Padampur Bye Election Result: ପଦମପୁର ଫଳାଫଳ ଆସିବା ପୂର୍ବରୁ ନବୀନ ନିବାସରେ ଚାଲିଛି ରୁଦ୍ଧଦ୍ୱାର ବୈଠକ
Advertisement
Article Detail0/zeeodisha/odisha1474820

Padampur Bye Election Result: ପଦମପୁର ଫଳାଫଳ ଆସିବା ପୂର୍ବରୁ ନବୀନ ନିବାସରେ ଚାଲିଛି ରୁଦ୍ଧଦ୍ୱାର ବୈଠକ

BJD Meeting:  ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ ବିଜେଡ଼ି ପର୍ଯ୍ୟବେକ୍ଷକ ସୁଧୀର ସାମଲଙ୍କ ସହ ପଦମପୁର ଉପନିର୍ବାଚନ ଦାୟିତ୍ୱରେ ରହିଥିବା ଦଳୀୟ ନେତା ନବୀନ ନିବାସରେ ମେଳି ହୋଇ ମାନସ ମନ୍ଥନ କରୁଛନ୍ତି। ରୁଦ୍ଧ ଦ୍ୱାର ବୈଠକରେ ପଦମପୁର ଉପନିର୍ବାଚନରେ ଗୁରୁଦାୟିତ୍ୱ ତୁଲାଉଥିବା ନେତା ଉପସ୍ଥିତ ଅଛନ୍ତି। ପଦମପୁର ଉପନିର୍ବାଚନ ଫଳାଫଳ ବିଜେଡି ପାଇଁ ବେଶ ଗୁରୁତ୍ୱ ବହନ କରୁଛି। ଏହି ନିର୍ବାଚନକୁ ନେଇ ବିଜେଡି କର ବା ମର ପରିସ୍ଥିତିରେ ରହିଛି।

Padampur Bye Election Result: ପଦମପୁର ଫଳାଫଳ ଆସିବା ପୂର୍ବରୁ ନବୀନ ନିବାସରେ ଚାଲିଛି ରୁଦ୍ଧଦ୍ୱାର ବୈଠକ

BJD Meeting at Naveen Niwas: ପଦମପୁର ଉପନିର୍ବାଚନ ଫଳାଫଳ ପୂର୍ବରୁ ଚାଲିଛି ନବୀନ ନିବାସରେ ଅନୁଷ୍ଠିତ ହୋଇଯାଇଛି ବିଜେଡି ଦଳର ରୁଦ୍ଧଦ୍ୱାର ବୈଠକ। ପଦମପୁର ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଚଳଚଞ୍ଚଳ ହୋଇଉଠିଛି ନବୀନ ନିବାସ। ଦଳର ୫୦ ଜଣରୁ ଅଧିକ ନେତା ନବୀନ ନିବାସ ଠାରେ ପହଞ୍ଚି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜର ରିପୋର୍ଟ କାର୍ଡ଼ ପ୍ରଦାନ କରିଥିବା ଚର୍ଚ୍ଚା ହେଉଛି। ଏହି ରିପୋର୍ଟ କାର୍ଡ ଆଧାରରେ ବର୍ତ୍ତମାନ ଦଳରେ ମାନସମନ୍ଥନ ଚାଲିଛି। 

ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ ବିଜେଡ଼ି ପର୍ଯ୍ୟବେକ୍ଷକ ସୁଧୀର ସାମଲଙ୍କ ସହ ପଦମପୁର ଉପନିର୍ବାଚନ ଦାୟିତ୍ୱରେ ରହିଥିବା ଦଳୀୟ ନେତା ନବୀନ ନିବାସରେ ମେଳି ହୋଇ ମାନସ ମନ୍ଥନ କରୁଛନ୍ତି। ରୁଦ୍ଧ ଦ୍ୱାର ବୈଠକରେ ପଦମପୁର ଉପନିର୍ବାଚନରେ ଗୁରୁଦାୟିତ୍ୱ ତୁଲାଉଥିବା ନେତା ଉପସ୍ଥିତ ଅଛନ୍ତି। ପଦମପୁର ଉପନିର୍ବାଚନ ଫଳାଫଳ ବିଜେଡି ପାଇଁ ବେଶ ଗୁରୁତ୍ୱ ବହନ କରୁଛି। ଏହି ନିର୍ବାଚନକୁ ନେଇ ବିଜେଡି କର ବା ମର ପରିସ୍ଥିତିରେ ରହିଛି।

କାରଣ ଧାମନଗର ଉପନିର୍ବାଚନରେ ବିଜେଡି ପରାସ୍ତ ହୋଇଛି। ଅନ୍ୟପଟେ ଏହି ନିର୍ବାଚନର ବିଜୟୀ ହେବା ପରେ ବିରୋଧୀ ବିଜେପି କେବଳ ଯେ ଉତ୍ସାହିତ ହୋଇ ଉଠିଥିଲା ତାହା ନୁହେଁ ବରଂ କହିଥିଲା ଯେ ରାଜ୍ୟବାସୀ ପରିବର୍ତ୍ତନ ଚାହୁଁଛନ୍ତି। ଧାମନଗର ଉପନିର୍ବାଚନ ଏହାର ଏକ ସଙ୍କେତ ବୋଲି କହିଥିଲା ବିଜେପି। ଏହା ସହ ପଦମପୁର ଦଳର ଗଡ଼ ହୋଇଥିବାରୁ ଏହି ଆସନରେ ବିଜୟୀ ହୋଇ ଦଳୀୟ ସମ୍ମାନ ବଞ୍ଚାଇବାକୁ ଚାହିୁଁଛି ବିଜେଡି। ଯେହେତୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ପଦମପୁରରେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ, ତେଣୁ ଏହି ଆସନରେ ବିଜୟୀ ହେବା ଏବେ ବିଜେଡ଼ି ପାଇଁ ବେଶ ଗୁରୁତ୍ୱ ବହନ କରୁଛି। କାରଣ ପଦମପୁରରେ ବିଜେଡି ହାରିଲେ କେବଳ ଦଳ ଗୋଟିଏ ଆସନ ହରାଇବନି ବରଂ ନବୀନ ପଟ୍ଟନାୟକଙ୍କ କ୍ରେଜ କମି ଗଲାଣି ବୋଲି ଧରି ନେବାକୁ ହେବ।

ପଦମପୁର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଥିବା ଜଣାପଡ଼ିଛି। ଏହି ନିର୍ବାଚନରେ ମୋଟ୍ ୮୧.୨୯% ମତଦାନ ହୋଇଥିବା ରେକର୍ଡ କରାଯାଇଛି। ପଦମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖ ସୋମବାର ଅନୁଷ୍ଠିତ ହୋଇଥିଲା ଭୋଟ୍ ଗ୍ରହଣ। ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା ମତଦାନ। ଗତକାଲି ସନ୍ଧ୍ୟା ଛଅଟା ସୁଦ୍ଧା ୮୦.୫ ପ୍ରତିଶତ ମତଦାନ ହୋଇଥିଲା। 

କୌଣସି ସ୍ଥାନରେ କାଁ ଭାଁ ହିଂସାକୁ ଛାଡି ଦେଲେ ଉପନିର୍ବାଚନ ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ନିର୍ବାଚନରେ ବ୍ୟବହାର ହେଉଥିବା ଇଭିଏମ କୁ କଡା ସୁରକ୍ଷା ବଳୟ ମଧ୍ୟରେ ପଦମପୁର RMC ୟାଡ଼ ଠାରେ ରଖାଯାଇଛି। ପଦମପୁର ଉପନିର୍ବାଚନରେ ମୋଟ ୧୦ ଜଣ ପାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା। ମୋଟ ୧୩ ଜଣ ପ୍ରାର୍ଥୀ ଏହି ନିର୍ବାଚନ ପାଇଁ କରିଥିଲେ ନାମାଙ୍କନ ଦାଖଲ। ସେମାନଙ୍କ ମଧ୍ୟରୁ ୨ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାମାଙ୍କନ ଯାଞ୍ଚ ବେଳେ ଖାରଜ ହୋଇଯାଇଛି। ଅନ୍ୟଜଣେ ପ୍ରାର୍ଥୀ ତାଙ୍କର ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ। 

ପଦମପୁର ଉପନିର୍ବାଚନ (Padampur By Election 2022) ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଦେଇଛନ୍ତି। କଂଗ୍ରେସ (Congress) ପକ୍ଷରୁ ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ (Sataya Bhusan Sahu), ବିଜେପି (BJP) ପକ୍ଷରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ (Pradeep Purohit) ଏବଂ ବିଜେଡି (BJD) ପକ୍ଷରୁ ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ (Bijaya Ranjan Singh Bariha) ଝିଅ ବର୍ଷା ସିଂହ ବରିହା (Barsha Singh Bariha) ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଛନ୍ତି।