Advertisement
Photo Details/zeeodisha/odisha2487225
photoDetails0hindi

Today Horoscope: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

 
Horoscope Today 25 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୨୫ ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12
ମେଷ: ଆଜିର ଦିନଟି ଅନୁକୂଳ ରହିବ। ଆପଣ ଭାବିଥିବା କାମ ପୂରା ହେବ । ପାଖ ଲୋକଙ୍କଠାରୁ ସହଯୋଗ ପାଇବେ । ଆପଣଙ୍କ ବ୍ୟବହାରରେ ସହକର୍ମୀ ଖୁସି ରହିବେ । ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ। ବେପାର-ବାଣିଜ୍ୟରେ କାରବାର ଭଲ ହେବ।   

ALSO READ: Dhanteras 2024: ଧନତେରାସ୍-ରୁ ଖୋଲିବ ଏହିସବୁ ରାଶିଙ୍କ ଭାଗ୍ୟ, ବେକାରିଙ୍କୁ ମିଳିବ ଚାକିରି ସହ ବଢିବ ବ୍ୟାଙ୍କ୍ ବାଲାନ୍ସ!

ALSO READ: Diwali 2024: ଦୀପାବଳିରୁ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟୀଙ୍କ ସହ ଚାକିରିଆ ହେବେ ଲାଭବାନ୍!

2/12
ବୃଷ: ଆଜି ସକାଳୁ ଦେବ ଦର୍ଶନର ଯୋଗ ରହିଛି। କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବ । ଘରେ ଭାଇ, ଭଉଣୀଙ୍କ ସାହାଯ୍ୟରୁ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ । ମନ ପ୍ରସନ୍ନ ରହିବ । ସ୍ବାସ୍ଥ୍ୟ ଭଲ ରହିବ। 

3/12
ମିଥୁନ:  ଆଜିର ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ନକାରାତ୍ମକ ଚିନ୍ତାଧାରା ମନକୁ ବେଶି ବିବ୍ରତ କରିପାରିବ ନାହିଁ । ଆର୍ଥିକ ଅନଟନ ଯୋଗୁ କାମଗୁଡ଼ିକ ସାମୟିକ ବାଧାପ୍ରାପ୍ତ ହୋଇପାରେ । ଆତ୍ମୀୟସ୍ବଜନମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ । କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ ।

4/12
କର୍କଟ : ଆଜି ଆପଣ ସତର୍କତା ସହ ଚଳିବାକୁ ହେବ।  ନଚେତ୍ ସମସ୍ୟାରେ ପଡ଼ିପାରନ୍ତି। ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ, ଏଣୁ ସତର୍କ ରହିବା ଭଲ ।  ପରିବାରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଭ୍ରମଣ ସୁଯୋଗ ଲାଭ କରିବା ସହିତ ଅଭିଳଷିତ ଜିନିଷ ପାଇପାରିବେ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ ।

5/12
ସିଂହ: ଆଜିର ଦିନ ଠିକ୍‌ଠାକ୍‌ ରହିବ । ସାମାନ୍ୟ ଆର୍ଥିକ ସମସ୍ୟା ଦେଖାଦେବ । ମାଆ ଓ ବାପାଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ଛୋଟ ଛୋଟ କଥାରେ ରାଗିବା ଦ୍ୱାରା ଲୋକେ ବିରୋଧ କରିବେ । ଆପଣ ଜୀବନସାଥୀଙ୍କୁ ସହଯୋଗ କରିବେ । ନବବିବାହିତ ଲୋକଙ୍କ ପାଇଁ ଆଜିର ଦିନଟି ଭଲ ।

6/12
  କନ୍ୟା:  ଆଜି ନିଜ ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବେ ।  ନିଜ ଦାୟିତ୍ୱକୁ ଭଲ ଭାବରେ ତୁଲାଇବେ । ଘର ପାଇଁ କିଛି ଜରୁରୀ ଜିନିଷପତ୍ର କିଣିବେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଜୀବନସାଥୀଙ୍କର ଉନ୍ନତି ଦେଖି ଆପଣଙ୍କ ମନ ପ୍ରସନ୍ନ ରହିବ । ଲଭ୍‌ମେଟ୍ ବାହାରକୁ ବୁଲିବାକୁ ଯିବେ ।

7/12
ତୁଳ:  ଆଜି ସକାଳ ସମୟଟି ପ୍ରାୟତଃ ଭଲ ରହିବ ଓ ଆର୍ଥିକ ଦିଗରୁ ଉପକୃତ ହେବେ । କୌଣସି ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ । ବନ୍ଧୁଙ୍କ ସହାୟତାରେ ଅଟକି ରହିଥିବା କାମ ଗୁଡ଼ିକ ତ୍ୱରାନ୍ବିତ ହୋଇପାରିବ । ସାମାଜିକ ସ୍ତରରେ କୌଣସି କାର୍ଯ୍ଯ ଯୋଗୁ ସମାଲୋଚିତ ହୋଇପାରନ୍ତି । 

8/12
ବିଛା : ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ କିନ୍ତୁ ଏଥିପାଇଁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ । ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ କିନ୍ତୁ ମାନସିକ ସ୍ତରରେ ବ୍ୟସ୍ତତା ଲାଗିର ରହିବ । ଈର୍ଷା ପରାୟଣ ବ୍ୟକ୍ତି ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି କଟୁ ମନ୍ତବ୍ୟ ଦେଇ ପାରନ୍ତି । 

9/12
ଧନୁ: ଆଜି ଆପଣଙ୍କ ଦିନ ଖୁସିରେ ଭରି ରହିବ । ପରିବାରରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ । ଶିକ୍ଷକମାନଙ୍କୁ ପ୍ରମୋସନ ମିଳିପାରେ ।

10/12
ମକର: ଆଜି ଆପଣଙ୍କ ଦିନ ବହୁତ ଭଲରେ କଟିବ । ବିଜନେସ୍‌ କ୍ଷେତ୍ରରେ ବଡ଼ ବଡ଼ ଲୋକଙ୍କୁ ଭେଟିବେ । ଉନ୍ନତିର କିଛି ନୂଆ ସାଧନ ମିଳିବ । ଧାର୍ମିକ କାର୍ଯ୍ୟକଳାପ ପାଇଁ ମନ ବଳିବ। ଜୀବନସାଥୀଙ୍କ ସହ ତାଳମେଳ ବଜାୟ ରଖନ୍ତୁ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ବାସ୍ଥ୍ୟବସ୍ଥା ଠିକ୍ ରହିବ। 

11/12
  କୁମ୍ଭ: ଆଜି ଆପଣଙ୍କ ଦିନ ଆପଣଙ୍କ ପକ୍ଷରେ ରହିବ । ଆଜି ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଦିନଟି ଭଲ । କର୍ମକ୍ଷେତ୍ରରେ ବରିଷ୍ଠମାନେ ଆପଣଙ୍କ କାମରେ ଖୁସି ହୋଇ କୌଣସି ଉପହାର ଦେଇପାରନ୍ତି । ବିଦ୍ୟାର୍ଥୀ ଏବଂ ଲଭ୍‌ମେଟଙ୍କ ପାଇଁ ଦିନଟି ବଢ଼ିଆରେ କଟିବ। ନିଜ ସାଙ୍ଗଙ୍କ ସହ ଦୂରସ୍ଥାନକୁ ଯାଇପାରନ୍ତି। 

12/12
  ମୀନ: ଆଜି ଦିନଟି କ୍ୟାରିୟର ଦୃଷ୍ଟିକୋଣରୁ ଭଲ ରହିବ।  ଆଜି ଆପଣଙ୍କୁ ଅନେକ ପ୍ରକାରର ଲାଭ ମିଳିପାରେ । ଆପଣଙ୍କ ବ୍ୟବସାୟ ବହୁତ ଦ୍ରୁତ ଗତିରେ ଚାଲିବ, ଏହାଦ୍ୱାରା ଲାଭ ମଧ୍ୟ ଭରପୂର ହେବ ।  ଘରେ ଭାଇ, ଭଉଣୀଙ୍କ ସାହାଯ୍ୟରୁ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ । ମନ ପ୍ରସନ୍ନ ରହିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟା ହୋଇପାରେ ।