India China Clash Video: ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଭିଡିଓ ଭାଇରାଲ ହେବା ପରେ ଅରୁଣାଚଳ ପ୍ରଦେଶସ୍ଥିତ ପ୍ରକୃତ ନିୟନ୍ତ୍ରଣ ସୀମା ରେଖା ଠାରେ ଭାରତ-ଚୀନ୍ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହେଉଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ଗତ ୯ ଡିସେମ୍ବରରେ ଘଟିଥିବା ଘଟଣା ସହ ସମ୍ପୃକ୍ତ ନୁହେଁ ବୋଲି ଭାରତୀୟ ସେନା ସ୍ପଷ୍ଟ କରିଛି। ସଦ୍ୟ ଯେଉଁ ଭିଡ଼ିଓ ଭାଇରାଲ ହୋଇଛି, ସେଥିରୁ ଦେଖିବାକୁ ମିଳିଛି ଯେ, ଚୀନ ସୈନ୍ୟ ଭାରତୀୟ ଜମି ହଡପ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ସେମାନଙ୍କୁ ଭାରତୀୟ ସୈନିକ ଉତ୍ତମ ମଧ୍ୟମ ଦେଉଥିବାର ଦେଖିବାକୁ ମିଳୁଛି।
Trending Photos
India China Clash: ପ୍ରକୃତ ନିୟନ୍ତ୍ରଣ ସୀମାରେଖାରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୯ ଡିସେମ୍ବରରେ ଅରୁଣାଚଳ ପ୍ରଦେଶ ତୱାଙ୍ଗ ସେକ୍ଟର ଠାରେ ମୁହାମୁହିଁ ହୋଇଥିଲେ
ଭାରତ-ଚୀନ ସୈନିକ। ଏଠାରେ ଉଭୟ ପକ୍ଷରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଯେଉଁଥିରେ ଉଭୟ ଦେଶର କିଛି ସୈନିକ ଆହତ ହୋଇଥିବାର କୁହାଯାଉଛି। ସୀମାରେ ହୋଇଥିବା ସଂଘର୍ଷ ଘଟଣାରେ ଭାରତ ଚୀନ୍କୁ ଦାୟୀ କରିଛି। ସଦ୍ୟ ସୀମାରେ ହୋଇଥିବା ସଂଘର୍ଷ ମଧ୍ୟରେ ସୋସିଆଲ ମିଡିଆ ଜରିଆରେ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଭାରତ-ଚୀନ ସୈନିକଙ୍କୁ ମୁହାମୁହିଁ ହୋଇଥିବାର ଦେଖିବାକୁ ମିଳିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଭିଡିଓ ଭାଇରାଲ ହେବା ପରେ ଅରୁଣାଚଳ ପ୍ରଦେଶସ୍ଥିତ ପ୍ରକୃତ ନିୟନ୍ତ୍ରଣ ସୀମା ରେଖା ଠାରେ ଭାରତ-ଚୀନ୍ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହେଉଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ଗତ ୯ ଡିସେମ୍ବରରେ ଘଟିଥିବା ଘଟଣା ସହ ସମ୍ପୃକ୍ତ ନୁହେଁ ବୋଲି ଭାରତୀୟ ସେନା ସ୍ପଷ୍ଟ କରିଛି। ଏହି ଘଟଣା ଗତ ୨୦୨୦ ଜୁନରେ ପୂର୍ବ ଲଦାଖସ୍ଥିତ ଗଲୱାନ ଉପତ୍ୟାକାରେ ହୋଇଥିବା ସଂଘର୍ଷ ପରେ ଘଟିଥିଲା। ଗଲୱାନ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିବା ବେଳେ, ପ୍ରାୟ ୪୦-୫୦ ଚୀନ ସୈନିକ ପ୍ରାଣ ହରାଇଥିଲେ ଅଥବା ଆହତ ହୋଇଥିଲା।
ହେଲେ ସଦ୍ୟ ଯେଉଁ ଭିଡ଼ିଓ ଭାଇରାଲ ହୋଇଛି, ସେଥିରୁ ଦେଖିବାକୁ ମିଳିଛି ଯେ, ଚୀନ ସୈନ୍ୟ ଭାରତୀୟ ଜମି ହଡପ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ସେମାନଙ୍କୁ ଭାରତୀୟ ସୈନିକ ଉତ୍ତମ ମଧ୍ୟମ ଦେଉଥିବାର ଦେଖିବାକୁ ମିଳୁଛି। ଏହା ପରେ ଭାରତୀୟ ସୈନିକ ଚୀନ ସୈନ୍ୟଙ୍କୁ ସେମାନଙ୍କ ନିଜ ସୀମାକୁ ପଠାଇ ଦେଉଛନ୍ତି। ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ଭାରତୀୟ ସୈନିକଙ୍କ ସ୍ୱର ଶୁଣିବାକୁ ମିଳୁଛି। ସଂଘର୍ଷ ବେଳେ ଭାରତୀୟ ସେନା ଚୀନ ସୈନିକଙ୍କୁ ବାଡ଼ିରେ ପିଟୁଥିବାର ନଜର ଆସୁଛନ୍ତି।
ସୋସିଆଲ ମିଡିଆ ଜରିଆରେ ଏହି ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି। ହେଲେ କିଛି ସୋସିଆଲ ମିଡିଆ ୟୁଜର ଏହାକୁ ପୁରୁଣା ଭିଡ଼ିଓ ବୋଲି କହିଛନ୍ତି। ହେଲେ ଅନ୍ୟ କିଛି ୟୁଜର କହିଛନ୍ତି ଏହି ଭିଡ଼ିଓ ପୁରୁଣା ହେଲେ ମଧ୍ୟ କୌଣସି ଫରକ ପଡ଼ିବ ନାହିଁ। ହେଲେ ଭାରତୀୟ ସୈନିକ ଚୀନ ସୈନ୍ୟଙ୍କୁ ନିର୍ଘାତ ପିଟୁଛନ୍ତି।
ଗତ ୯ ଡିସେମ୍ବରରେ ଅରୁଣାଚଳ ପ୍ରଦେଶ ତୱାଙ୍ଗ ସେକ୍ଟର ଠାରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲେ। ପ୍ରାୟ ୩୦୦-୪୦୦ ସଶସ୍ତ୍ର ଚୀନ ସୈନିକ ଏହି ଅଞ୍ଚଳରେ ପ୍ରାୟ ୧୭ ହଜାର ୫୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ସର୍ବୋଚ୍ଚ ଶିଖର ୟାଙ୍ଗସେ ଅଞ୍ଚଳକୁ ଦଖଲ କରିବାକୁ ପହଞ୍ଚିଥିଲେ। ସେମାନେ ଭାରତୀୟ ସେନା ପକ୍ଷରୁ ଲଗାଯାଇଥିବା ତାରବାଡ଼ ଅତିକ୍ରମ କରି ସେଠାରୁ ଆଗକୁ ବଢିବାକୁ ଚେଷ୍ଟା କରିଥିଲେ। ଚୀନ ସୈନିକ ସେମାନଙ୍କ ସହ ରାଇଫଲ ଏବଂ ଡ୍ରୋନ ନେଇ ଆସିଥିଲେ।
ହେଲେ ପୂର୍ବରୁ ସେଠାରେ ପ୍ରସ୍ତୁତ ରହିଥିବା ଭାରତୀୟ ସୈନ୍ୟ ସଶସ୍ତ୍ର ଚୀନ ସୈନିକଙ୍କୁ ସେମାନଙ୍କୁ ସେମାନଙ୍କ ସୀମାକୁ ଚାଲିଯିବା ପାଇଁ କହିଥିଲେ। ହେଲେ ଯେତେବେଳେ ଚୀନ ସୈନ୍ୟ ସେଠାରୁ ଫେରିଯାଇ ନଥିଲେ ସେତେବେଳେ ଭରତୀୟ ସୈନିକ ସେମାନଙ୍କୁ ଉତ୍ତମ ମଧ୍ୟମ ଦେଇ ସେଠାରୁ ପଳାୟନ କରିବାକୁ ବାଧ୍ୟ କରିଥିଲା। ଏହି ଘଟଣା ପରେ ଉଭୟ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା ଆହୁରି ବୃଦ୍ଧି ପାଇଛି ଏବଂ ସାମରିକ ପ୍ରସ୍ତୁତି ପୁଣି ଥରେ ବଢିବାରେ ଲାଗିଛି।