Terrorists Attack: ଜମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ, ସହିଦ ହେଲେ CRPF ଅଧିକାରୀ
Advertisement
Article Detail0/zeeodisha/odisha2391096

Terrorists Attack: ଜମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ, ସହିଦ ହେଲେ CRPF ଅଧିକାରୀ

Jammu Kashmir Terrorists Attack: ହସ୍ପିଟାଲ ନିଆଯିବାବେଳେ CRPF ର 187 ତମ ବାଟାଲିୟନର ଇନ୍ସପେକ୍ଟର କୁଲଦୀପ ସିଂଙ୍କର ମୃତ୍ୟୁ ହୋଇଛି।

 

Jammu Kashmir Terrorists Attack

Jammu Kashmir Terrorists Attack: ଜମ୍ମୁ-କାଶ୍ମୀରର ଉଧମପୁରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର (CRPF) ଜଣେ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ନିୟମିତ ପାଟ୍ରୋଲିଂ କରୁଥିବା ସମୟରେ ଡୁଡୁ ଅଞ୍ଚଳରେ CRPF ଯବାନ ମାନଙ୍କୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ପରେ ସୁରକ୍ଷା ବାହିନୀ ମଧ୍ୟ ସେମାନଙ୍କୁ କଡା ଜବାବ ଦେଇଥିଲେ। ଅଧିକାରୀଙ୍କ ଅନୁଯାୟୀ ଏହି ଅଞ୍ଚଳରେ ବର୍ତ୍ତମାନ ଏନକାଉଣ୍ଟର ଜାରି ରହିଛି।

ଜଣେ ପୋଲିସ ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଦ୍ୱାରା ଉଧମପୁର ଜିଲ୍ଲାର ଜମ୍ମୁ କାଶ୍ମୀର ପୋଲିସର ମିଳିତ ଟିମ୍ ଉପରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ CRPF ଇନ୍ସପେକ୍ଟର ସହିଦ ହୋଇଛନ୍ତି।  ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅପରେସନ ଆରମ୍ଭ କରାଯାଇଛି।  ଉଧମପୁରର ଡୁଡୁ ଅଞ୍ଚଳରେ ପୂର୍ବରୁ ଆତଙ୍କବାଦୀମାନେ ମିଳିତ ଦଳ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ CRPF ଅଧିକାରୀକୁ ଗୁଳି ଲାଗିଥିଲେ ଓ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅଧିକାରୀ କହିଛନ୍ତି ଯେ ଅପରାହ୍ନ ପ୍ରାୟ ୩.୩୦ ସମୟରେ ଆତଙ୍କବାଦୀମାନେ ସିଆରପିଏଫର ସ୍ପେଶାଲ ଅପରେସନ୍ ଗ୍ରୁପ୍ (SOG) ଏବଂ ବସନ୍ତଗଡର ଡୁଡୁ ଅଞ୍ଚଳରେ ଜମ୍ମୁ କାଶ୍ମୀର ପୋଲିସ୍ ଉପରେ ଗୁଳି ଚଳାଇଥିଲେ। ସେ କହିଛନ୍ତି ଯେ ଏହି ଆକ୍ରମଣରେ CRPF ର 187 ତମ ବାଟାଲିୟନର ଜଣେ ଇନ୍ସପେକ୍ଟରକୁ ଗୁଳି ଲାଗିଥିଲା ଓ ପରେ ହସ୍ପିଟାଲ ନିଆଯିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ କହିଛନ୍ତି ଯେ ଘଟଣାସ୍ଥଳକୁ ଅତିରିକ୍ତ ଫୋର୍ସ ପଠାଯାଇଛି ଓ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

ଜମ୍ମୁ ଅଞ୍ଚଳରେ ସଦ୍ୟତମ ଆତଙ୍କବାଦୀ ଆକ୍ରମଣ ଘଟିଛ ଯାହାକି କାଶ୍ମୀର ତୁଳନାରେ ବହୁ ବର୍ଷ ଧରି ଶାନ୍ତିପୂର୍ଣ୍ଣ ଥିଲା କିନ୍ତୁ ଗତ କିଛି ମାସ ମଧ୍ୟରେ ଜମ୍ମୁ ପରିସରରେ ବିଶେଷ କରି ପିର ପଞ୍ଜଲର ଦକ୍ଷିଣ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ତଥା ଆତଙ୍କବାଦୀ କାର୍ଯ୍ୟକଳାପରେ ବୃଦ୍ଧି ଘଟିଛି। ଆତଙ୍କବାଦୀମାନେ ଆଶ୍ରୟ ନେଉଥିବା ପିର ପଞ୍ଜଲ ପରିସରରେ ଘଞ୍ଚ ଜଙ୍ଗଲ ଓ ପାହାଡ ଅଛି ବୋଲି ବିଶ୍ୱାସ କରାଯାଏ।

Also Read & Watch: Indore: ଡାକ୍ତରଙ୍କ ସାମ୍ନାରେ ହୃଦଘାତରେ ଚାଲିଗଲା ଯୁବକଙ୍କର ଜୀବନ, ଚେପଅପ୍ କରିବାକୁ ଯାଇଥିଲେ ବ୍ୟକ୍ତି; ଦେଖନ୍ତୁ ଭିଡିଓ