Reserve Bank Of India: ଋଣ, ମହଙ୍ଗା ଓ GDPକୁ ନେଇ ଆସିଲା ବଡ଼ ଖବର
Advertisement
Article Detail0/zeeodisha/odisha1374088

Reserve Bank Of India: ଋଣ, ମହଙ୍ଗା ଓ GDPକୁ ନେଇ ଆସିଲା ବଡ଼ ଖବର

Reserve Bank Of India: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ଯେ, repo rate ୫୦ ବେସିସ ପଏଣ୍ଟ ବୃଦ୍ଧି କରାଯାଇଛି। ଫଳରେ ଏହା ୫.୯ ପ୍ରତିଶତକୁ ପହଞ୍ଚିଛି। ତେବେ ଏହାକୁ ତତ୍କାଳ ଲାଗୁ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅର୍ଥ ବ୍ୟାଙ୍କ ଋଣ ମହଙ୍ଗା ହୋଇଛି। ରେପୋ ରେଟ ବୃଦ୍ଧିର ପ୍ରଭାବ ସିଧାସଳଖ ମଧ୍ୟବିତ୍ତ ପରିବାର ଉପରେ ପଡିବ। 

Reserve Bank Of India: ଋଣ, ମହଙ୍ଗା ଓ GDPକୁ ନେଇ ଆସିଲା ବଡ଼ ଖବର

Reserve Bank Of India, ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ନେଇ ଏକ ବଡ ଖବର ଆସିଛି। ଶୁକ୍ରବାର ଋଣ, ମହଙ୍ଗା, GDP ଓ ଦୁର୍ବଳ ଟଙ୍କା ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ପ୍ରେସମିଟ କରିଛନ୍ତି। ସୁଧ ହାର ମହଙ୍ଗା ହୋଇଥିବା ବେଳେ ଅନ୍ୟଦେଶ ତୁଳନାରେ ଟଙ୍କାର ସ୍ଥିତି ସୁଦୃଢ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସୂଚନା ଦେଇଛନ୍ତି। ଏହା ସହ ଭାରତର ଜିଡିପି ଉପରେ ମଧ୍ୟ ସେ ନିଜର ମନ୍ତବ୍ୟ ରଖିଛନ୍ତି। 

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ଯେ, repo rate ୫୦ ବେସିସ ପଏଣ୍ଟ ବୃଦ୍ଧି କରାଯାଇଛି। ଫଳରେ ଏହା ୫.୯ ପ୍ରତିଶତକୁ ପହଞ୍ଚିଛି। ତେବେ ଏହାକୁ ତତ୍କାଳ ଲାଗୁ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅର୍ଥ ବ୍ୟାଙ୍କ ଋଣ ମହଙ୍ଗା ହୋଇଛି। ରେପୋ ରେଟ ବୃଦ୍ଧିର ପ୍ରଭାବ ସିଧାସଳଖ ମଧ୍ୟବିତ୍ତ ପରିବାର ଉପରେ ପଡିବ। ଗୃହ ଋଣ, କାର ଋଣ ପାଇଁ ଏଣିକି ଗ୍ରାହକଙ୍କୁ ଅଧିକ ଇଏମଆଇ ଦେବାକୁ ପଡିବ। ସେହିପରି SDF rate ୫.୬୫ ପ୍ରତିଶତ ଓ MSF bank rate ୬.୧୫ ପ୍ରତିଶତ ହୋଇଛି। ତେବେ Monetary Policy Committee (MPC) ମହଙ୍ଗା ହ୍ରାସ ଉପରେ ନଜର ରଖିଥିବା ରିଜର୍ଭ ବ୍ୟାଙ୍କ କହିଛି।

Also Read: ପୁନଃନିଯୁକ୍ତ ଅବସରପ୍ରାପ୍ତଙ୍କ ଦରମା ବଢାଇଲେ ସରକାର, ଠିକା କର୍ମଚାରୀ ଦେଲେ ରଣ ହୁଙ୍କାର

GDPକୁ ନେଇ ରିଜର୍ଭ ବ୍ୟାଙ୍କ କହିଛି ଯେ, ଚଳିତ ବର୍ଷ ପ୍ରଥମାର୍ଦ୍ଧରେ GDPର ପ୍ରକୃତ ବୃଦ୍ଧି ହୋଇଛି। ଯେହା ଆଶା କରାଯାଉଥିଲା ସେଭଳି GDP ଅଭିବୃଦ୍ଧି ହୋଇନଥିଲେ ମଧ୍ୟ ୧୩.୫ ପ୍ରତିଶତରୁ କମ ହୋଇନାହିଁ। ଏହି ହାର ବିଶ୍ୱର ଅନ୍ୟ ପ୍ରମୁଖ ଦେଶର ଅର୍ଥନୀତି ତୁଳନାରେ ଅଧିକ ରହିଛି। ସେହିପରି ମୁଦ୍ରସ୍ପିତିକୁ ନେଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କ କହିବା ହେଲା, ବର୍ତ୍ତମାନ ଦେଶରେ ମୁଦ୍ରସ୍ପିତି ୭ ପ୍ରତିଶତ ରହିଛି, ଏହାକୁ ଆର୍ଥିକ ବର୍ଷର ଶେଷ ସୁଦ୍ଧା ୬ ପ୍ରତିଶତକୁ ଆଣିବା ପାଇଁ ଚେଷ୍ଟା କରାଯାଉଛି।

ଲଗାତର ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ଗୋଟିଏ ଡଲାର ବିନିମୟରେ ଭାରତକୁ ପ୍ରାୟ ୮୨ ଟଙ୍କା ଦେବାକୁ ପଡୁଛି। କିନ୍ତୁ ରିଜର୍ଭ ବ୍ୟାଙ୍କ କହିଛି ଯେ, ଚଳିତ ଆର୍ଥିକ ବର୍ଷରେ ଅନେକ ଶକ୍ତିଶାଳୀ ମୂଦ୍ରା ତୁଳନାରେ ଡଲାରର ମୂଲ୍ୟ ୧୪.୫ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଟଙ୍କା ନିୟନ୍ତ୍ରଣାଧିନ ଅଛି। ଡଲାର ତୁଳନାରେ ଟଙ୍କା ମାତ୍ର ୭.୪ ପ୍ରତିଶତ ଦୁର୍ବଳ ହୋଇଥିବା ଗଭର୍ଣ୍ଣର ଦାଶ ସୂଚନା ଦେଇଛନ୍ତି।