Bharat Jodo: ରାହୁଲ ଗାନ୍ଧୀଙ୍କ ଟି-ସାର୍ଟକୁ ନେଇ କଂଗ୍ରେସ-ବିଜେପି ଭିଡାଭିଡି, କାରଣ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha1344334

Bharat Jodo: ରାହୁଲ ଗାନ୍ଧୀଙ୍କ ଟି-ସାର୍ଟକୁ ନେଇ କଂଗ୍ରେସ-ବିଜେପି ଭିଡାଭିଡି, କାରଣ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

Rahul Gandhi T-Shirt: କଂଗ୍ରେସ 'ଭାରତ ଯୋଡୋ' ଯାତ୍ରା (Congress Bharat Jodo Yatra) ଆରମ୍ଭ କରିଥିବା ବେଳେ ରାହୁଲ ଗାନ୍ଧୀଙ୍କ ଟି-ସାର୍ଟକୁ (T-Shirt of Rahul Gandhi) ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଏକ ନୂଆ ବିବାଦ ଆରମ୍ଭ ହୋଇଛି।

ପ୍ରତୀକାତ୍ମକ

Rahul Gandhi T-Shirt: କଂଗ୍ରେସ 'ଭାରତ ଯୋଡୋ' ଯାତ୍ରା (Congress Bharat Jodo Yatra) ଆରମ୍ଭ କରିଥିବା ବେଳେ ରାହୁଲ ଗାନ୍ଧୀଙ୍କ ଟି-ସାର୍ଟକୁ (T-Shirt of Rahul Gandhi) ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଏକ ନୂଆ ବିବାଦ ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟି (BJP) ଶୁକ୍ରବାର ଦିନ ଦାବି କରିଛି ଯେ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡା ଯାତ୍ରା' ସମୟରେ ପିନ୍ଧିଥିବା ଟି-ସାର୍ଟର ମୂଲ୍ୟ ୪୧,୦୦୦ (T-Shirt Price 41,000) ରୁ ଅଧିକ ଟଙ୍କା। ବିଜେପି ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଦୁଇଟି ଫଟୋ ସେୟାର କରି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ଶୁକ୍ରବାର ଦିନ ବିଜେପି ଏହି ଦାବି କରିବା ସହିତ କଟାକ୍ଷ କରି କହିଛି ଯେ, 'ଭାରତ, ଦେଖୋ'।

ବିଜେପି ଦ୍ବାରା ଜାରି କରାଯାଇଥିବା ଗୋଟିଏ ଫଟୋ ରାହୁଲ ଗାନ୍ଧୀଙ୍କ ହୋଇଥିବା ବେଳେ ଅନ୍ୟ ଚିତ୍ରରେ ଏକ ଟି-ସାର୍ଟକୁ ଏହାର ଦାମ ସହିତ ଦେଖାଯାଇଛି, ଯାହା ଗାନ୍ଧୀ ପିନ୍ଧିଥିବା ଟି-ସାର୍ଟ ପରି ଦେଖାଯାଉଛି। ଫଟୋ ସେୟାର କରି ବିଜେପି ଟ୍ୱିଟ୍ କରିଛି, 'ଭାରତ ଦେଖୋ'।

ଏହା ଉପରେ କଂଗ୍ରେସ, ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିନ୍ଧିଥିବା ଏକ ସୁଟ ଏବଂ ଚଷମାର ମୂଲ୍ୟ ପ୍ରସଙ୍ଗ ଦର୍ଶାଇ ପାଲଟା ଜବାବ ଦେଇ କହିଛି ଯେ, 'ଭାରତ ଯୋଡା' ଯାତ୍ରା ପାଇଁ ଏକତ୍ରିତ ହୋଇଥିବା ଜନ ସମୁଦ୍ର ଦେଖି ବିଜେପି ଭୟଭୀତ ହୋଇଯାଇଛି। ବିଜେପି ନିଜର ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ରାହୁଲ ଗାନ୍ଧୀଙ୍କ ଏକ ଫଟୋ ଏବଂ ଦାମ୍ ସହିତ 'ବର୍ବରୀ' ବ୍ରାଣ୍ଡର ଟି-ସାର୍ଟ ଫଟୋ ସେୟାର କରିଛି।

ଏହି ଟ୍ୱିଟକୁ ରିଟ୍ୱିଟ କରି କଂଗ୍ରେସ କହିଛି, 'ଆରେ ... ଡରିଗଲ କି? ଭାରତ ଯୋଡୋ ଯାତ୍ରାରେ ଏକତ୍ରିତ ହୋଇଥିବା ଭିଡ଼ ଦେଖି। ସମସ୍ୟା ବିଷୟରେ କଥାବାର୍ତ୍ତା କର ... ବେକାରୀ ଏବଂ ଦରଦାମ୍ ବିଷୟରେ କୁହ। ଯଦି ପୋଷାକ ଉପରେ ଚର୍ଚ୍ଚା କରିବାକୁ ଚାହୁଁଛ, ତେବେ ମୋଦି ଜିଙ୍କ ୧୦ ଲକ୍ଷର ସୁଟ୍ ଏବଂ ୧.୫ ଲକ୍ଷର ଚଷମା ଦମ୍ ପର୍ଯ୍ୟନ୍ତ କଥା ଯିବ। କୁହ କରିବ?'

ଏହି ଟି-ସାର୍ଟର ମୂଲ୍ୟ ୪୧,୨୫୭ ଟଙ୍କା ବୋଲି ବିଜେପି ଦାବି କରିଛି। ଏଥି ସହିତ କିଛି ଲୋକ ମଧ୍ୟ କଂଗ୍ରେସ ନେତାଙ୍କ ସମର୍ଥନରେ ଟ୍ୱିଟ୍ କରିଛନ୍ତି। ଜଣେ ସମର୍ଥକ ଅଭିଯୋଗ କରିଛନ୍ତି ଯେ, ବିଜେପିର ଏଭଳି ଟ୍ୱିଟ୍ ଦର୍ଶାଉଛି ଯେ, ଏହି ଯାତ୍ରାରେ ସେ ଡରିଯାଇଛନ୍ତି।

 

ଅନ୍ୟ ଜଣେ ସମର୍ଥକ କହିଛନ୍ତି ଯେ, ଗାନ୍ଧୀ ତାଙ୍କ ପୋଷାକରେ ଯାହା ଖର୍ଚ୍ଚ କରୁଛନ୍ତି ତାହା ସାଧାରଣ ଜନତାଙ୍କ ଟଙ୍କା ନୁହେଁ। ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଗୁରୁବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ଏହି ଯାତ୍ରା ନେତୃତ୍ବ ନେଉନାହାଁନ୍ତି, ଏହାର କେବଳ ଏକ ଅଂଶ। ଦେଶରେ ଘୃଣାଭାବ ବିସ୍ତାର କରି ବିଜେପି-ଆରଏସଏସ ଦ୍ୱାରା ଯେଉଁ କ୍ଷତି କରାଯାଇଛି, ତାହା ଏହି ଯାତ୍ରା ଦ୍ବାରା ଭରଣ କରାଯିବା ବୋଲି ସେ ଦାବି କରିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ୭ ସେପ୍ଟେମ୍ବରରୁ 'ଭାରତ ଯୋଡୋ ଯାତ୍ରା' (Bharat Jodo Yatra) ଆରମ୍ଭ କରିଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାସ୍ତ କରିବା ପାଇଁ ଏହା ରାହୁଲ ଗାନ୍ଧୀଙ୍କ ମାଷ୍ଟର ଷ୍ଟ୍ରୋକ ବୋଲି ବିବେଚନା କରାଯାଏ । ରାହୁଲ ଗାନ୍ଧୀ ୭ ସେପ୍ଟେମ୍ବର ସକାଳେ ଶ୍ରୀପେରୁମୁଦୁର ରାଜୀବ ଗାନ୍ଧୀ ମେମୋରିଆଲରେ (Rajiv Gandhi Memorial) ଏକ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ, ଯେଉଁଠାରେ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କୁ ବୋମା ବିସ୍ଫୋରଣରେ ହତ୍ୟା କରାଯାଇଥିଲା । ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ତାଙ୍କ ପିତାଙ୍କ ସ୍ମୃତିରେ ସେଠାରେ ପହଞ୍ଚିଥିଲେ ।