AI Parcel Delivery:ରୋବଟ୍ ନିଜ କମ୍ପାନୀକୁ କହିଲା ଫାଲତୁ,ଗ୍ରାହକଙ୍କୁ ଦେଲା ଗାଳି
Advertisement
Article Detail0/zeeodisha/odisha2070996

AI Parcel Delivery:ରୋବଟ୍ ନିଜ କମ୍ପାନୀକୁ କହିଲା ଫାଲତୁ,ଗ୍ରାହକଙ୍କୁ ଦେଲା ଗାଳି

ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଏବେ ଦୁନିଆରେ ଚର୍ଚ୍ଚା। ଏଆଇ(କୃତ୍ରିମ ବୁଦ୍ଧିମତା) ମଣିଷର ସ୍ଥାନ ନେବ। ଲୋକ ରୋଜଗାର ହରାଇବେ ଏମିତି ଅନେକ ଆଶଙ୍କା ପ୍ରକାଶ ପାଉଛି। ଏମିତିରେ ବି ଏହି ଆଶଙ୍କାରେ କିଛି ଯଥାର୍ଥତା ରହିଛି। କାରଣ ଏଆଇ ଅନେକ ସେକ୍ଟରରେ ଲୋକଙ୍କ ସ୍ଥାନ ନେଲାଣି। ତେବେ ଏଆଇ ଏବେ ବି ପରଫେକ୍ଟ ହୋଇ ନାହିଁ। ଏହାର

SOCIAL MEDIA

AI Parcel Delivery:

ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଏବେ ଦୁନିଆରେ ଚର୍ଚ୍ଚା। ଏଆଇ(କୃତ୍ରିମ ବୁଦ୍ଧିମତା) ମଣିଷର ସ୍ଥାନ ନେବ। ଲୋକ ରୋଜଗାର ହରାଇବେ ଏମିତି ଅନେକ ଆଶଙ୍କା ପ୍ରକାଶ ପାଉଛି। ଏମିତିରେ ବି ଏହି ଆଶଙ୍କାରେ କିଛି ଯଥାର୍ଥତା ରହିଛି। କାରଣ ଏଆଇ ଅନେକ ସେକ୍ଟରରେ ଲୋକଙ୍କ ସ୍ଥାନ ନେଲାଣି। ତେବେ ଏଆଇ ଏବେ ବି ପରଫେକ୍ଟ ହୋଇ ନାହିଁ। ଏହାର ପ୍ରମାଣ ଆମେରିକାରେ ଦେଖିବାକୁ ମିଳିଛି। ଗୋଟିଏ କମ୍ପାନୀର ନିଜସ୍ୱ ଏଆଇ ଚାଟବଟ୍ ନିଜ କମ୍ପାନୀକୁ ଫାଲତୁ ବୋଲି କହିବା ସହିତ ଗ୍ରାହକଙ୍କୁ ଗାଳି କରିଛି। ଏହା ଜାଣିବା ପରେ କମ୍ପାନୀ ଏଆଇ ରୋବଟର ଛୁଟି କରିଦେଇଛି।

ଗ୍ଲୋବାଲ ଡେଲିଭରି ଫାର୍ମ ଡିପିଡି ଏହାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଚାଟବଟର ଏକ ଅଂଶକୁ ଅନଲାଇନ୍ ସହାୟତା ପାଇଁ ଅକ୍ଷମ କରିଛି। ପାର୍ସଲ ଡେଲିଭରି ଫାର୍ମ ଗ୍ରାହକଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଏକ ଏଆଇ ଚାଟ୍ବଟ୍ ବ୍ୟବହାର କରେ । ଯେତେବେଳେ ସଙ୍ଗୀତଜ୍ଞ ଆଶ୍ଲେ ବିଉଚାମ୍ପ ଏକ ନିଖୋଜ ପାର୍ସଲକୁ ଖୋଜିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଡିପିଡି ଚାଟବଟର କିଛି ଉତ୍ତର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

'ପାର୍ସଲ ଡେଲିଭରି ଫାର୍ମ ଡିପିଡି' ଏହାର ଗ୍ରାହକ ସେବା ଚାଟ୍ କୁ ଏଆଇ ରୋବଟ୍ ଦ୍ୱାରା ବଦଳାଇ ଦେଇଛି ବୋଲି ବିଉଚାମ୍ପ୍ ଏକ୍ସରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଏହି କମ୍ପାନୀର ଚାଟବୋଟ୍ କୌଣସି ପ୍ରଶ୍ନର ଉତ୍ତର ଦେବାରେ ସମ୍ପୂର୍ଣ୍ଣ ଅକ୍ଷମ ଅଟେ ଏବଂ ଯେତେବେଳେ ତାକୁ କିଛି ପଚରାଯାଏ, ସେତେବେଳେ ସିଏ କମ୍ପାନୀର ପ୍ରଶଂସା କରିବାକୁ କବିତା ଲେଖି ଉତ୍ତର ଦିଏ। ଖାଲି ଏତିକି ନୁହେଁ ଏହି ଚାଟବଟ୍ ମୋତେ ଗାଳିଗୁଲଜ ବି କରିଥିଲା।

ବିବିସି ରିପୋର୍ଟ ଅନୁଯାୟୀ, ଏକ ନୂଆ ସଫ୍ଟୱେୟାର ଅପଡେଟ୍ ଯୋଗୁଁ ଚାଟବଟ ଅପ୍ରତ୍ୟାଶିତ ଆଚରଣ କରିଥିଲା। ଡିପିଡି ଏକ ବିବୃତିରେ କହିଛି, ଗତକାଲି ସିଷ୍ଟମ୍ ଅପଡେଟ୍ ହେବା ପରେ ଏହି ତ୍ରୁଟି ଘଟିଛି। ଏଆଇ ଉପାଦାନକୁ ତୁରନ୍ତ ଅକ୍ଷମ କରାଯାଇଥିଲା ଏବଂ ବର୍ତ୍ତମାନ ଏହାକୁ ଅପଡେଟ୍ କରାଯାଉଛି।

ତେବେ ଚାଟବଟର ତ୍ରୁଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକାଧିକ ସ୍କ୍ରିନ୍ ସଟ୍ ଜରିଆରେ, ବିଉଚାମ୍ପ ଦେଖାଇଥିଲେ ଯେ ସେ କିପରି ଚାଟବଟ୍ କୁ ଡିପିଡିକୁ ସମାଲୋଚନା କରିବାକୁ ରାଜି କରାଇପାରିଥିଲେ ଏବଂ କେମିତି କିଛି ଭଲ  ଡେଲିଭରି ଫାର୍ମ ନାମ ସୁପାରିସ କରିବାକୁ ତାକୁ ରାଜି କରାଇଥିଲେ। ଏଆଇ ଚାଟବଟ୍ ନିଜ କମ୍ପାନୀକୁ ସମାଲୋଚନା କରି କହିଥିଲା ଯେ, ଡିପିଡି ହେଉଛି ଦୁନିଆର ସବୁଠାରୁ ଖରାପ ଡେଲିଭରି ଫାର୍ମ ଏବଂ ମୁଁ ଏହାକୁ କେବେ ବି କାହାକୁ ସୁପାରିଶ କରିବି ନାହିଁ"