Namo Drone Didi: ସୋମବାର ଦିଲ୍ଲୀରେ ଅନୁଷ୍ଠିତ ସଶକ୍ତି ନାରୀ ବିକଶିତ ଭାରତ କାର୍ଯ୍ୟକ୍ରମରେ ସାମିଲ ହୋଇ ୧,୦୦୦ ନମୋ ଡ୍ରୋନ୍ ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) । ଏହି ଡ୍ରୋନ୍ ଚାଷ ଜମିରେ ଫସଲ ଗୁଡ଼ିକ ଉପରେ ନଜର ରଖିବା ସହ ଫସଲ ଗୁଡ଼ିକ ଉପରେ କୀଟନାଶକ ସିଞ୍ଚନ୍ ଓ ବିହନ ବୁଣିବା କାର୍ଯ୍ୟରେ ବି ସହାୟକ ହୋଇପାରିବ । ।
Trending Photos
Namo Drone Didi Scheme: ସୋମବାର ଦିଲ୍ଲୀରେ ଅନୁଷ୍ଠିତ ସଶକ୍ତି ନାରୀ ବିକଶିତ ଭାରତ କାର୍ଯ୍ୟକ୍ରମରେ ସାମିଲ ହୋଇ ୧,୦୦୦ ନମୋ ଡ୍ରୋନ୍ ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) । ଏହି ଡ୍ରୋନ୍ ଚାଷ ଜମିରେ ଫସଲ ଗୁଡ଼ିକ ଉପରେ ନଜର ରଖିବା ସହ ଫସଲ ଗୁଡ଼ିକ ଉପରେ କୀଟନାଶକ ସିଞ୍ଚନ୍ ଓ ବିହନ ବୁଣିବା କାର୍ଯ୍ୟରେ ବି ସହାୟକ ହୋଇପାରିବ । ।
ଖବର ଅନୁଯାୟୀ, ପରେ ଇଣ୍ତିଆନ୍ ଏଗ୍ରିକଲଚର ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ (Indian Agricultural Research Institute) ନମୋ ଡ୍ରୋନ୍ ଦିଦିଙ୍କ (Namo Drone Didi) ପକ୍ଷରୁ ଆୟୋଜିତ କୃଷି ଡ୍ରୋନ୍ ପ୍ରଦର୍ଶନୀ ପରିଦର୍ଶନ କରିବା ସହ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୋଦି ବିରୋଧି କଂଗ୍ରେସକୁ ଟାର୍ଗେଟ୍ କରିଥିଲେ । ଏନେଇ ମୋଦି କହିଥିଲେ, ‘ମୁଁ ଯେବେ ବି ମହିଳା ସଶକ୍ତୀକରଣ କଥା କୁହେ, କଂଗ୍ରେସ ଭଳି ଦଳ ସବୁବେଳେ ମୋତେ ପରିହାସ ଓ ଅପମାନ କରିଥାନ୍ତି । କିନ୍ତୁ ତୃଣମୂଳ ସ୍ତରକୁ ଆଧାର କରି ମୋଦି ସ୍କିମ୍ ଆଣିଥାଏ । ଆଜି ଆମେ ନମୋ ଡ୍ରୋନ୍ ଦିଦିଙ୍କ ଖାତାର ୧୦ ହଜାର କୋଟି ଟଙ୍କା ଜମା କରୁଛୁ । ଯେ କୌଣସି ସମାଜ କିମ୍ବା ଦେଶ ନାରୀ ଶକ୍ତିର ଗରିମା ବଢାଇ ଆଗକୁ ଅଗ୍ରସର ହୋଇପାରିବ । କିନ୍ତୁ ଏହା ଦୁର୍ଭାଗ୍ୟ ଯେ ପୂର୍ବ ସରକାର ମହିଳାଙ୍କ ଉନ୍ନତିକୁ ପ୍ରାଥମିକତା ଦେଉନଥିଲେ’ ।
Also Read- Electoral Bonds Case: ଆଜି ଇଲେକ୍ଟୋରାଲ ବଣ୍ତ ତଥ୍ୟ ପ୍ରଦାନ ନେଇ SBIକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ୨୦୨୨ରେ ନମୋ ଡ୍ରୋନ୍ ଦିଦି ସ୍କିମ୍ ଆରମ୍ଭ କରିଥିଲେ । ଏହି ଯୋଜନାରେ ୧ ଲକ୍ଷ ମହିଳାଙ୍କୁ ୫ ବର୍ଷ ମଧ୍ଯରେ ତାଲିମ ପ୍ରଦାନ କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା। ଏହାକୁ ଦେଶବ୍ୟାପୀ କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକ ଜରିଆରେ ଲାଗୁ କରାଯାଇଥିଲା । ମହିଳାଙ୍କୁ ସଶକ୍ତ କରିବା ଓ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭଶୀଳ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ଅଟେ । ଏହି ସ୍କିମ୍ ଦ୍ବାରା କୃଷି ପାଇଁ ହେଉଥିବା ଖର୍ଚ୍ଚ ମଧ୍ଯ କମ୍ ହୋଇପାରିବ । ଏହାସହ ରୋଜଗାର ସୁଯୋଗ ମଧ୍ୟ ବୃଦ୍ଧି ପାଇବ ।
ପ୍ରକାଶ ଥାଉ କି, ଫେବୃଆରୀ ୧ରେ ଆଗତ ହୋଇଥିବା ବଜେଟରେ ଡ୍ରୋନ୍ ଦିଦିଙ୍କ ନିମନ୍ତେ ୫୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଗତବର୍ଷ ତୁଳନାରେ ଏହା ୨.୫ ଗୁଣା ଅଧିକ ଅଟେ । ୨୦୨୩ରେ ଏହି ସ୍କିମ୍ ପାଇଁ ୨୦୦ କୋଟି ଟଙ୍କା ଦିଆଯାଇଥିଲା ।