Advertisement
Photo Details/zeeodisha/odisha2490861
photoDetails0hindi

Weekly Financial Horoscope: ୨୮ ଅକ୍ଟୋବରରୁ ୩ ନଭେମ୍ବର...ଆର୍ଥିକ ଦୃଷ୍ଟିରୁ ୫ରାଶିର ଭାଗ୍ୟ ଉଜ୍ଜ୍ୱଳ

Weekly Financial Horoscope: ଅକ୍ଟୋବର ମାସର ଏହି ସପ୍ତାହରେ ଦୀପାବଳି ର ପବିତ୍ର ଅବସରରେ ଲକ୍ଷ୍ମୀ ନାରାୟଣ ରାଜ ଯୋଗ ଏବଂ ଶଶ ଆଦିତ୍ୟ ରାଜ ଯୋଗର ଶୁଭ ମିଶ୍ରଣ ସୃଷ୍ଟି ହେଉଛି । ଏହି ଶୁଭ ସୌଭାଗ୍ୟରେ ବୃଷ ଓ କର୍କଟ ରାଶି ସମେତ ୫ଟି ରାଶିରେ ସୌଭାଗ୍ୟ ପ୍ରାପ୍ତି ହେବାକୁ ଯାଉଛି। ଏହି ରାଶିର ବ୍ୟବସାୟୀମାନେ ବହୁତ ରୋଜଗାର କରିବେ। ଏହି ସପ୍ତାହରେ ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଆପଣଙ୍କ ଜୀବନରେ ଉନ୍ନତିର ସମ୍ଭାବନା ଅଛି । ତେବେ ଆସନ୍ତୁ ଜାଣିବା ଏହି ୫ରାଶିର ସାପ୍ତାହିକ ଆର୍ଥିକ ରାଶିଫଳ। 

1/5

ବୃଷ ରାଶି ପାଇଁ ଆର୍ଥିକ କ୍ଷେତ୍ରରେ ଏହି ସପ୍ତାହଟି ଖୁବ୍ ଭଲ ରହିବ। ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରଚୁର ପରିମାଣରେ ପାଇବେ। ଆପଣଙ୍କ ପାଇଁ ଏହି ସପ୍ତାହ ଭବିଷ୍ୟତରେ ସୁନ୍ଦର ସୌଭାଗ୍ୟ ଆଣିବ ଏବଂ ଆପଣଙ୍କ ପାଇଁ ଲାଭଦାୟକ ହେବ । ଧନ ଲାଭ ହେବ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଆପଣ ନିଜର ଆକର୍ଷଣୀୟ ବ୍ୟକ୍ତିତ୍ୱ ଦ୍ୱାରା ଆପଣଙ୍କ ସାଥୀଙ୍କୁ ପ୍ରଭାବିତ କରିପାରିବେ । ସ୍ଵାସ୍ଥ୍ୟ ସୁଦୃଢ଼ ରହିବ ଓ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଏହି ସପ୍ତାହରେ ଯାତ୍ରା ସ୍ଥଗିତ ରଖିବା ଭଲ ହେବ। 

 

Also Read: TRAI New Rule: ନଭେମ୍ବର ୧ରୁ Jio, Airtel ସହ VI ଓ BSNL ଗ୍ରାହକଙ୍କ ବଢିବ ଟେନସନ

2/5
କର୍କଟ ରାଶିର ଲୋକମାନେ ଏହି ସପ୍ତାହରେ ଆପଣଙ୍କ ପରିବାର ଉପରେ ଧ୍ୟାନ ଦେବେ ଏବଂ ଆପଣ ମଧ୍ୟ ସେମାନଙ୍କ ମଙ୍ଗଳ ପାଇଁ କାମ କରିବେ । ପରିବାରର କୌଣସି ଯୁବକଙ୍କୁ ସକାରାତ୍ମକ ଖବର ମିଳିପାରେ ଏବଂ କ୍ୟାରିୟରରେ ସେମାନଙ୍କ ର ଅଗ୍ରଗତି ଦେଖି ଆପଣ ବହୁତ ସନ୍ତୁଷ୍ଟ ହେବେ । ମନ ପ୍ରସନ୍ନ ରହିବ। ଏହି ସପ୍ତାହରେ କରାଯାଇଥିବା ଯାତ୍ରାରେ ଶୁଭ ଫଳ ମିଳିବ ଏବଂ ଯାତ୍ରା ସମୟରେ ଆପଣ ବହୁତ ଆରାମ ମଧ୍ୟ ଅନୁଭବ କରିବେ । ଅଫିସରେ ଅହଂକାର କଳହରୁ ଦୂରେଇ ରହିଲେ ନିଜ କାମରେ ଅଧିକ ଧ୍ୟାନ ଦେବାକୁ ସକ୍ଷମ ହେବେ। ଆର୍ଥିକ କ୍ଷେତ୍ରରେ ଖୁବ ଭଲ ରହିବ ସପ୍ତାହ। ଅନେକ ଉତ୍ସରୁ ଟଙ୍କା ପ୍ରାପ୍ତିର ଯୋଗ ରହିଛି।

3/5

ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ସପ୍ତାହ ବହୁତ ଅନୁକୂଳ ରହିବ ଏବଂ କୌଣସି ନୂତନ ନିବେଶ ଆପଣଙ୍କ ପାଇଁ ଶୁଭ ଫଳ ଆଣିବ ଏବଂ ଆପଣ ଙ୍କୁ ବିପୁଳ ପରିମାଣର ଧନ ପ୍ରାପ୍ତି ହୋଇ ଖୁସି ହେବେ । କର୍ମକ୍ଷେତ୍ରରେ ଉନ୍ନତିର ସମ୍ଭାବନା ରହିବ ଓ ଆପଣ ଖୁସି ଅନୁଭବ କରିବେ। ମନ ପ୍ରସନ୍ନ ରହିବ। ଏହି ସପ୍ତାହରେ ଆପଣଙ୍କ ପରିବାରରେ କୌଣସି ନୂତନ ପରିବର୍ତ୍ତନ କୁ ନେଇ ମନ ଆରମ୍ଭରେ ଟିକେ ସନ୍ଦେହ ଜନକ ରହିବ, କିନ୍ତୁ ଶେଷରେ ସମୟ ଅନୁକୂଳ ରହିବ । କର୍ମକ୍ଷେତ୍ରରେ ଉନ୍ନତି ହେବ। 

4/5

ଧନୁ ରାଶି ପାଇଁ ଏହି ସପ୍ତାହ ଲାଭ ଓ ଉନ୍ନତିରେ ପରିପୂର୍ଣ୍ଣ ରହିବ। ଏହି ସପ୍ତାହରେ କୌଣସି ବୃଦ୍ଧଙ୍କ ସାହାଯ୍ୟରେ ଜୀବନରେ ଆନନ୍ଦଦାୟକ ଅନୁଭୂତି ମିଳିବ। ବ୍ୟବସାୟରେ ଲାଭ ଆପଣଙ୍କ ଆଶାଠାରୁ ସାମାନ୍ୟ କମ୍ ରହିବ। ଏହି ସପ୍ତାହରେ ହୋଇଥିବା ଯାତ୍ରାରେ ସଫଳତା ମିଳିବ ଓ ମନ ପ୍ରସନ୍ନ ରହିବ। ପରିବାରରେ ସୁଖ ସମୃଦ୍ଧିର ଶୁଭ ସଙ୍କେତ ମିଳିବ ଏବଂ ଆପଣଙ୍କ ସମ୍ମାନ ମଧ୍ୟ ବୃଦ୍ଧି ପାଇବ । ଏହି ସପ୍ତାହରେ ଆର୍ଥିକ ଖର୍ଚ୍ଚ ବଢ଼ିପାରେ ଏବଂ ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।

5/5
କୁମ୍ଭ ରାଶିର ଲୋକଙ୍କୁ କର୍ମକ୍ଷେତ୍ରରେ ସାମାନ୍ୟ ସଫଳତା ପାଇବେ। ସପ୍ତାହ ଶେଷରେ ଦୃଢ଼ ବ୍ୟକ୍ତିତ୍ୱ ଥିବା ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ମିଳିପାରେ ଏବଂ ସମୟ ଅନୁକୂଳ ରହିବ। ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ଏବଂ ଆପଣଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ଆର୍ଥିକ କ୍ଷେତ୍ରରେ ସୁଦୃଢ ହେବେ। ଅନ୍ୟାନ୍ୟ ଉତ୍ସରୁ ଟଙ୍କା ପ୍ରାପ୍ତିର ଯୋଗ ରହିଛି। ଦିପାବଳୀ ପରଠାରୁ ଆର୍ଥିକ ଦୃଷ୍ଟିରୁ ଧିରେ ଧିରେ ସୁଦୃଢ ହେବେ।        (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)