Advertisement
Photo Details/zeeodisha/odisha2464530
photoDetails0hindi

Kaalchakra Financial Rashiphala: ୫ଦିନ ପରେ କାଳଚକ୍ର ଯୋଗ, ଜାଣନ୍ତୁ ୧୨ଟି ରାଶିର କେମିତି ରହିବ ଆର୍ଥିକ ସ୍ଥିତି?

Kaalchakra Financial Rashiphala: ଅକ୍ଟୋବର ମାସ ଚାଲିଛି, ଯାହା ଗ୍ରହ ପରିବର୍ତ୍ତନ ଦୃଷ୍ଟିରୁ ଅତ୍ୟନ୍ତ ବିଶେଷ । ଏହି ସମୟରେ ଅନେକ ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ, ଯାହା ସିଧାସଳଖ ୧୨ଟି ରାଶିର କାର୍ଯ୍ୟଅବସ୍ଥାକୁ ପ୍ରଭାବିତ କରିବ। ଯେଉଁଠାରେ କିଛି ରାଶିର ବ୍ୟକ୍ତିଙ୍କୁ ଗ୍ରହମାନଙ୍କର ବିଶେଷ କୃପା ମିଳିବ, ଯାହା ସେମାନଙ୍କୁ ଭଲ ଲାଭ ଦେବ । ତେଣୁ କିଛି ଲୋକଙ୍କୁ ନବଗ୍ରହଙ୍କ ଅଶୁଭ ଦର୍ଶନର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିବ। ଗ୍ରହମାନଙ୍କର ଦୁର୍ବଳ ସ୍ଥିତି ହେତୁ କର୍ମକ୍ଷେତ୍ରରେ ଲୋକଙ୍କ ସହ ତାଳମେଳ ରଖିବାରେ ଅସୁବିଧା ହେବ। ଏହା ବ୍ୟତୀତ ଧନର ଅଭାବ ମଧ୍ୟ ଦେଖାଦେବ । ତେବେ ଅକ୍ଟୋବର ୧୫ ପରେ କିଛି ରାଶିର ଲୋକଙ୍କୁ ପ୍ରଚୁର ଧନ ପ୍ରାପ୍ତି ମଧ୍ୟ ହୋଇପାରେ । କାରଣ ଆରମ୍ଭ ହେବାକୁ ଯାଉଛି କାଳଚକ୍ର ସମୟ। 

1/12
ମେଷ ରାଶି ଅକ୍ଟୋବରରେ ମେଷ ରାଶିର ବ୍ୟକ୍ତିମାନେ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ। ବିଶେଷ କରି ଅକ୍ଟୋବର ୧୫ ପରେ ଏହି ରାଶିର ଲୋକଙ୍କ ପାଖରେ ଧନର ଅଭାବ ରହିବ। ଚାକିରି କରୁଥିବା ବ୍ୟକ୍ତିଙ୍କର ଅଧିକାରୀଙ୍କ ସହ ବିବାଦ ହୋଇପାରେ। ତେବେ ମାସ ଶେଷ ହେବା ପୂର୍ବରୁ ଟଙ୍କା ମିଳିବାର ସମ୍ଭାବନା ରହିଛି।

2/12
ବୃଷ ରାଶି ଅକ୍ଟୋବର ୨୦ ପରେ ଏହି ରାଶିର ଲୋକଙ୍କୁ ଧନରୁ ଲାଭ ମିଳିପାରେ, କିନ୍ତୁ ଧନ ଦୃଷ୍ଟିରୁ ଟିକିଏ ସାବଧାନ ରହିଲେ ଭଲ ହେବ। ଏହା ବ୍ୟତୀତ ଚାକିରି ବଦଳିବାର ସମ୍ଭାବନା ରହିଛି, ଖୁବଶୀଘ୍ର ଆପଣଙ୍କୁ ଏକ ଭଲ କମ୍ପାନୀ ରେ କାମ କରିବାର ସୁଯୋଗ ମିଳିପାରେ ।

3/12
ମିଥୁନ ରାଶି ରାହୁ ଓ ବୃହସ୍ପତିଙ୍କ କାରଣରୁ ଏହି ରାଶିର ଲୋକମାନେ କାମରେ ଅଧିକ ବ୍ୟସ୍ତ ରହିବେ। କ୍ୟାରିୟର ସମ୍ବନ୍ଧୀୟ ନିଷ୍ପତ୍ତି ଚିନ୍ତାକରି ନେଲେ ଭବିଷ୍ୟତରେ ଲାଭ ମିଳିବ। ଅଫିସ  ଓ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦରୁ ଦୂରେଇ ରୁହନ୍ତୁ। ନଚେତ ଅସୁବିଧା ବଢ଼ିପାରେ।

4/12
କର୍କଟ ରାଶି ତରବରିଆ ଭାବେ କ୍ୟାରିୟର ଓ ଅର୍ଥ ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ନଚେତ୍ ଅସୁବିଧା ହେବା ନିଶ୍ଚିତ। ବ୍ୟବସାୟୀମାନେ ସେମାନଙ୍କର କିଛି ଭୁଲ ନିଷ୍ପତ୍ତି ଯୋଗୁଁ କ୍ଷତି ସହିପାରନ୍ତି । ଅକ୍ଟୋବର ୧୫ ପରେ କର୍କଟ ରାଶିର ଲୋକଙ୍କୁ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ।

5/12
ସିଂହ ରାଶି ଚାକିରି କରୁଥିବା ବ୍ୟକ୍ତିଙ୍କୁ ଜୀବନରେ ଉଚ୍ଚ ପଦ ହାସଲ ପାଇଁ ଅନେକ ସୁଯୋଗ ମିଳିବ। ଏହାଦ୍ୱାରା ଅଫିସରେ ମାଲିକଙ୍କ ସହ ସମ୍ପର୍କ ସୁଦୃଢ଼ ହେବ। କାର୍ଯ୍ୟରେ ଉନ୍ନତି ହେତୁ ସେମାନେ ଆପଣଙ୍କୁ ପ୍ରଶଂସା ମଧ୍ୟ କରିପାରନ୍ତି । ସିଂହ ରାଶି ଉପରେ ଶନିଦେବଙ୍କ କୃପା ରହିବ, ଯାହା ଜୀବନରେ ସୁଖ ଶାନ୍ତି ଆଣିବ।

6/12
କନ୍ୟା ରାଶି ଅକ୍ଟୋବର ୧୫ ପରେ କନ୍ୟା ରାଶିର ବ୍ୟକ୍ତିଙ୍କ ଉପରେ କାମର ଚାପ ରହିବ, ଯାହା ସ୍ୱାସ୍ଥ୍ୟରେ ମଧ୍ୟ ଅବନତି ଆଣିପାରେ । ଏଭଳି ସ୍ଥିତିରେ ସବୁ ପରିସ୍ଥିତିରେ ଧୈର୍ଯ୍ୟ ରଖିବା ଜରୁରୀ। ମାସର ଶେଷ ଦୁଇ ସପ୍ତାହରେ ବ୍ୟବସାୟୀମାନେ ବଡ଼ ଲାଭ କରିବାର ସମ୍ଭାବନା ରହିଛି।

7/12
ତୁଳା ରାଶି ତୁଳା ରାଶିର ଲୋକମାନେ ଅଫିସ କାମରେ ବ୍ୟସ୍ତ ରହିବେ। ଏହା ବ୍ୟତୀତ ଆପଣଙ୍କୁ ଦୌଡ଼ିବାକୁ ମଧ୍ୟ ପଡିପାରେ । ବ୍ୟବସାୟୀଙ୍କୁ ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ ସମୟରେ ଯାତ୍ରା କରିବାକୁ ପଡ଼ିବ, ଯାହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବ। ଅକ୍ଟୋବର ୨୦ ପରେ ବିରୋଧୀଙ୍କ ଷଡ଼ଯନ୍ତ୍ର ଯୋଗୁଁ ବ୍ୟବସାୟୀମାନେ ହଇରାଣ ହେବେ।

8/12
ବିଛା ରାଶି ଅକ୍ଟୋବର ୧୫ ପରେ ଚାକିରି କରୁଥିବା ଲୋକଙ୍କ ପାଇଁ ଉତ୍ଥାନ-ପତନରେ ପରିପୂର୍ଣ୍ଣ ରହିବ। କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରନ୍ତୁ ନାହିଁ, ନଚେତ୍ ଆପଣଙ୍କୁ ମାଲିକଙ୍କ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ ବ୍ୟବସାୟୀଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ। ନୂଆ ଲୋକଙ୍କୁ ଭେଟିବାର ସୁଯୋଗ ମିଳିବ, ଯିଏ ବ୍ୟବସାୟ ସମ୍ପ୍ରସାରଣ ସମ୍ବନ୍ଧୀୟ ଯୋଜନାକୁ ସଫଳ କରିବେ।

9/12
ଧନୁ ରାଶି ଚାକିରି କରୁଥିବା ଲୋକଙ୍କ ପାଇଁ ଏହି ସମୟ ଭଲ ରହିବ ନାହିଁ। ଜୀବନରେ ଉତ୍ଥାନ-ପତନ କାରଣରୁ ଆପଣଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ବ୍ୟବସାୟୀଙ୍କ ପାଇଁ ଏହି ମାସ ବିଶେଷ ଭଲ ରହିବ ନାହିଁ। ଅକ୍ଟୋବର ୧୭ ପରେ ଧନୁ ରାଶିର ଲୋକଙ୍କୁ ଖୁସି ଖବର ମିଳିପାରେ।

10/12
ମକର ରାଶି କର୍ମ କ୍ଷେତ୍ରରେ ମକର ରାଶିର ଲୋକଙ୍କ ପାଇଁ ଏହି ମାସ ଶୁଭ ରହିବ। ଅଫିସରେ ସକାରାତ୍ମକ ବାତାବରଣ ରହିବ, ଯାହା ମନୋବଳକୁ ଠିକ୍ ରଖିବ। ବେକାର ଲୋକଙ୍କୁ ଖୁବଶୀଘ୍ର ଖୁସି ଖବର ମିଳିପାରେ, କିନ୍ତୁ ଯେଉଁମାନେ ସରକାରୀ ଚାକିରି କରୁଛନ୍ତି ସେମାନଙ୍କ କ୍ୟାରିୟର ଦୃଷ୍ଟିରୁ ଏଥର ଠିକ୍ ନୁହେଁ । ଏଭଳି ସ୍ଥିତିରେ ଧୈର୍ଯ୍ୟ ବଜାୟ ରଖିବା ଅତ୍ୟନ୍ତ ଜରୁରୀ।

11/12
କୁମ୍ଭ ରାଶି ଚାକିରି କରୁଥିବା ବ୍ୟକ୍ତିଙ୍କ ଉପରେ କାମର ଚାପ ରହିବ, ଯେଉଁକାରଣରୁ କିଛି ଦିନ ପାଇଁ ମନ ବିଭ୍ରାନ୍ତ ହେବ। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି ସେମାନଙ୍କୁ ଖୁବଶୀଘ୍ର ଭଲ ଅଫର ମିଳିପାରେ । ବ୍ୟବସାୟୀଙ୍କ ପାଇଁ ଏହି ସମୟ ଚ୍ୟାଲେଞ୍ଜ ପୂର୍ଣ୍ଣ ରହିବ, ଯାହା ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରିବାରେ ଅସୁବିଧା ହେବ।

12/12
ମୀନ ରାଶି ମୀନ ରାଶିର ଲୋକଙ୍କ ପାଇଁ ଅକ୍ଟୋବର ୧୫ ପର ସମୟ ସ୍ୱାଭାବିକ ରହିବ। କେତେବେଳେ କାର୍ଯ୍ୟଭାର ରହିବ ତ କେତେବେଳେ ନିଜ ସହ ସମୟ ବିତାଇବାର ସୁଯୋଗ ମଧ୍ୟ ପାଇବେ। ତଥାପି ବ୍ୟବସାୟ କାର୍ଯ୍ୟରେ ଦ୍ୱନ୍ଦ୍ୱ ଦେଖାଦେବ।   (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)