'ଗରମ ତାୱାରେ ମାଡ଼ ମାରିଛି, ଦାନ୍ତ ଭାଙ୍ଗିଛି, ପରିସ୍ରା ଚଟାଇଛି', ଚାକରାଣୀ ଉପରେ ଅତ୍ୟାଚାର ଅଭିଯୋଗରେ ବିଜେପି ନେତ୍ରୀ ସୀମା ପାତ୍ର ଗିରଫ
Advertisement
Article Detail0/zeeodisha/odisha1328095

'ଗରମ ତାୱାରେ ମାଡ଼ ମାରିଛି, ଦାନ୍ତ ଭାଙ୍ଗିଛି, ପରିସ୍ରା ଚଟାଇଛି', ଚାକରାଣୀ ଉପରେ ଅତ୍ୟାଚାର ଅଭିଯୋଗରେ ବିଜେପି ନେତ୍ରୀ ସୀମା ପାତ୍ର ଗିରଫ

Seema Patra Arrest: ସେ କହିଛନ୍ତି ଯେ, ସୀମା ପାତ୍ର ତାଙ୍କୁ କେତେବେଳେ ଗରମ ତାୱାରେ ମାଡ଼ ମାରିଛନ୍ତି ତ କେତେବେଳେ ରୋଡରେ ଦାନ୍ତ ଭାଙ୍ଗିଛନ୍ତି ଓ ଭୋକିଲା ଓ ଶୋଷିଲା ଅବସ୍ଥାରେ କୋଠରୀରେ ବନ୍ଧ କରି ରଖିଥିଲେ । ତାଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ଦିଆଯାଇନଥିବା କଥା ସେ କହିଛନ୍ତି । ନିର୍ଯାତନା ଏତିକିରେ ଶେଷ ହୋଇନଥିଲା, ସୀମା ପାତ୍ର ଏହି ଯୁବତୀଙ୍କୁ ଜିଭରେ ପରିସ୍ରା ସଫା କରିବାକୁ ବାଧ୍ୟ କରିଥିଲେ ।

'ଗରମ ତାୱାରେ ମାଡ଼ ମାରିଛି, ଦାନ୍ତ ଭାଙ୍ଗିଛି, ପରିସ୍ରା ଚଟାଇଛି', ଚାକରାଣୀ ଉପରେ ଅତ୍ୟାଚାର ଅଭିଯୋଗରେ ବିଜେପି ନେତ୍ରୀ ସୀମା ପାତ୍ର ଗିରଫ

ରାଞ୍ଚି: Seema Patra Arrest: ଝାଡଖଣ୍ଡର ରାଞ୍ଚିରୁ ଏଭଳି ଖବର ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ବିଚଳିତ ହୋଇପଡ଼ିବ । ରାଞ୍ଚିରେ ଘରେ କାମ କରୁଥିବା ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ସମସ୍ତ ସୀମା ପାର ହୋଇଯାଇଥିଲା । ଏହି ଅଭିଯୋଗ ବିଜେପି ନେତ୍ରୀ ସୀମା ପାତ୍ରଙ୍କ ଉପରେ ରହିଛି । ବର୍ତ୍ତମାନ ନିଲମ୍ବିତ ବିଜେପି ନେତ୍ରୀ ସୀମା ପାତ୍ରଙ୍କୁ ଗିରଫ କରାଯାଇଛି । ସୀମା ପାତ୍ରଙ୍କୁ ରାଞ୍ଚିରୁ ଗିରଫ କରାଯାଇଛି । ସୀମା ପାତ୍ରଙ୍କ ଘରେ କାମ କରୁଥିବା ଜଣେ ଯୁବତୀ ନିଜ ଦୁଃଖ ଯନ୍ତ୍ରଣାର କାହାଣୀ ବର୍ଣ୍ଣନା କରିଛନ୍ତି ।

ଆଜି ଭୋର ୪ଟାରେ ରାଞ୍ଚିରୁ ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ସୀମା ପାତ୍ରଙ୍କୁ ଅରଗୋଡ଼ା ପୋଲିସ ଗିରଫ କରିଛି । ମାମଲା ରୁଜୁ କରିବା ପରେ ପୋଲିସ ସୀମା ପାତ୍ରଙ୍କୁ ଖୋଜୁଥିଲା । ମଙ୍ଗଳବାର ସୀମାଙ୍କ ଘରୋଇ ଚାକରାଣୀ ଭାବରେ କାର୍ଯ୍ୟ କରୁଥିବା ସୁନୀତାଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଛି । ଗିରଫ ଭୟରେ ସୀମା ପାତ୍ର ଫେରାର ହୋଇଯାଇଥିଲେ । ଗତ ୨ ଦିନ ଧରି ରାଞ୍ଚି ପୋଲିସ ସୀମା ପାତ୍ରଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଥିଲା । ଅନେକ ଥର ପୋଲିସ ମଧ୍ୟ ସମ୍ୱନ୍ଧିତ ସ୍ଥାନରେ ଚଢ଼ାଉ କରିଥିଲା । ଏହା ପୂର୍ବରୁ ମଙ୍ଗଳବାର ଏହି ଘଟଣା ସାମ୍ନାକୁ ଆସିବା ପରେ ବିଜେପି ସୀମା ପାତ୍ରଙ୍କୁ ଦଳରୁ ନିଲମ୍ୱିତ କରିଥିଲା ।

ସୁନୀତା କହିଛନ୍ତି ଯେ, ସୀମା ପାତ୍ର ତାଙ୍କୁ କେତେବେଳେ ଗରମ ତାୱାରେ ମାଡ଼ ମାରିଛନ୍ତି ତ କେତେବେଳେ ରୋଡରେ ଦାନ୍ତ ଭାଙ୍ଗିଛନ୍ତି ଓ ଭୋକିଲା ଓ ଶୋଷିଲା ଅବସ୍ଥାରେ କୋଠରୀରେ ବନ୍ଧ କରି ରଖିଥିଲେ । ତାଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ଦିଆଯାଇନଥିବା କଥା ସେ କହିଛନ୍ତି । ନିର୍ଯାତନା ଏତିକିରେ ଶେଷ ହୋଇନଥିଲା, ସୀମା ପାତ୍ର ଏହି ଯୁବତୀଙ୍କୁ ଜିଭରେ ପରିସ୍ରା ସଫା କରିବାକୁ ବାଧ୍ୟ କରିଥିଲେ । ସେ କହିଛନ୍ତି ଯେ, ସେ ବର୍ଷ ବର୍ଷ ଧରି ସୂର୍ଯ୍ୟ କିରଣ ଦେଖି ନଥିଲେ । ଏହା ଦୁଇ ମାସର କାହାଣୀ ନୁହେଁ । ଅତ୍ୟାଚାରର ଏହି ପର୍ଯ୍ୟାୟ ଗତ ୮ ବର୍ଷ ଧରି ଚାଲିଥିଲା ।

ଏହା ବି ପଢ଼ନ୍ତୁ:-୨୦୨୪ରେ ନରେନ୍ଦ୍ର ମୋଦିଙ୍କୁ କିଏ ଦେବେ ଟକ୍କର? ଏହି ନେତା ବିଗାଡ଼ିବ ରାହୁଲ ଗାନ୍ଧୀଙ୍କ ଖେଳ!

ଏହା ବି ପଢ଼ନ୍ତୁ:-କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର; ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି, ଟ୍ୱିଟ୍ କରି ସରକାର କଲେ ଘୋଷଣା

ଏହା ବି ପଢ଼ନ୍ତୁ:-ସେପ୍ଟେମ୍ୱର ୧ରୁ ହେବାକୁ ଯାଉଛି ଏହି ୫ଟି ବଡ଼ ପରିବର୍ତ୍ତନ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

ସୂଚନାଯୋଗ୍ୟ, ନିଲମ୍ବିତ ବିଜେପି ନେତ୍ରୀ ସୀମା ପାତ୍ରଙ୍କ ସ୍ୱାମୀ ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ । ତାଙ୍କ ଘରେ ଏହି ନିର୍ଯ୍ୟାତନା ବର୍ଷ ବର୍ଷ ଧରି ଜାରି ରହିଥିଲା । ଭିଡିଓ ଭାଇରାଲ ହେବା ପରେ ବିଜେପି ସୀମାଙ୍କୁ ଦଳରୁ ନିଲମ୍ବିତ କରିଛି । ୨୯ ବର୍ଷୀୟ ପୀଡିତା ଝାଡଖଣ୍ଡର ଗୁମଲା ନିବାସୀ ।  ସେ ପ୍ରାୟ ୧୦ ବର୍ଷ ଧରି ପାତ୍ର ପରିବାରରେ କାମ କରୁଥିଲେ । ଯେତେବେଳେ ଜଣେ ପଡ଼ୋଶୀ ପୋଲିସକୁ ସୂଚନା ଦେଇଥିଲେ, ସେତେବେଳେ ଯାଇ ଯୁବତୀଙ୍କୁ ସୀମା ପାତ୍ରଙ୍କ ଘରୁ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ପୀଡିତା ରାଞ୍ଚିର RIMS ରେ ଚିକିତ୍ସିତ ହେଉଛନ୍ତି । ସୀମା ପାତ୍ର ବିଜେପି ଜାତୀୟ ମହିଲା ମୋର୍ଚ୍ଚା କାର୍ଯ୍ୟ କମିଟିର ସଦସ୍ୟ ତଥା ରାଜ୍ୟ ବିଜେପି କାର୍ଯ୍ୟ କମିଟିର ସଦସ୍ୟ ଥିଲେ ।