Sanjay Raut News: ଅଣ୍ଡା ସେଲରେ ଥିଲେ ସଞ୍ଜୟ ରାଉତ, କହିଲେ ଏପରି ଥିଲା ଜେଲର ମାହୋଲ
Advertisement
Article Detail0/zeeodisha/odisha1447331

Sanjay Raut News: ଅଣ୍ଡା ସେଲରେ ଥିଲେ ସଞ୍ଜୟ ରାଉତ, କହିଲେ ଏପରି ଥିଲା ଜେଲର ମାହୋଲ

ମୁମ୍ବାଇ: ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ସହଯୋଗୀ ସଞ୍ଜୟ ରାଉତ ଜେଲରେ ରହିଥିବା ସମୟର ଦୁଃଖକୁ ପ୍ରକାଶ କରିଛନ୍ତି। ଶୁକ୍ରବାର ସେ କହିଛନ୍ତି ଯେ ଜେଲରେ ଥିବା ସମୟରେ ତାଙ୍କର ଶରୀରର ଓଜନ ୧୦ କିଲୋଗ୍ରାମ ହ୍ରାସ ହୋଇଛି। 

Sanjay Raut News: ଅଣ୍ଡା ସେଲରେ ଥିଲେ ସଞ୍ଜୟ ରାଉତ, କହିଲେ ଏପରି ଥିଲା ଜେଲର ମାହୋଲ

Sanjay Raut News: ମୁମ୍ବାଇ: ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ସହଯୋଗୀ ସଞ୍ଜୟ ରାଉତ ଜେଲରେ ରହିଥିବା ସମୟର ଦୁଃଖକୁ ପ୍ରକାଶ କରିଛନ୍ତି। ଶୁକ୍ରବାର ସେ କହିଛନ୍ତି ଯେ ଜେଲରେ ଥିବା ସମୟରେ ତାଙ୍କର ଶରୀରର ଓଜନ ୧୦ କିଲୋଗ୍ରାମ ହ୍ରାସ ହୋଇଛି। ଅର୍ଥ ହେରଫେର ମାମଲାରେ ତାଙ୍କୁ ସ୍ୱତନ୍ତ୍ର ଅଦାଲତ ଜାମିନ ପ୍ରଦାନ କରିବା ପରେ ଏବେ ସେ ବାହାରେ ରହିଛନ୍ତି। ଶ୍ରୀ ରାଉତ କହିଛନ୍ତି ଯେ ତାଙ୍କୁ 'ଅଣ୍ଡା ସେଲରେ ରଖାଯାଇଥିଲା, ଯେଉଁଠାରେ ସେ ୧୫ ଦିନ ସୂର୍ଯ୍ୟ କିରଣ ଦେଖି ନାହାଁନ୍ତି। ସେ କହିଛନ୍ତି, ଜେଲର ଫ୍ଲଡ଼ ଲାଇଟ ସସ୍ପର୍ଷରେ ଦୀର୍ଘ ସମୟ ଧରି ରହିବା କାରଣରୁ ମୋର ଆଖିର ଦୃଷ୍ଟିଶକ୍ତି ଖରାପ ହୋଇଯାଇଛି ବୋଲି ସେ କହିଥିଲେ।

ଶ୍ରୀ ରାଉତ ଆହୁରି ମଧ୍ୟ କହିଥିଲେ କି ମୋତେ ବର୍ତ୍ତମାନ ସମୟରେ ପଢିବା କିମ୍ବା ଦେଖିବାରେ ସମସ୍ୟା ସୃଷ୍ଟି ହେଉଛି। ଏପରିକି ଶୁଣିବା ଓ ଦେଖିବାରେ ମଧ୍ୟ ସମସ୍ୟା ସୃଷ୍ଚି ହୋଇଛି। ଏସବୁ ମୋତେ ସାମ୍ନା କରିବାକୁ ପଡ଼ିଛି ଏଥିରେ କିଛି କଥା ନାହିଁ। କିନ୍ତୁ ଜେଲରୁ ଫେରିବା ପରେ ସ୍ମୃତି ଶକ୍ତି କମି ଯାଇଥିବା ନେଇ ମଧ୍ୟ ସେ କହିଥିଲେ। 

ନିଜକୁ 'ଯୁଦ୍ଧର ବନ୍ଦୀ' ବୋଲି କହି ରାଉତ ଦାବି କରିଛନ୍ତି ଯେ ଯଦି ସେ ସେମାନଙ୍କ ନିକଟରେ ଆତ୍ମସମର୍ପଣ କରିଥାନ୍ତେ କିମ୍ବା 'ମୂକ ଦର୍ଶକ ହୋଇଥାନ୍ତେ, ତେବେ ତାଙ୍କୁ ଗିରଫ କରାଯାଇ ନଥାନ୍ତା।' ସେ କହିଛନ୍ତି, 'ମୁଁ ନିଜକୁ ଯୁଦ୍ଧର ବନ୍ଦୀ ବୋଲି କହୁଛି। ହଁ, ସରକାର ଭାବନ୍ତି ଯେ ଆମେ ସେମାନଙ୍କ ସହ ଯୁଦ୍ଧ କରୁଛୁ। ରାଉତ କହିଛନ୍ତି ଯେ ସେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଜେଲରେ ଦେଖିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ। ଦୁର୍ନୀତି ଏବଂ କ୍ଷମତାର ଅପବ୍ୟବହାର ଅଭିଯୋଗରେ ଦେଶମୁଖ ଜେଲରେ ଅଛନ୍ତି। ସରକାର କେବଳ ବିରୋଧୀ ଦଳକୁ ଗିରଫ କରିବେ କି ବୋଲି ସଞ୍ଜୟ ରାଉତ ପ୍ରଶ୍ନ କରିଛନ୍ତି। 

ଠାକରେ ପରିବାରକୁ କୃତଜ୍ଞତା ଜଣାଇ ସଞ୍ଜୟ ରାଉତ କହିଛନ୍ତି ଯେ ମୁଁ ଯାହା ବି କିଛି ହେଇଛି, ବାଲାସାହେବ ଠାକରେ ଓ ଠାକରେ ପରିବାର ଯୋଗୁଁ ହୋଇ ପାରିଛି। ବିଦ୍ରୋହୀ ଉଦ୍ଧବ ଠାକରେ ଏବଂ ବର୍ତ୍ତମାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଦଳ ଛାଡୁଥିବା ନେତାଙ୍କ ଉପରେ ସେ କହିଛନ୍ତି ଯେ ଯେଉଁମାନେ ଦଳ ଛାଡିବାକୁ ଚାହାଁନ୍ତି ସେମାନେ ଯାଇପାରିବେ, ଏହା ବଞ୍ଚିବ ଏବଂ ବଢିବ। ଲୋକମାନେ ତାଙ୍କ ଦଳ ସହ ଅଛନ୍ତି ଏବଂ କେବଳ ବିଧାୟକ ଏବଂ ନେତା ଅଛନ୍ତି। ସେମାନଙ୍କର ଲାଭ ପାଇଁ ଯାଉଛନ୍ତି।

ଅଧିକ ପଢନ୍ତୁ: PF ଆକାଉଣ୍ଟଧାରୀମାନଙ୍କୁ ମାଗଣାରେ ମିଳିଥାଏ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା! ଏପରି ଉଠାନ୍ତୁ ଲାଭ

ଅଧିକ ପଢନ୍ତୁ: Atal Bihari Vajpayee Biopic: ବାଜପେୟୀଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ନଜର ଆସିବେ ଏହି ଅଭିନେତା