ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି, ଯେ ଭାରତର ଇସ୍ପାତ ଶିଳ୍ପ କ୍ଷେତ୍ରରେ ଆର.ଆଇ.ଏନ୍.ଏଲ୍ ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି।
Trending Photos
ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ଭାଇଜାଗ୍ ଉପକୂଳରେ ଥିବା ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ (ଆରଆଇଏନ୍ଏଲ୍)ର ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧୪୪୦ କୋଟି ଟଙ୍କାର ପ୍ୟାକେଜ୍ କୁ ଅନୁମୋଦନ କରିଛନ୍ତି । ଏ ବିଷୟକୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି, ଯେ ଭାରତର ଇସ୍ପାତ ଶିଳ୍ପ କ୍ଷେତ୍ରରେ ଆର.ଆଇ.ଏନ୍.ଏଲ୍ ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହି ପୁନରୁଦ୍ଧାର ପ୍ୟାକେଜ ଦ୍ୱାରା ଆର ଆଇ ଏନ ଏଲ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ।
ଏଥିସହିତ ଆର୍ ଆଇଏନ୍ ଏଲ୍ ପାଇଁ କଞ୍ଚାମାଲ ସୁରକ୍ଷିତ ରଖିବା ଏବଂ ପ୍ଲାଣ୍ଟର ଆଧୁନିକୀକରଣ ପାଇଁ ବହୁ ପ୍ରୟାସ କରାଯିବ। ମୋଟ ୧୧୪୪୦ ଟଙ୍କାର ଏହି ପ୍ୟାକେଜରେ ୧୦,୩୦୦ କୋଟି ଟଙ୍କାର ନୂତନ ଇକ୍ୱିଟି ନିବେଶ ଏବଂ କାର୍ଯ୍ୟକାରୀ ପୁଞ୍ଜି ଋଣକୁ ୧୧୪୦ କୋଟି ଟଙ୍କାର ପସନ୍ଦିତ ଅଂଶଧନ ପୁଞ୍ଜିରେ ପରିଣତ କରାଯାଇଛି। ଏହାଦ୍ୱାରା ଆରଆଇଏନଏଲର ସମସ୍ତ କର୍ମଚାରୀ ଏବଂ ଆରଆଇଏନଏଲର ଅର୍ଥନୈତିକ କାର୍ଯ୍ୟକଳାପ ସହ ଜଡ଼ିତ ସମସ୍ତ ବ୍ୟକ୍ତି ଉପକୃତ ହେବେ । ଏହାଦ୍ୱାରା ଆଗାମୀ ଦିନରେ ଆନ୍ଧ୍ରପ୍ରଦେଶରେ ଏକ ବଡ଼ ଇସ୍ପାତ କାରଖାନା ପୁନରୁଦ୍ଧାର ହୋଇପାରିବ ବୋଲି ସେ କହିଛନ୍ତି। ଖୁବ୍ ଶୀଘ୍ର ଆରଆଇଏନ୍ଏଲ୍ ଦୁଇଟି ଗ୍ଲାସ୍ ଫର୍ନେନ୍ସ ସହିତ କାର୍ଯ୍ୟ ଆରମ୍ଭ କରିବ ଏବଂ ଅଗଷ୍ଟ ସୁଦ୍ଧା ତିନୋଟି ଗ୍ଲାସ୍ ଫର୍ନାନ୍ସ ଆରମ୍ଭ କରିବାକୁ ଯୋଜନା ହୋଇଛି ବୋଲି ସେ କହିଛନ୍ତି।
Also Read- Top 10 News: ମହିଳାଙ୍କୁ ୨୫୦୦ ଟଙ୍କା ଦେବା ନେଇ ବିଜେପିର ପ୍ରତିଶୃତି ଓ ଅନ୍ୟାନ୍ୟ ଅପଡେଟ୍
Also Read- Weekly Lucky Zodiac Sign: ଜାନୁଆରୀ ୨୦ରୁ ୨୬, ନୂଆ ସପ୍ତାହରେ ୫ ରାଶିର ଭାଗ୍ୟ ଉଜ୍ୱଳ