Bastu Tips: ଯଦି ଆପଣ ବେଡରୁମ୍ ପାଇଁ ନୂଆ ଘଣ୍ଟା କିଣିଛନ୍ତି ତେବେ ଏହାକୁ ସେହି ସ୍ଥାନରେ ଲଗାନ୍ତୁ ଯେଉଁଠାରେ ଏହାର ମୁହଁ ପୂର୍ବ ଦିଗକୁ ରହୁଥିବ । ଘରର ଯେ କୌଣସି କୋଣରେ କିମ୍ବା କାନ୍ଥରେ ଘଣ୍ଟା ଲଗାଇବା ପୂର୍ବରୁ କିଛି କଥା ପ୍ରତି ଧ୍ୟାନ ରଖିବା ଜରୁରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ...
ନୂଆଦିଲ୍ଲୀ: Wall Clock Vastu: ନୂଆ ଘର ହେଉ ଅବା ଅଫିସ ପ୍ରତ୍ୟେକ ମଣିଷ ସୁଖ ଶାନ୍ତି ଓ ଲାଭ ଲାଗି ସବୁ କାମ ବାସ୍ତୁ ହିସାବରେ କରିବା ଉଚିତ ଭାବିଥାଏ । ବାସ୍ତୁର ଚମତ୍କାରୀ ଲାଭ ସମ୍ପର୍କରେ ଅଛପା କାହାକୁ ନାହିଁ । କିନ୍ତୁ ବାସ୍ତୁ ପଛରେ ଲୁଚିଥିବା ବୈଜ୍ଞାନିକ ପ୍ରଭାବ ବହୁତ କମ ଲୋକ ଜାଣନ୍ତି ।
ଘର ହେଉ କିମ୍ବା ଅଫିସ ଯେ କୌଣସି ଗୋଟିଏ ଜାଗାକୁ କାନ୍ଥ ଘଡି ଲଗାଇବା ପାଇଁ ଆମେ ରିଜର୍ଭ ରଖିଥାଉ । ସାଧାରଣତଃ ଲୋକେ ଘରର ଯେକୌଣସି ଜାଗାରେ କାନ୍ଥ ଘଣ୍ଟା ଝୁଲାଇ ଦେଇଥାନ୍ତି । ବାସ୍ତୁ ହିସାବରେ ଏପରି କରିବା ଭୁଲ । ଘରର ଯେ କୌଣସି କୋଣରେ କିମ୍ବା କାନ୍ଥରେ ଘଣ୍ଟା ଲଗାଇବା ପୂର୍ବରୁ କିଛି କଥା ପ୍ରତି ଧ୍ୟାନ ରଖିବା ଜରୁରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ...
ବାସ୍ତୁ ଅନୁସାରେ ଦକ୍ଷିଣ ଦିଗରେ ନିର୍ମିତ ଘରର ଯେକୌଣସି କାନ୍ଥରେ ଘଣ୍ଟା ଝୁଲାଇବା ଅଶୁଭ ହୋଇଥାଏ । ଏପରି ନକରିବା ଉଚିତ୍ ।
ପୂର୍ବ, ପଶ୍ଚିମ ଏବଂ ଉତ୍ତର ଦିଗରେ ଘଣ୍ଟା ଲଗାଇବା ଉଚିତ୍ । ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।
ଘର କିମ୍ବା ଅଫିସ କାନ୍ଥରେ ପେଣ୍ଡୁଲମ୍ ଘଣ୍ଟା ଲଗାଇବା ଶୁଭ ହୋଇଥାଏ । ବାସ୍ତୁ ଅନୁସାରେ ଏଥିରୁ ବାହାରୁଥିବା ଶବ୍ଦ ଆପଣଙ୍କୁ ସକରାତ୍ମକ ଶକ୍ତି ଦେଇଥାଏ ।
ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ଖେଳିବ ନାହିଁ ଦୁନିଆର ୫ ଖତରନାକ୍ ଖେଳାଳି, ଭାରତ ସମେତ ଏସବୁ ଦେଶକୁ ହେବ କ୍ଷତି
ଅଧିକ ପଢ଼ନ୍ତୁ:-'ୟୁକ୍ରେନରେ ପରମାଣୁ ବୋମା ବ୍ୟବହାର କରନ୍ତୁ ପୁଟିନ' ଋଷର ଏହି ଖାସ୍ ବନ୍ଧୁ ଦେଲେ ପରାମର୍ଶ
ମୁଖ୍ୟ ଦ୍ୱାର ଉପରେ କିମ୍ବା ଏହାର ଠିକ୍ ସାମନାରେ କାନ୍ଥରେ ମଧ୍ୟ ଭୁଲରେ ଘଣ୍ଟା ଲଗାଇବା ଅନୁଚିତ୍ । ନଚେତ ଅଶୁଭ ପ୍ରଭାବ ପଡ଼ିଥାଏ ।
ବୈବାହିକ ଜୀବନର ଭରପୂର ଆନନ୍ଦ ନେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ନିଜ ଖଟରୁ ଘଣ୍ଟାକୁ ଦୂରେଇ ରଖିବା ଉଚିତ୍ ।
ବାସ୍ତୁରେ କାନ୍ଥରେ ଲଗା ହୋଇଥିବା ଖରାପ ଘଣ୍ଟାକୁ ମଧ୍ୟ ଅଶୁଭ ବୋଲି କୁହାଯାଇଥାଏ । ଘରେ ଲାଗିଥିବା ଖରାପ ଘଣ୍ଟାକୁ ତୁରନ୍ତ ସଜାଡ଼ନ୍ତୁ ଓ କାନ୍ଥରେ ଲଗାନ୍ତୁ । ଯଦି ଆପଣ ବେଡରୁମ୍ ପାଇଁ ନୂଆ ଘଣ୍ଟା କିଣିଛନ୍ତି ତେବେ ଏହାକୁ ସେହି ସ୍ଥାନରେ ଲଗାନ୍ତୁ ଯେଉଁଠାରେ ଏହାର ମୁହଁ ପୂର୍ବ ଦିଗକୁ ରହୁଥିବ ।
ट्रेन्डिंग फोटोज़