୁ ସକ୍ଷମ ହେବ ବୋଲି ଏହାକୁ ୩ ଲେୟାରର ତିଆରି କରାଯାଇଛି। ଏହାର ସବୁଠୁ ଅଧିକ ରେଞ୍ଜ ରହିବ ୩୫୦ରୁ ୪ଶହ କିଲୋମିଟର। ଏହା ପୂର୍ବରୁ ଭାରତ ଇସ୍ରାଏଲ ସହ ମିଶି SAM ମିଶାଇଲ୍ ତିଆରି କରିସାରିଛି। ଏହାର ରେଞ୍ଜ ଏବେ ୭୦ କିଲୋମିଟର ରହିଛି।  ୭୦ କିଲୋମିଟର ଦୂରରେ ଥିବା ଶତ୍ରୁ ରକେଟକୁ ଏହା ଆକାଶରେ ହିଁ ନିଷ୍କ୍ରୀୟ କରିପାରିବା କ୍ଷମତା ରଖେ।

ଋଷ ଏସ୍-୪୦୦ ସହ ଦେଶର ଆକାଶକୁ ସୁରକ୍ଷା ଦେବ ଦେଶୀ ଆଇରନ୍ ଡୋମ୍  
ରୁଷର S-400 ଏବଂ ଇସ୍ରାଏଲର ଆଇରନ୍ ଡୋମ ଭଳି ଆମର ଏହି ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ କାମ କରିବ। ଏବେ ଭାରତ ପାଖରେ ୩ଟି ଏସ୍-୪୦୦ ସିଷ୍ଟମ ରହିଛି । ଋଷ ଏବେ ଏହାର ଆଡଭାନ୍ସ ଭର୍ସନ ଏସ-୫୦୦ ନିଜ ସେନାରେ ସାମିଲ କରିବାକୁ ଯାଉଛି। ଭାରତ ମଧ୍ଯ ଋଷ ଠାରୁ ଏହି ସିଷ୍ଟମ ଆଣୁ ବୋଲି କିଛି ପ୍ରତିରକ୍ଷା ବିଶେଷଜ୍ଞ ଦାବି କରୁଛନ୍ତି। ଋଷର ଏସ୍-୫୦୦ ଆମେରିକାର ଏୟାର ଡିଫେନ୍ସ ସିଷ୍ଟମଠାରୁ ଅଧିକ ଭରସାଯୋଗ୍ଯ। ଭାରତ ପାଖରେ ଥିବା -400 ସିଷ୍ଟମର ତିନି ସ୍ବାଡ୍ରନ୍କୁ ଏବେ ପାକିସ୍ତାନ ଏବଂ ଚୀନ୍ ସୀମାରେ ମୁତୟନ କରାଯାଇଛି।

ଏହା ସହ DRDO ଭୂପୃଷ୍ଠରୁ ପ୍ରକ୍ଷେପିତ ହେଉଥିବା  ସୁରକ୍ଷା ମିଶାଇଲ ତିଆରି କରିଛି । ଚୀନ୍ ପାଖରେ ମଧ୍ୟ ନିଜର ଏୟାର ଡିଫେନ୍ସ ସିଷ୍ଟମ ରହିଛି । କିନ୍ତୁ ତାହା ରୁଷର ଏୟାର ଡିଫେନ୍ସ ସିଷ୍ଟମ s-400 ରୁ କମ୍ ଶକ୍ତିଶାଳୀ । ଭାରତର ଏହି ଏୟାର ଡିଫେନ୍ସ ସିଷ୍ଟମର ନେତୃତ୍ବ ନେଇଛି ଭାରତୀୟ ବାୟୁସେନା । ବାୟୁସେନା ସ୍ବଦେଶୀ ଜ୍ଞାନକୌଶଳରେ ସବୁ ଡିଫେନ୍ସ ସିଷ୍ଟମ ତିଆରି କରିବାକୁ ଯାଉଛି ।

Also Read: Number 5 People in Numerology:ଖୁବ୍ ବୁଦ୍ଧିମାନ ଓ ଧନବାନ ହୋଇଥାନ୍ତି ଏହି ତାରିଖରେ ଜନ୍ମଗ୍ରହଣ କରିଥିବା ଲୋକ...