Indian Railway: ରେଳ ଦୁର୍ଘଟଣା ରୋକିବା ପାଇଁ ମିଳିଗଲା ସୁରକ୍ଷା କବଚ
Advertisement
Article Detail0/zeeodisha/odisha1580772

Indian Railway: ରେଳ ଦୁର୍ଘଟଣା ରୋକିବା ପାଇଁ ମିଳିଗଲା ସୁରକ୍ଷା କବଚ

Rail Accident: ସାମ୍ନାସାମ୍ନି ହେଉଥିବା ଟ୍ରେନ ଦୁର୍ଘଟଣାକୁ ରୋକିବା ପାଇଁ ଭାରତୀୟ ରେଳବାଇ କବଚ ସୁରକ୍ଷା ବ୍ୟବସ୍ଥା କରିଛି। ବର୍ତ୍ତମାନ ଦେଶରେ ୩ କିଲୋମିଟର ଦୂରତାରେ ରେଳ ଧାରଣାରେ ହେଉଥିବା କୌଣସି ପ୍ରକାର ଦୁର୍ଘଟଣାକୁ ରୋକିବା ପାଇଁ ଏହାକୁ କାର୍ଯ୍ୟକାରୀ କରାଯାଉଛି।

Indian Railway: ରେଳ ଦୁର୍ଘଟଣା ରୋକିବା ପାଇଁ ମିଳିଗଲା ସୁରକ୍ଷା କବଚ

Kavach Security System: ଦେଶର ଜୀବନରେଖା ଭାବେ ଜଣାଶୁଣା ଭାରତୀୟ ରେଳବାଇ। କାରଣ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ ରେଳବାଇ। ଦେଶରେ ଅଧିକାଂଶ ଲୋକ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାତ୍ରା କରିବା ପାଇଁ ଟ୍ରେନ୍ ବ୍ୟବହାର କରିଥାନ୍ତି। ଟ୍ରେନ ଯୋଗେ ଯାତ୍ରା କରିବା ସମୟରେ ମଧ୍ୟ ରେଳ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ। ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଘଟୁଥିବା ଟ୍ରେନ୍ ଦୁର୍ଘଟଣା ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥାଏ। ଦେଶର ଦ୍ରୁତତମ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ରେଳ ମନ୍ତ୍ରଣାଳୟ ସମସ୍ତ ବଡ ଏବଂ ବ୍ୟସ୍ତବହୁଳ ମାର୍ଗରେ ସୁରକ୍ଷା କଭର ଲଗାଇବାକୁ ପ୍ରସ୍ତୁତ ହେଉଛି। ଯାହା ରେଳ ଯାତ୍ରାକୁ ଆହୁରି ନିର୍ଭରଯୋଗ୍ୟ ଏବଂ ନିରାପଦ କରିବ।

ସାମ୍ନାସାମ୍ନି ହେଉଥିବା ଟ୍ରେନ ଦୁର୍ଘଟଣାକୁ (Train Accident) ରୋକିବା ପାଇଁ ଭାରତୀୟ ରେଳବାଇ (Indian Railway) କବଚ ସୁରକ୍ଷା ବ୍ୟବସ୍ଥା (Kavach Security System) କରିଛି। ବର୍ତ୍ତମାନ ଦେଶରେ ୩ କିଲୋମିଟର ଦୂରତାରେ ରେଳ ଧାରଣାରେ ହେଉଥିବା କୌଣସି ପ୍ରକାର ଦୁର୍ଘଟଣାକୁ (Rail Accident) ରୋକିବା ପାଇଁ ଏହାକୁ କାର୍ଯ୍ୟକାରୀ କରାଯାଉଛି। ହେଲେ ଖୁବ୍ ଶୀଘ୍ର ଏହାକୁ ୩୪ ହଜାର କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯିବ। କବଚ ସୁରକ୍ଷା ପରିସରକୁ ଦେଶର ଅନୁକୋଣ ପର୍ଯ୍ୟନ୍ତ ପହଞ୍ଚାଯିବ। ଆତ୍ମନିର୍ଭର ଭାରତ ଅଭିଯାନ (Self Reliant India Campaign) ଅଧୀନରେ ଏପରି ପଦକ୍ଷେପ ନିଆଯାଉଛି।

ନିକଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Railway Minister Ashwini Vaishnaw) ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ଏପରି କାହାଣୀ କହିଥିଲେ ଯାହା ସେଠାରେ ଉପସ୍ଥିତ ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। ଏହି ସମୟରେ ରେଳମନ୍ତ୍ରୀ ମଧ୍ୟ ସେହି ଘଟଣାର ଭିଡିଓ ସମସ୍ତଙ୍କୁ ଦେଖାଇଥିଲେ। ଯେଉଁଥିରେ ଦେଖିବାକୁ ମିଳିଥିଲା ଯାଉଛି ଯେ ଦୁଇଟି ଟ୍ରେନ୍ ସମ୍ପୂର୍ଣ୍ଣ ବେଗରେ ପରସ୍ପରର ବିପରୀତ ଦିଗରୁ ଆସୁଥିଲା। ଯେଉଁଥିରେ ରେଳ ମନ୍ତ୍ରୀ ନିଜେ ବସିଥିଲେ। ହେଲେ ଯେତେବେଳେ ସେହି ଦୁଇଟି ଟ୍ରେନ୍ ପରସ୍ପରର ନିକଟତର ହୋଇଗଲେ ସେତେବେଳେ କବଚ କାରଣରୁ ଏହା ସ୍ୱୟଂଚାଳିତ ଭାବେ ବନ୍ଦ ହୋଇଗଲା।

କବଚ (Kavach) ହେଉଛି ଏକ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ବ୍ୟବସ୍ଥା (Automatic Train Protection System)। ଯାହା ଗୋଟିଏ ରେଳଗାଡ଼ିକୁ ଅନ୍ୟ ରେଳଗାଡ଼ି ନିକଟକୁ ଆସିବାବେଳେ ସ୍ୱୟଂଚାଳିତ ଭାବେ ଏହାକୁ ବନ୍ଦ କରିଥାଏ। ଯାହା ଦ୍ୱାରା ରେଳ ଦୁର୍ଘଟଣା ହେବାର ଆଶଙ୍କା ବହୁ ପରିମାଣରେ ହ୍ରାସ ପାଇଥାଏ। ଏନେଇ କରାଯାଇଥିବା ପରୀକ୍ଷଣ ସମୟରେ ଏହି ଘଟଣା ଘଟିଥିଲା। ପରୀକ୍ଷଣ ସମୟରେ ନିଜେ ରେଳ ମନ୍ତ୍ରୀ ଟ୍ରେନ ଇଞ୍ଜିନ ମଧ୍ୟରେ ଉପସ୍ଥିତ ଥିଲେ। ପ୍ରାୟ ୧୬୦ କିଲୋମିଟର ବେଗରେ ଚାଲୁଥିବା ରେଳଗାଡ଼ିର ସୁରକ୍ଷା ପାଇଁ ଏହାକୁ ବ୍ୟବହାର କରିବାକୁ ଅନୁମୋଦନ କରାଯାଇଛି। ମିଶନ ରାଫତାର ଅଧିନରେ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାୱାଡା଼ କରିଡର ଠାରେ ଏହାକୁ ଲାଗୁ କରାଯିବ। ଗତ ବର୍ଷର ବଜେଟ ଉପସ୍ଥାନନ କରିବା ସମୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ଘୋଷଣା କରାଯାଇଥିଲା।