Advertisement
Photo Details/zeeodisha/odisha1741649
photoDetails0hindi

Why Tabu is still single: ଏହି କାରଣରୁ ୫୧ ବର୍ଷରେ ବି ସିଙ୍ଗଲ ତବୁ, ଏହି ଅଭିନେତାଙ୍କୁ କଲେ ଦାୟୀ!

Bollywood Actress Tabu: ତବୁ ହୁଏତେ ଏହି ନାଁ ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ । ୯୦ ଦଶକରୁ ଆରମ୍ଭ କରି ବର୍ତ୍ତମାନ ଯାଏଁ ଦର୍ଶକଙ୍କ ହୃଦୟରେ ରାଜ କରି ଆସୁଛନ୍ତି ଏହି ବଲଉଡ଼ ସୁନ୍ଦର । ତେବେ ୫୧ ବର୍ଷରେ ପାଦ ଥାପିଥିବା ଏହି ଅଭିନେତ୍ରୀ ଏଯାଏଁ କିନ୍ତୁ ବିବାହ କରିନାହାନ୍ତି । ତେବେ ଏହା ପଛରେ କଣ କାରଣ ରହିଛି ଆସନ୍ତୁ ଜାଣିବାଲ ।

1/5

୧୯୯୧ ମସିହା ନଭେମ୍ବର ୪ ତାରିଖରେ ହ୍ରାଇଦ୍ରାବାଦରେ ତବୁଙ୍କ ଜନ୍ମ । ସେ ସବନା ଆଜମୀଙ୍କ ଝିଆରୀ ଓ ପରାହ ନାଜଙ୍କ ଭଉଣୀ ଅଟନ୍ତି ।

2/5

ହ୍ରାଇଦ୍ରାବାଦ ସେଣ୍ଟ ହାଇ ସ୍କୁଲରେ ପାଠ ସାରିବା ପରେ ସେ ମୁମ୍ବାଇ ଆସିଥିଲେ । ସେଠାରେ ସେ ସେଣ୍ଟ ଜାଭିଅର୍ସ କଲେଜରେ ୨ ବର୍ଷ ପାଠ ପଢିଥିଲେ ।

3/5

୧୯୮୫ ମସିହାରେ ଫିଲ୍ମ ‘ହମ ନୋଜୋବାନ’ ଫିଲ୍ମରୁ ସେ ବଲିଉଡ଼ରେ ଡ଼େବ୍ୟୁ କରିଥିଲେ । ହିନ୍ଦୀ ଭାଷା ବ୍ୟତୀତ ତବୁ ଅନ୍ୟ ଭାଷାରେ ମଧ୍ଯ ଫିଲ୍ମ କରିଛନ୍ତି । ୩୬ ବର୍ଷର କ୍ୟାରିୟର ଭିତରେ ସେ ଖୁବ୍ କମ୍ ଚଳଚ୍ଚିତ୍ରରେ ନଜର ଆସିଛନ୍ତି ।

4/5

ପୂ୍ର୍ବରୁ ତେଲଗୁ ସୁପରଷ୍ଟାର ନାଗାର୍ଜୁନ, ଅଭିନେତା ସଞ୍ଜୟ କପୁର, ଫିଲ୍ମ ପ୍ରଯୋଜନ ସାଜିଦ ନାଡ଼ିଆଡ଼ୱାଲଙ୍କ ସହ ତାଙ୍କ ନାଁ ଯୋଡ଼ା ଯାଇଥିଲେ ମଧ୍ଯ କାହା ସହ ତାଙ୍କ ସମ୍ପର୍କ ତିଷ୍ଠି ପାରି ନଥିଲା । ଯେଉଁଥିଲାଗି ସେ ଆଜି ଯାଏଁ ଅବିବାହିତ ରହିଛନ୍ତି ।

5/5

ଅନ୍ୟପଟେ ଅଜୟ ଦେବଗନ ତାଙ୍କ ସିଙ୍ଗଲ ରହିବା ପଛର ମୁଖ୍ୟ କାରଣ ବୋଲି ସେ କହିଛନ୍ତି । ସାକ୍ଷାତକାରରେ ସେ କହିଛନ୍ତି ଯେ, ଅଜୟ ଓ ସଂପର୍କୀୟ ସମୀର ପଡ଼ୋଶୀ ଥିଲେ । କଲେଜ ଟାଇମରେ ଉଭୟ ମୋ ଉପରେ ନଜର ରଖିବା ସହ ମୋତେ ଫଲୋ କରୁଥିଲେ । ଯଦି ମୁଁ କୌଣସି ପୁଅ ସହ କଥା ହେଉଥିଲି ତାହାଲେ ସେମାନେ ସେ ପୁଅକୁ ଧମକାଇବା ସହ ମାଡ଼ ମାରିଥୁଲେ । ଏଥିଲାଗି ମୁଁ ଆଜି ଯାଏଁ ସିଙ୍ଗଲ ଅଛି । ଏଥିଲାଗି ଅଜୟ ହିଁ ଦାୟୀ ବୋଲି ସେ କହିଛନ୍ତି ।