PM Kisan Samman Nidhi: ଖୁବ ଶୀଘ୍ର ଆସିବ କିସାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି, ବାଦ ପଡ଼ିବେ ୪କୋଟି ଚାଷୀ
Advertisement
Article Detail0/zeeodisha/odisha1959183

PM Kisan Samman Nidhi: ଖୁବ ଶୀଘ୍ର ଆସିବ କିସାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି, ବାଦ ପଡ଼ିବେ ୪କୋଟି ଚାଷୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି ଆସନ୍ତା କାଲି ଅର୍ଥାତ ୧୫ ନଭେମ୍ବର ୨୦୨୩ ବୁଧବାର ଦିନ ମିଳିବାକୁ ଯାଉଛି। ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ଖୁଣ୍ଟିରୁ ୮ କୋଟି ଚାଷୀଙ୍କୁ କିସ୍ତି ପ୍ରଦାନ କରିବେ। ଏହି କିସ୍ତିରେ ପୂର୍ବଭଳି ୨୦୦୦ ଟଙ୍କା ଚାଷୀଙ୍କ ଖାତାକୁ ଯିବ। ତେବେ ପ୍ର

PM Kisan Samman Nidhi: ଖୁବ ଶୀଘ୍ର ଆସିବ କିସାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି, ବାଦ ପଡ଼ିବେ ୪କୋଟି ଚାଷୀ

PM Kisan Samman Nidhi: ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି ଆସନ୍ତା କାଲି ଅର୍ଥାତ ୧୫ ନଭେମ୍ବର ୨୦୨୩ ବୁଧବାର ଦିନ ମିଳିବାକୁ ଯାଉଛି। ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ଖୁଣ୍ଟିରୁ ୮ କୋଟି ଚାଷୀଙ୍କୁ କିସ୍ତି ପ୍ରଦାନ କରିବେ। ଏହି କିସ୍ତିରେ ପୂର୍ବଭଳି ୨୦୦୦ ଟଙ୍କା ଚାଷୀଙ୍କ ଖାତାକୁ ଯିବ। ତେବେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଅନ୍ତର୍ଭୁକ୍ତ ୧୨ କୋଟି ଚାଷୀଙ୍କ ମଧ୍ୟରୁ ୪ କୋଟି ଚାଷୀଙ୍କୁ ଏହି କିସ୍ତି ମିଳିବ ନାହିଁ। ତେବେ ଏହି ୧୫ତମ କିସ୍ତିରେ ପ୍ରାୟ ୧୮ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି। 

ପ୍ରଧାନ ମନ୍ତ୍ର କିସାନ ସମାନ ନିଧି ଯୋଜନା ଅଧୀନରେ କେନ୍ଦ୍ର ସରକାର ଦେଶର ଚାଷୀଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା ଟ୍ରାନ୍ସଫର କରୁଛନ୍ତି। ପ୍ରତି ୪ ମାସରେ ୨ ହଜାର ଲେଖାଏଁ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି। କେନ୍ଦ୍ର ସରକାର ଜୁଲାଇ ୨୭ ତାରିଖରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତି ପ୍ରକାଶ କରିଥିଲେ। ଏହି ଯୋଜନା ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ୨.୬୨ ଲକ୍ଷ କୋଟି ଟଙ୍କା ଦାଖଲ କରାଯାଇଛି।

ଏପରି କରନ୍ତୁ ଚେକ

  1. ପ୍ରଥମେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ସରକାରୀ ୱେବସାଇଟ https://pmkisan.gov.in/ ଲଗଇନ କରନ୍ତୁ। 
  2. ପରେ ଆପଣ ଡାହାଣ ପଟରେ ଦିଆଯାଇଥିବା Farmers Corner ବିକଳ୍ପ ଉପରେ କ୍ଲିକ କରନ୍ତୁ। 
  3. ଏଠାରେ Beneficiary Status ବିକଳ୍ପ ଉପରେ କ୍ଲିକ କରନ୍ତୁ। କ୍ଲିକ କରିବା ପରେ ଏକ ନୂଆ ପେଜ ଖୋଲିବ। 
  4. ନୂଆ ପେଜରେ ଆଧାର ନମ୍ବର, ବ୍ୟାଙ୍କ ଖାତା ସଂଖ୍ୟା କିମ୍ବା ମୋବାଇନ ନମ୍ବର ମଧ୍ୟରୁ କୌଣସି ଏକ ବିକଳ୍ପ ବାଛନ୍ତୁ। ଏହି ତିନୋଟି ଉପାୟରେ ଆପଣ ଆପଣଙ୍କ ଖାତାକୁ ଟଙ୍କା ଆସିଛି କି ନାହିଁ ଆପଣ ଚେକ କରିପାରିବେ। 
  5. ଆପଣ ଯେଉଁ ବିକଳ୍ପ ବାଛିଛନ୍ତି, ତାହାର ସଂଖ୍ୟା ଭରନ୍ତୁ। ଏହା ପରେ Get Data ଉପରେ କ୍ଲିକ କରନ୍ତୁ। 
  6. ଏଠାରେ କ୍ଲିକ କରିବା ପରେ ଆପଣଙ୍କୁ ସମସ୍ତ ନେଣଦେଣ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଯିବ। 
  7. ଯଦି FTO is generated and Payment confirmation is pending ଲେଖା ସାମ୍ନାୁ ଶାବି ତାହା ହେଲେ ଆପଣଙ୍କୁ ଅର୍ଥ ରାଶି ଆସିବା ପାଇଁ ପ୍ରୋସେସରେ ରହିଥିବା ଧରିନେବାକୁ ହେବ।