PM Kisan 19th Installment: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ ତମ କିସ୍ତି ପାଇଁ କୋଟି କୋଟି କୃଷକ ଅପେକ୍ଷା କରିଛନ୍ତି। ପିଏମ କିଷାନ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଯୋଜନା, ଯାହା ଅଧୀନରେ କୃଷକମାନେ ଆର୍ଥିକ ସହାୟତା ପାଇଥାନ୍ତି।
Trending Photos
PM Kisan 19th Installment Date: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ ତମ କିସ୍ତି ପାଇଁ କୋଟି କୋଟି କୃଷକ ଅପେକ୍ଷା କରିଛନ୍ତି। ପିଏମ କିଷାନ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଯୋଜନା। ଏହା ଅଧୀନରେ କୃଷକମାନେ ଆର୍ଥିକ ସହାୟତା ପାଇଥାନ୍ତି। ଏଥିରେ ଯୋଜନା ଅଧିନରେ ଚାଷୀଙ୍କୁ ପ୍ରତିବର୍ଷ ତିନୋଟି ସମାନ କିସ୍ତିରେ ୬,୦୦୦ ଟଙ୍କା ଦିଆଯାଏ। ଏହି ପରିମାଣ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥାଏ। ପୂର୍ବରୁ ୧୮ ଅକ୍ଟୋବର ୨୦୨୪ ରେ ୧୮ ତମ କିସ୍ତି ରିଲିଜ୍ ହୋଇଥିଲା ଏବଂ ବର୍ତ୍ତମାନ ସମସ୍ତ ନଜର ୧୯ ତମ କିସ୍ତି ଉପରେ ରହିଛି।
କହିରଖୁଛୁ ଯେ ଫେବ୍ରୁଆରୀ ୨୦୨୫ ର ପ୍ରଥମ ସପ୍ତାହରେ ୧୯ ତମ କିସ୍ତି ରିଲିଜ୍ ହେବାର ସମ୍ଭାବନା ଅଛି। ତେବେ ସରକାର ଏପର୍ଯ୍ୟନ୍ତ ଔପଚାରିକ ଭାବେ ତାରିଖ ଘୋଷଣା କରିନାହାଁନ୍ତି। ତେବେ ଆଶା କରାଯାଉଛି ଯେ ୧୯ ତମ କିସ୍ତି ବଜେଟ୍ ୨୦୨୫ ଠିକ୍ ପରେ ରିଲିଜ୍ କରାଯିବ। ୧ ଫେବୃଆରୀରେ ୨୦୨୫ ମସିହାରେ କେନ୍ଦ୍ର ସରକାରଙ୍କ ବଜେଟ୍ ଆସିବ। ଏଭଳି ପରିସ୍ଥିତିରେ ପରବର୍ତ୍ତୀ କିସ୍ତି କେବଳ ବଜେଟ୍ ପରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ବୋଲି ଆଶା କରାଯାଉଛି।
କୃଷକମାନେ ଏପରି ଚେକ୍ କରିପାରିବେ ନିଜ ସ୍ଥିତି
ଆପଣ ଯଦି ଜାଣିବାକୁ ଚାହାଁନ୍ତି ଯେ ଆପଣଙ୍କ ନାମ ହିତାଧିକାରୀ ତାଲିକାରେ ଅଛି କି ନାହିଁ, ତେବେ ନିମ୍ନଲିଖିତ ଷ୍ଟେପ୍ ମାଧ୍ୟମରେ ଯାଞ୍ଚ କରନ୍ତୁ।
ପ୍ରଥମେ ଅଫିସିଆଲ୍ ୱେବସାଇଟକୁ https://pmkisan.gov.in ଭିଜିଟ୍ କରନ୍ତୁ।
ଏହା ପରେ ‘Beneficiary Status’ ସେକ୍ସନରେ କ୍ଲିକ୍ କରନ୍ତୁ ଏବଂ ହୋମ ପେଜରେ ଦିଆଯାଇଥିବା ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।
ଏହା ପରେ ଆପଣ ନିଜର ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର କିମ୍ବା ମୋବାଇଲ୍ ନମ୍ବର ଏଣ୍ଚ୍ରି କରନ୍ତୁ।
ସୂଚନା ସବମିଟ୍ କରିବା ପରେ ଆପଣ ସ୍କ୍ରିନରେ ଆପଣଙ୍କର କିସ୍ତିର ସ୍ଥିତି ଦେଖିପାରିବେ।
PM Kisan ପାଇଁ ଏପରି କରନ୍ତୁ ଆବେଦନ?
ଜଣେ କୃଷକ ଏହି ଯୋଜନା ପାଇଁ ଅନଲାଇନ୍ କିମ୍ବା ସାଧାରଣ ସେବା କେନ୍ଦ୍ର (CSC) ମାଧ୍ୟମରେ ଆବେଦନ କରିପାରିବେ। ଅନଲାଇନରେ କିପରି ଆବେଦନ କରିବେ ଆସନ୍ତୁ ଜଣାଉଛୁ ।
PM Kisan ର ଅଫିସିଆଲ୍ ୱେବସାଇଟ୍ https://pmkisan.gov.in ଭିଜିଟ୍ କରନ୍ତୁ ।
ପ୍ରଥମେ ‘New Farmer Registration’ ଉପରେ କ୍ଲିକ୍ କରନ୍ତୁ ।
ଆଧାର ନମ୍ବର, ରାଜ୍ୟ, ଜିଲ୍ଲା, ବ୍ୟାଙ୍କ ଡିଟେଲ୍ସ ଏବଂ ବ୍ୟକ୍ତିଗତ ସୂଚନା ଏଣ୍ଟ୍ରି କରନ୍ତୁ।
ଫର୍ମ ସବମିଟ୍ କରନ୍ତୁ ଏବଂ ଏହାର ଏକ ପ୍ରିଣ୍ଟ କପି ବାହାର କରି ନିଅନ୍ତୁ।
ଆପଣ ଫର୍ମ ସବମିଟ୍ କରିବା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ଆପଣଙ୍କର ଆବେଦନକୁ ଯାଞ୍ଚ କରିବେ ଏବଂ ଏହା ପାସ୍ ହେବା ପରେ ଆପଣଙ୍କ ନାମ ହିତାଧିକାରୀ ତାଲିକାରେ ସାମିଲ ହୋଇଯିବ।