'AIର ଜଗତୀକରଣ ବଢ଼ୁ' ପ୍ୟାରିସ୍‌ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ
Advertisement
Article Detail0/zeeodisha/odisha2642009

'AIର ଜଗତୀକରଣ ବଢ଼ୁ' ପ୍ୟାରିସ୍‌ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ ଦେଇ କହିଛନ୍ତି, ଦେଶର ୧୪୦ କୋଟି ଲୋକଙ୍କ ପାଇଁ AI ଭିତ୍ତିଭୂମି କରିପାରିଛୁ ଏବଂ ବୈଷୟିକ ଡାଟା ସୁରକ୍ଷା ପାଇଁ AIର ବ୍ୟବହାର କରାଯାଉଛି । ବିଶ୍ବରେ AIର ଉପଯୋଗିତା ବଢ଼ିବାର ଆବଶ୍ୟକତା ରହିଛି । 

'AIର ଜଗତୀକରଣ ବଢ଼ୁ' ପ୍ୟାରିସ୍‌ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ୟାରିସ୍‌ରେ AI ଆକ୍ସନ ସମ୍ମିଳନୀରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ ଦେଇଛନ୍ତି । ଭାରତରେ AIର ଉପଯୋଗିତା ଉପରେ ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, AI ଆମର ଅର୍ଥନୀତି, ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟାରମ୍ଭ କରିସାରିଛି । ଭାରତରେ AI ପ୍ରତିଭାର କୌଣସି ଅଭାବ ନାହିଁ । ଦେଶର ୧୪୦ କୋଟି ଲୋକଙ୍କ ପାଇଁ AI ଭିତ୍ତିଭୂମି କରିପାରିଛୁ ଏବଂ ବୈଷୟିକ ଡାଟା ସୁରକ୍ଷା ପାଇଁ AIର ବ୍ୟବହାର କରାଯାଉଛି । ବିଶ୍ବରେ AIର ଉପଯୋଗିତା ବଢ଼ିବାର ଆବଶ୍ୟକତା ରହିଛି । AIକୁ ମନୁଷ୍ୟ ସମାଜର ବିକାଶ କ୍ଷେତ୍ରରେ ଲାଗୁ କରିବା ଦରକାର ।

ଆପଣଙ୍କୁ କହିରଖୁଛୁ ଯେ, ଗତକାଲିଠାରୁ ଫ୍ରାନ୍ସ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋମବାର ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ୟାରିସର ଓର୍ଲି ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ମଧ୍ୟ ଦିଆଯାଇଥିଲା । ମୋଦୀଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିଆନ୍ ଲେକୋର୍ଣ୍ଣୁ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିବା ସହ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ । 

ଅନ୍ୟପଟେ, ଫ୍ରାନ୍ସରେ ଥାଇ ମଧ୍ୟ ଆଜି ଭାରତ ଶକ୍ତି ସପ୍ତାହ ୨୦୨୫ ଉଦଘାଟନୀ ଦିବସ ସମାରୋହ ଅବସରରେ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ସମ୍ବୋଧନ ଦେଇ ମୋଦୀ କହିଥିଲେ ଯେ, ଭାରତ କେବଳ ଅଭିବୃଦ୍ଧି ନୁହେଁ ବିକାଶକୁ ମଧ୍ୟ ଆଗେଇ ନେଇଛି ଏବଂ ଏଥିପାଇଁ ଆମ ଶକ୍ତି କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବିଭିନ୍ନ କ୍ଷେତ୍ରରେ ଭାରତର ସ୍ଥିତି ଉପରେ ସୁଧାର ଆସିଛି, ବିକଶିତ ଭାରତ ପାଇଁ ଆଗାମୀ ୨ ଦଶନ୍ଧି ଆମ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ, ଆଗାମୀ ୫ବର୍ଷ ଭିତରେ ବହୁ ମାଇଲଖୁଣ୍ଟ ହାତେଇବାକୁ ଯାଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Also Read- ଫସିଲେ ପୂର୍ବତନ ସବ-କଲେକ୍ଟର ପ୍ରଦୀପ, ଆୟ ବର୍ହିଭୂତ ସମ୍ପତ୍ତି ଜବତ

Also Read- Accident News: ପ୍ରୟାଗରାଜରୁ ବୁଡ଼ ପକାଇ ଫେରିବା ସମୟରେ ଦୁର୍ଘଟଣା, ୭ ମୃତ