Bombay High court: ସିନ୍ଦେ ଗୋଷ୍ଠୀର ବଡ଼ ପରାଜୟ, ଆଉ ଏକ ସଫଳତା ହାତେଇଲେ ଉଦ୍ଧବ
Advertisement
Article Detail0/zeeodisha/odisha1364193

Bombay High court: ସିନ୍ଦେ ଗୋଷ୍ଠୀର ବଡ଼ ପରାଜୟ, ଆଉ ଏକ ସଫଳତା ହାତେଇଲେ ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ରରେ (Maharastra) ରାଜନୈତିକ (Political Crisis) ଟଣାଓଟରା ମଧ୍ୟରେ ସିନ୍ଦେ ଗୋଷ୍ଠୀଙ୍କୁ (Eknath Shinde) ବଡ଼ ଝଟକା ଦେଇଛନ୍ତି ବମ୍ବେ ହାଇକୋର୍ଟ (Bombay High Court)। ଅନୁରୂପ ଭାବେ ଉଦ୍ଧବ (Uddhav Thackeray) ଗୋଷ୍ଠୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଚି। ବିଏମସିର (BMC) ୱାର୍ଡ ଅଫିସରଙ୍କ ନିକଟକୁ ଯାଇ

Bombay High court: ସିନ୍ଦେ ଗୋଷ୍ଠୀର ବଡ଼ ପରାଜୟ, ଆଉ ଏକ ସଫଳତା ହାତେଇଲେ ଉଦ୍ଧବ

Bombay High Court: ମୁମ୍ବାଇ: ମହାରାଷ୍ଟ୍ରରେ (Maharastra) ରାଜନୈତିକ (Political Crisis) ଟଣାଓଟରା ମଧ୍ୟରେ ସିନ୍ଦେ ଗୋଷ୍ଠୀଙ୍କୁ (Eknath Shinde) ବଡ଼ ଝଟକା ଦେଇଛନ୍ତି ବମ୍ବେ ହାଇକୋର୍ଟ (Bombay High Court)। ଅନୁରୂପ ଭାବେ ଉଦ୍ଧବ (Uddhav Thackeray) ଗୋଷ୍ଠୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଚି। ବିଏମସିର (BMC) ୱାର୍ଡ ଅଫିସରଙ୍କ ନିକଟକୁ ଯାଇ ରାଲି ଆୟୋଜନ କରିବାକୁ ଅନୁମତି ପତ୍ର ହାତେଇବାକୁ ବମ୍ବେ ହାଇକୋର୍ଟ (Bombay High Court) ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସରକାର ଦେଇଥିବା ୨୦୧୬ ଆଦେଶ ଅନୁଯାୟୀ ଏହି ଅନୁମତି ଦିଆଯିବ। କେବଳ ଏତିକି ନୁହେଁ, ସମଗ୍ର ଘଟଣାକୁ ଭିଡିଓଗ୍ରାଫ୍ କରାଯିବ ଏବଂ ଯଦି କୌଣସି ତ୍ରୁଟି ଦେଖାଦିଏ କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜେ, ତେବେ ଭବିଷ୍ୟତରେ ଅନୁମତି ଉପରେ ବିଚାର କରାଯିବ। 

ଦୀର୍ଘ ଦଶନ୍ଧି ଧରି ଶିବସେନା ଏହି ପାର୍କରେ ରାଲି କରିଆସୁଛନ୍ତି। ଏଭଳି ପରିସ୍ଥିତିରେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ନିଜର ପରମ୍ପରାକୁ ବଜାୟ ରଖିବେ। ବିଏମସି ଉଭୟ ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେଙ୍କୁ ପାର୍କ ଦେବାକୁ ମନା କରିଦେଇଥିଲା, ଏହା ପରେ ଉଭୟ ହାଇକୋର୍ଟରେ ପହଞ୍ଚିଥିଲେ। ଆଜି ଶୁଣାଣି ସମୟରେ କୋର୍ଟ ପ୍ରଥମେ ଶିବାଜୀ ପାର୍କରେ ଏକନାଥ ସିନ୍ଦେ ଦଳକୁ ରାଲି କରିବାକୁ ମନା କରିଦେଇଥିଲେ ଏବଂ ପରେ ଶିବସେନାକୁ ଅନୁମତି ଦେଇଥିଲେ। କେବଳ ଏତିକି ନୁହେଁ, ଏହି ସମୟରେ କୋର୍ଟ କହିଛନ୍ତି ଯେ ଶିବସେନାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ଠିକ୍ ନୁହେଁ।

ଶୁକ୍ରବାର ଦିନ ପ୍ରାୟ ସାଢ଼େ ତିନି ଘଣ୍ଟା ଧରି ହାଇକୋର୍ଟରେ ଏହି ଶୁଣାଣି କରାଯାଇଥିଲା। ଶିବସେନା, ବିଏମସି ଏବଂ ସିନ୍ଦେ ଦଳର ଓକିଲମାନେ ସେମାନଙ୍କ ପକ୍ଷ ବୁଝାଇବାକୁ ଚେଷ୍ଟା କରିଥିଲେ। ସମସ୍ତଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ କହିଛନ୍ତି ଯେ ବିଏମସିର ନିଷ୍ପତ୍ତି ଠିକ ନୁହେଁ। ଏହି ସମୟରେ, କୋର୍ଟଙ୍କ ସର୍ତ୍ତ ଅନୁଯାୟୀ ଉଦ୍ଧବଙ୍କ ଓକିଲମାନେ ଆଇନ ଶୃଙ୍ଖଳା ରକ୍ଷା କରିବେ ବୋଲି ଆଶ୍ୱାସନା ଦେଇଥିଲେ। ବମ୍ବେ ହାଇକୋର୍ଟ କହିଛନ୍ତି ଯେ ସମଗ୍ର ଘଟଣାର ଭିଡିଓ ରେକର୍ଡିଂ ବାଧ୍ୟତାମୂଳକ ରହିବ ଏବଂ ଯଦି ଆବେଦନକାରୀ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଦାୟୀ ବୋଲି ଜଣାପଡେ ତେବେ ଭବିଷ୍ୟତରେ ସେମାନଙ୍କ ଅନୁମତି ପ୍ରଭାବିତ ହେବ।

ସେପଟେ ବମ୍ବେ ହାଇକୋର୍ଟ ସରଓ୍ୱନକରଙ୍କ ଉଦାହରଣ ଦେଇ ସିନ୍ଦେ ଗୋଷ୍ଠୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହା ସହିତ କହିଥିଲେ କି ସିନ୍ଦେ ଗୋଷ୍ଠୀ ନୁହେଁ, ବରଂ ଉଦ୍ଧବଙ୍ଗ ଗୋଷ୍ଠୀ ଏହି ରାଲିର ଆୟୋଜନ କରିପାରିବେ। କୋର୍ଟ ଆହୁରି ମଧ୍ୟ କହିଥିଲେ କି ଉଦ୍ଧବ ଗୋଷ୍ଠୀଙ୍କ ପକ୍ଷରୁ ମିଳିଥିବା ଦସ୍ତାବିଜ ଉପରେ ଆମେ ସହମତି ପ୍ରକାଶ କରୁଛୁ। ଶିବସେନା ଉପରେ କେଉଁ ଗୋଷ୍ଠୀର ହକ ରହିଛି, ଆମେ ସେ ପ୍ରସଙ୍ଗ ଉପରକୁ ଯାଉନାହୁଁ। ସେ ବିବାଦ ସୁପ୍ରିମକୋର୍ଟ ଓ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ନିଷ୍ପତି ନେବେ। ୨୦୧୬ରୁ ମୁମ୍ବାଇ ମହାନଗର ନିଗମ ଶିବାଜୀ ପାର୍କରେ ଦଶହରା ମେଳା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଉଛି ବୋଲି କୋର୍ଟ କହିଥିଲେ। 

ଅଧିକ ପଢନ୍ତୁ: Advisory for Canada Tourist: କାନାଡା ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସତର୍କ ସୂଚନା, ହେଟ କ୍ରାଇମ ପାଇଁ ଜାରି ହେଲା ଆଡଭାଇଜାରୀ