Gujarat Politics: କଂଗ୍ରେସ କାର୍ଯ୍ୟାଳୟ ଉପରେ ବଜରଙ୍ଗ ଦଳ କର୍ମକର୍ତ୍ତାଙ୍କ ଆକ୍ରମଣ
Advertisement
Article Detail0/zeeodisha/odisha1272125

Gujarat Politics: କଂଗ୍ରେସ କାର୍ଯ୍ୟାଳୟ ଉପରେ ବଜରଙ୍ଗ ଦଳ କର୍ମକର୍ତ୍ତାଙ୍କ ଆକ୍ରମଣ

Bajrang Dal attack on Congress Congress: ଗୁଜରାଟ କଂଗ୍ରେସ ସଂଖ୍ୟାଲଘୁ ସେଲ ପକ୍ଷରୁ ଆୟୋଜି ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଦଳର ପୁରୁଖା ନେତା ଜଗଦୀଶ ଠାକୋର କହିଛନ୍ତି ଦେଶର ସମ୍ପତ୍ତି ଉପରେ ପ୍ରଥମ ଅଧିକାର ମୁସଲମାନଙ୍କର ରହିଛି

Gujarat Politics: କଂଗ୍ରେସ କାର୍ଯ୍ୟାଳୟ ଉପରେ ବଜରଙ୍ଗ ଦଳ କର୍ମକର୍ତ୍ତାଙ୍କ ଆକ୍ରମଣ

Bajrang Dal attack on Congress Congress: ଗତ ଗୁରୁବାର ରାତିରେ ଗୁଜରାଟ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି ବଜରଙ୍ଗ ଦଳ କର୍ମକର୍ତ୍ତା। କଂଗ୍ରେସ କାର୍ଯ୍ୟାଳୟ ଉପରେ ଆକ୍ରମଣ କରି ଏହାକୁ ହଜ ହାଉସ ନାମରେ ନାମିତ କରିଛନ୍ତି ବଜରଙ୍ଗ ଦଳ କର୍ମକର୍ତ୍ତା। ସେମାନେ ଅହମ୍ମଦାବାଦସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଞ୍ଚି ଷ୍ଟିକର ଏବଂ ରଙ୍ଗ ନେଇ ଦଳୀୟ କାର୍ଯ୍ୟାଳୟରେ ନାମ ପରିବର୍ତ୍ତନ କରି ଦେଇଥିଲେ। ବଜରଙ୍ଗ ଦଳ କର୍ମୀ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ହଜ ହାଉସ ଷ୍ଟିକର-ପୋଷ୍ଟର ଲଗାଇ ଦେଇଥିଲେ। ଗୁଜରାଟ କଂଗ୍ରେସର ପୁରୁଖା ନେତା ଜଗଦୀଶ ଠାକୋରଙ୍କ ଏକ ବୟାନକୁ ନେଇ ଏଭଳି କାଣ୍ଡ ଭିଆଇଛନ୍ତି ବଜରଙ୍ଗ ଦଳ କର୍ମକର୍ତ୍ତା। ଯେଉଁଥିରେ କଂଗ୍ରେସ ନେତା ଜଗଦୀଶ ଠାକୋର କହିଥିଲେ ଯେ ଏହି ଦେଶର ସମ୍ପତ୍ତି ଉପରେ ପ୍ରଥମ ଅଧିକାର ମୁସଲମାନଙ୍କର ରହିଛି।

ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଥିବା ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ରାଜ୍ୟ କଂଗ୍ରେସର ପୁରୁଖା ନେତା ଜଗଦୀଶ ଠାକୋର ଦଳୀୟ ନିର୍ବାଚନ ଇସ୍ତାହାର ବ୍ୟବଧାନରେ ଘୋଷଣା କରି କହିଥିଲେ ଯେ ତାଙ୍କ ଦଳ ସବୁ ବେଳେ ସଂଖ୍ୟାଲଘୁଙ୍କୁ ସମର୍ଥନ କରି ଆସିଛି। କ୍ଷମତା ଥାଉ କିମ୍ବା ନଥାଉ ଦଳ କେବେ ଏହାର ଦଳୀୟ ଆଦର୍ଶକୁ ପରିବର୍ତ୍ତନ କରିନାହିଁ। ଦେଶରେ ଘଟୁଥିବା ସାମ୍ପ୍ରଦାୟିକ ଦଙ୍ଗା ପଛରେ କିଏ ଅଛନ୍ତି ଏବଂ କିଏ ଏହା ଦ୍ୱାରା ଉପକୃତ ହେଉଛନ୍ତି ତାହା ଆମେ ସମସ୍ତେ ଜାଣୁ। ଆମେ ଜାଣୁ ଯେ ଏହାର ଶିକାର ଆହୁରି କରାଯିବ। ଏହାର ଜାଲରେ ନ ପଡ଼ିବା ପାଇଁ ସତର୍କ ରହିବା ଆବଶ୍ୟକ। 

ଗୁଜରାଟ କଂଗ୍ରେସ ସଂଖ୍ୟାଲଘୁ ସେଲ ପକ୍ଷରୁ ଆୟୋଜି ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଦଳର ପୁରୁଖା ନେତା ଜଗଦୀଶ ଠାକୋର କହିଛନ୍ତି କଂଗ୍ରେସ ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସର ସହ କହୁଥଲେ ଯେ ଦେଶର ସମ୍ପତ୍ତି ଉପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରଥମ ଅଧିକାର ରହିଛି। କଂଗ୍ରେସ ଜାଣିଛି ଯେ ଦଳ ପାଇଁ କେତେ କ୍ଷତି ହୋଇଛି ହେଲେ ଦଳ ଏହାର ଆଦର୍ଶରେ କେବେ ଆପୋଷ ବୁଝାମଣା କରିନାହିଁ।

ଏହି ପ୍ରସଙ୍ଗରେ ବିଜେପି ଜାତୀୟ ମୁଖପାତ୍ର ଶାହାଜାଦ ପୁନାୱାଲା ଜଗଦୀଶ ଠାକୋରଙ୍କୁ ଟାର୍ଗେଟ କରିଛନ୍ତି। ସେ କଂଗ୍ରେସ ନେତାଙ୍କ ଭାଷଣର ଭିଡିଓ ଟ୍ୱିଟରରେ ସେୟାର କରି କହିଛନ୍ତି ଯେ ଏହା ବିଚାର ଏବଂ କାର୍ଯ୍ୟ ମଧ୍ୟରେ ରହିଥିବା ଅନ୍ତର। ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଦେଶର ସମ୍ବଳ ଉପରେ ଗରିବ ଲୋକଙ୍କ ପ୍ରଥମ ଅଧିକାର ରହିଛି। ମାତ୍ର କଂଗ୍ରେସ ଦେଶର ସମ୍ବଳ ଉପର ପ୍ରଥମ ଅଧିକାର ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ଲାଗି ରହିଛି।

Also Read: ଆମ ଦେଶକୁ ହିନ୍ଦୁ ରାଷ୍ଟ୍ର ହେବାକୁ ଦେବୁନାହିଁ: କଂଗ୍ରେସ ନେତା ରସିଦ ଖାନ