Horoscope Today 5 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୫ ହେଉଛି ମଙ୍ଗଳବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
ALSO READ : ନଭେମ୍ବରରେ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିଆଙ୍କ ସହ ଲାଭବାନ୍ ହେବେ ବ୍ୟବସାୟୀ, ବଢିବ ଆୟ!
ALSO READ : Weekly Special Horoscope: ୭ ରାଶିଙ୍କ ପାଇଁ ଖାସ୍ ରହିବ ନୂଆ ସପ୍ତାହ, ବ୍ୟବସାୟୀ ଓ ଚାକିରିଆଙ୍କୁ ମିଳିବ ଶୁଭଫଳ!
ସିଂହ: ଆଜିର ଦିନଟି ଆପଣଙ୍କୁ ସତର୍କତାର ସହ ଚଳିବାକୁ ପଡିବ। କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ବିତର୍କ ଘଟିପାରେ । ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିବେ । ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାନ୍ତ କରି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ। ଋଣ ଓ ଶତ୍ରୁତା, ବିଷୟ ଚିନ୍ତନରେ ସମୟ କାଟିବେ।
ବିଛା: ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡିବ । ଆପଣ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାରେ କାମଟିଏ ସମ୍ପନ୍ନ କରିପାରିବେ ନିଜ ପାଇଁ ସେତିକି କରିପାରିବେ ନାହିଁ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି । ଆୟ ଠାରୁ ବ୍ୟୟ ଅଧିକ ରହିବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ସାମାନ୍ୟ ଦେଖାଦେଇପାରେ।
ଧନୁ : ଆଜିର ଦିନଟି ଅନୁକୂଳ ରହିବ। ସ୍ଥଗିତ କାମ କରିବାକୁ ନିଷ୍ପତ୍ତି ନେଇପାରନ୍ତି । ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି । ସାହିତ୍ୟ,ସାମ୍ବାଦିତା,କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ । ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ହେବ ନାହିଁ ।
ମକର: କର୍ମକ୍ଷେତ୍ରରେ ସହକର୍ମୀ ଆପଣଙ୍କ କୌଣସି କାର୍ଯ୍ୟକୁ ନେଇ ଇର୍ସା ପରାୟଣ ହୋଇପାରନ୍ତି। ଯେତେ ଭଲ କାମ କଲେ ମଧ୍ୟ ଅସୁସ୍ଥତା ଓ ଅଭାବବୋଧ ପ୍ରଭୃତି ଦୁଶ୍ଚିନ୍ତାରେ ମନ ଭାରାକ୍ରାନ୍ତ ହେବ । ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହୋଇପାରନ୍ତି । ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ବାହାର କରିବେ । ହଜି ଯାଇଥିବା ଜିନିଷ, ପାଇଁ ବ୍ୟସ୍ତତା ବଢିବ ।
କୁମ୍ଭ: ଆଜି କେଚରି ମାମଲାର ଟେନ୍ସନ ରହିବ। କର୍ମକ୍ଷେତ୍ରରେ ଅସ୍ଥିରତା ମାନସିକ ଅଶାନ୍ତିର କାରଣ ହେବ । ସଭାସମିତିରେ ଏପରି କିଛି ପ୍ରସ୍ତାବ ମାନ ଦେବେ ଯାହାକି ବନ୍ଧୁଙ୍କ ମନକୁ ପାଇବ । ପ୍ରକାଶନ, ଏଜେନଶିପ୍, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି ।
ମୀନ: ଦିର୍ଘ ଦିନ ଧରି ଲାଗି ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହୋଇଯିବ । ବନ୍ଧୁ ମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ । ଆତ୍ମୀୟମାନଙ୍କ ସହ ଜମିଜମାକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ। ଆଜି ପରିବାର କଥାନେଇ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରି ସମାଧାନରେ ଉପନୀତ ହୋଇପାରନ୍ତି ।
ट्रेन्डिंग फोटोज़