ପିଏମ ମୋଦିଙ୍କ ଗୋଟିଏ ଫୋନ କଲ୍ ଚୀନକୁ କରିଦେଲା ବିବ୍ରତ
Advertisement
Article Detail0/zeeodisha/odisha1251515

ପିଏମ ମୋଦିଙ୍କ ଗୋଟିଏ ଫୋନ କଲ୍ ଚୀନକୁ କରିଦେଲା ବିବ୍ରତ

ଏଠାରେ କହି ରଖୁଛୁ ଯେ, ୧୯୫୯ରେ ତିବ୍ଦତରୁ ପଳାୟନ କରି ଦଲାଇ ଲାମା ଭାରତରେ ପହଞ୍ଚିଥିଲେ । ତିବ୍ଦତ ବର୍ତ୍ତମାନ ଚୀନ୍ ଅଧୀନରେ ଅଛି ଓ ଚୀନ ତିବ୍ଦତକୁ ନିଜର ଅଂଶ ଭାବରେ ମନେ କରେ । ଦଲାଇ ଲାମା ଭାରତରେ ପହଞ୍ଚିବା ପରଠାରୁ ହିମାଚଳ ପ୍ରଦେଶର ଧର୍ମଶାଲାର ଏକ ବୈଦ୍ଧ ମଠରେ ରହୁଛନ୍ତି । 

ପିଏମ ମୋଦିଙ୍କ ଗୋଟିଏ ଫୋନ କଲ୍ ଚୀନକୁ କରିଦେଲା ବିବ୍ରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ବୁଧବାର ତିବ୍ଦତୀୟ ନିର୍ବାସିତ ଧର୍ମଗୁରୁ ଦଲାଇ ଲାମାଙ୍କୁ ତାଙ୍କ ଜନ୍ମଦିନ (Dalai Lama Birth Day) ରେ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସେ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ଆଜି ଫୋନ କରି ପରମ ପବିତ୍ର ଦଲାଇ ଲାମାଙ୍କୁ ୮୭ ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛି । ମୁଁ ତାଙ୍କ ଦୀର୍ଘ ଜୀବନ ଓ ସ୍ୱାସ୍ଥ୍ୟ କାମନା କରୁଛି । ସେପଟେ ଦଲାଇ ଲାମାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋନ୍ କଲ୍ ଚୀନକୁ ଜମା ପସନ୍ଦ ଆସି ନାହିଁ ।

ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କୁ ଯେତେବେଳେ ଦଲାଇ ଲାମାଙ୍କ ପାଇଁ  ଭାରତୀୟ ପ୍ରଧାନମନ୍ତ୍ରୀ ତଥା ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ଶୁଭେଚ୍ଛା ଉପରେ ପଚରାଯିବାରୁ ଚୀନ ମୁଖପାତ୍ର କହିଛନ୍ତି ଯେ, "ଭାରତ ଚତୁର୍ଦ୍ଦଶ ଦଲାଇ ଲାମାଙ୍କ ଚୀନ ବିରୋଧୀ ବିଚ୍ଛିନ୍ନତାବାଦୀ ମନୋଭାବକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିବା ଉଚିତ ଓ ତିବ୍ଦତ ସହ ଜଡିତ ପ୍ରସଙ୍ଗରେ ଚୀନକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିୂବା ଆବଶ୍ୟକ ।"

ଚୀନ୍‌ର ମୁଖପାତ୍ର କହିଛନ୍ତି ଯେ, ତିବ୍ଦତ ସହ ଜଡିତ ପ୍ରସଙ୍ଗ ବ୍ୟବହାର କରି ଚୀନର ଆଭ୍ୟନ୍ତରୀଣ ମାମଲାରେ ଭାରତ ହସ୍ତକ୍ଷେପ କରିବା ଉଚିତ ନୁହେଁ ଓ ସଚେତ ହୋଇ କହିବା ଓ ପଦକ୍ଷେପ ନେବା ଉଚିତ୍ । ଚୀନ୍‌ର ଏହି ମନ୍ତବ୍ୟ ଉପରେ ଭାରତ ମଧ୍ୟ ପ୍ରତିକ୍ରିୟା ରଖିଛି । ଭାରତ ଏହାର ଉତ୍ତରରେ କହିଛି ଯେ ଦଲାଇ ଲାମାଙ୍କର ଭାରତରେ ସମ୍ମାନିତ ଅତିଥି ମାନ୍ୟତା ରହିଛି ଓ ସେ ଜଣେ ସମ୍ମାନିତ ଧାର୍ମିକ ଗୁରୁ, ଯାହାଙ୍କ ଭାରତରେ ବହୁ ସଂଖ୍ୟାରେ ଅନୁଗାମୀ ଅଛନ୍ତି ।

ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, "ପରମ  ପବିତ୍ର ଦଲାଇ ଲାମାଙ୍କୁ ସମସ୍ତ ସମ୍ମାନ ଓ ନିଜର ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକଳାପ ପାଇଁ ସମସ୍ତ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ମିଳିଛି । ଭାରତ ତଥା ବିଶ୍ୱର ଅନେକ ଅନୁଗାମୀ ଦଲାଇ ଲାମାଙ୍କ ଜନ୍ମଦିନ ପାଳନ କରନ୍ତି । ପ୍ରଧାନମନ୍ତ୍ରୀଙ୍କ ତରଫରୁ ୮୭ତମ ଜନ୍ମଦିନ ଅବସରରେ ଦିଆଯାଇଥିବା ଶୁଭେଚ୍ଛା ଏହି ସନ୍ଦର୍ଭରେ ଦେଖାଯିବା ଉଚିତ୍ ।"

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ଗୁମର ଖୋଲିଲେ ଶିବସେନାର ଏହି ବିଦ୍ରୋହୀ ବିଧାୟକ, କହିଲେ ବିଦ୍ରୋହର ପ୍ରକୃତ କାରଣ

ଏହା ବି ପଢ଼ନ୍ତୁ:-'ଯଦି ରାଷ୍ଟ୍ରପତି ହେବି ତ...' କାଶ୍ମୀରକୁ ନେଇ ଯଶୱନ୍ତ ସିହ୍ନା ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ବଡ଼ ପଦକ୍ଷେପ, ଭାରତ ସମେତ ୫ଟି ଦେଶର ରାଷ୍ଟ୍ରଦୂତଙ୍କୁ କଲେ ବରଖାସ୍ତ; ଜାଣନ୍ତୁ ଏହା ପଛର କାରଣ

 

ଏଠାରେ କହି ରଖୁଛୁ ଯେ, ୧୯୫୯ରେ ତିବ୍ଦତରୁ ପଳାୟନ କରି ଦଲାଇ ଲାମା ଭାରତରେ ପହଞ୍ଚିଥିଲେ । ତିବ୍ଦତ ବର୍ତ୍ତମାନ ଚୀନ୍ ଅଧୀନରେ ଅଛି ଓ ଚୀନ ତିବ୍ଦତକୁ ନିଜର ଅଂଶ ଭାବରେ ମନେ କରେ । ଦଲାଇ ଲାମା ଭାରତରେ ପହଞ୍ଚିବା ପରଠାରୁ ହିମାଚଳ ପ୍ରଦେଶର ଧର୍ମଶାଲାର ଏକ ବୈଦ୍ଧ ମଠରେ ରହୁଛନ୍ତି । ଚୀନ ଦଲାଇ ଲାମାଙ୍କୁ ବିଚ୍ଛିନ୍ନତାବାଦୀ ନେତା ଭାବେ ମନେ କରେ । ଚୀନ ଭାରତରେ ଦଲାଇ ଲାମାଙ୍କ ଗତିବିଧି ଉପରେ ନଜର ରଖିଛି ଓ ଚୀନ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ତାଙ୍କ ଉପରେ ମନ୍ତବ୍ୟ ଦେଇଆସୁଛି ।