Russia Ukraine War: ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ ସହ ହେବ ନାହିଁ କୌଣସି କଥାବାର୍ତ୍ତା
Advertisement
Article Detail0/zeeodisha/odisha1381588

Russia Ukraine War: ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ ସହ ହେବ ନାହିଁ କୌଣସି କଥାବାର୍ତ୍ତା

Ukraine on Russia: ଦେଶର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ପାଇଁ ଭାରତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ୟୁକ୍ରେନ। ଅନ୍ୟପଟେ ଯୁଦ୍ଧ ଅଧିକୃତ ଅଞ୍ଚଳରେ ଋଷିଆ ପକ୍ଷରୁ କରା ଯାଉଥିବା ତଥାକଥିତ ଜନମତ ସଂଗ୍ରହକୁ ସମାଲୋଚନା କରିଛି ୟୁକ୍ରେନ।
 

Russia Ukraine War: ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ ସହ ହେବ ନାହିଁ କୌଣସି କଥାବାର୍ତ୍ତା

Ukrainian President Volodymyr Zelenskyy: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୮ ମାସ ପୂରଣ ହୋଇଛି। ଯୁଦ୍ଧ ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡ଼ିମିର ଜେଲେନସ୍କି। ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବା ବେଳେ କହିଛନ୍ତି ଯେ ୟୁକ୍ରେନ ବର୍ତ୍ତମାନ ଋଷିଆ ରାଷ୍ଟ୍ରାଧ୍ୟକ୍ଷଙ୍କ ସହ କୌଣସି ଆଲୋଚନା କରିବ ନାହିଁ। ୟୁକ୍ରେନର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ପାଇଁ ଭାରତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି।
 
ଟେଲିଫୋନ ଯୋଗେ କଥା ହେବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡ଼ିମିର ଜେଲେନସ୍କି (Ukrainian President Volodymyr Zelenskyy) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ବିବୃତ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି ଯେ ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ। ଦେଶର ଅନେକ ଅଞ୍ଚଳକୁ ବେଆଇନ ଦଖଲ କରିବାକୁ ଚେଷ୍ଟା କରିବା ନିଷ୍ପତ୍ତି ଠିକ ନୁହେଁ ଏବଂ ବାସ୍ତବତାକୁ ପରିବର୍ତ୍ତନ କରିପାରିବ ନାହିଁ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି। ଆମ ଦେଶର ଅସ୍ଥାୟୀ ଭାବରେ ଅଧିକୃତ ଅଞ୍ଚଳରେ ଋଷିଆ (Russia) ପକ୍ଷରୁ କରା ଯାଉଥିବା ତଥାକଥିତ ଜନମତ ସଂଗ୍ରହ ଉପରେ ମଧ୍ୟ ଆଲୋଚନା କରାଯାଇଛି। ରାଷ୍ଟ୍ରପତି ଜେଲେନସ୍କି ଗୁରୁତ୍ୱାରୋପ କରିଛନ୍ତି ଯେ ଏପରି ପରିସ୍ଥିତିରେ ୟୁକ୍ରେନ ବର୍ତ୍ତମାନର ଋଷିଆ ରାଷ୍ଟ୍ରପତିଙ୍କ ଭ୍ଲାଦମିର ପୁତିନଙ୍କ (Russian President Vladimir Putin) ସହ କୌଣସି ଆଲୋଚନା କରିବ ନାହିଁ। ହେଲେ ସେ ଏହା ମଧ୍ୟ କହିଛନ୍ତି ଯେ କଥାବାର୍ତ୍ତା ମାଧ୍ୟମରେ ଆମ ଦେଶ ସର୍ବଦା ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରତିବଦ୍ଧ।

Also Read: Russia Ukraine War: ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଭୋଲଡ଼ିମିର ଜେଲେନସ୍କିଙ୍କୁ ଏହି ସନ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ୟୁକ୍ରେନ ରାଷ୍ଟ୍ରପତି ଭୋଲଡ଼ିମିର ଜେଲେନସ୍କି କହିଛନ୍ତି ଯେ ଆଲୋଚନା ପାଇଁ ଋଷିଆ ଆଗକୁ ଆସିନାହିଁ। ଆକ୍ରମଣକୁ ହ୍ରାସ କରିବା ପରିବର୍ତ୍ତେ ଜାଣିଶୁଣି ଯୁଦ୍ଧକୁ ଆଗକୁ ବଢାଇ ଚାଲିଛି। ୟୁକ୍ରେନ ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ମିଳିତ ଜାତିସଂଘର ସାଧାରଣ ସଭାର ଅଧିବେଶନରେ ଆମର ଭାଷଣ ସମୟରେ ଆମେ ଶାନ୍ତି ପାଇଁ କହିଥିଲୁ। ଆମେ ଆମର ଅଂଶୀଦାରଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ। ୟୁକ୍ରେନର (ukraine) ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ପାଇଁ ଭାରତର (India) ସମର୍ଥନ ପାଇଁ ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Also Read: Russia Ukraine War: ଆକ୍ରମଣରେ ଥରହର ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର

ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନକୁ ଭାରତ ସରକାର ଏବଂ ବେସରକାରୀ କ୍ଷେତ୍ର ଦ୍ୱାରା ପ୍ରଦାନ କରାଯାଇଥିବା ମାନବୀୟ ସହାୟତାକୁ ଉଲ୍ଲେଖ କରିଛନ୍ତି। ଉଭୟ ୟୁକ୍ରେନ ରାଷ୍ଟ୍ରପତି ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ବିଶ୍ୱ ଖାଦ୍ୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି ଯେ ଆମ ଦେଶ ବିଶ୍ୱ ଖାଦ୍ୟ ନିରାପତ୍ତାର ଗ୍ୟାରେଣ୍ଟର୍ ଭାବରେ କାର୍ଯ୍ୟ କରିବାକୁ ଜାରି ରଖିବାକୁ ପ୍ରସ୍ତୁତ। ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଯେ ଋଷିଆ ଦ୍ୱାରା ଆଣବିକ ବ୍ଲାକମେଲ ଏବଂ ବିଶେଷକରି ଜାପୋରିଜିଆ ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣ କେବଳ ୟୁକ୍ରେନ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ବିପଦ।

Also Read: ଅଧିକ ଅସ୍ତ୍ର ଯୋଗାଣ ସହ ଋଷିଆ ବିରୋଧରେ ସର୍ବାଧିକ ପ୍ରତିବନ୍ଧକ ଲଗାଇବାକୁ ଦାବି ଉଠାଇଲା ୟୁକ୍ରେନ

ଅକ୍ଟୋବର ୪ ତାରିଖ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ୟୁକ୍ରେନ ସଙ୍କଟର ସାମରିକ ସମାଧାନ ସମ୍ପର୍କରେ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି। ୟୁକ୍ରେନ ସଙ୍କଟ ସାମରିକ ସମାଧାନ ହୋଇପାରିବ ନାହିଁ। ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ଆଣବିକ କାରଖାନା ବିପଦଗ୍ରସ୍ତ ହେବା ଏହାରସୁଦୂରପ୍ରସାରୀ ତଥା ବିପର୍ଯ୍ୟସ୍ତ ପ୍ରଭାବ ଅନୁଭୂତ ହୋଇପାରେ।