Ollywood News: ଅର୍ଦ୍ଧେନ୍ଦୁଙ୍କ 'ଭିଲେନ୍'ର ସଫଳତା ପାଇଁ ସ୍ତ୍ରୀ ପଲ୍ଲବୀ କଲେ ପୂଜାପାଠ
Advertisement
Article Detail0/zeeodisha/odisha2466355

Ollywood News: ଅର୍ଦ୍ଧେନ୍ଦୁଙ୍କ 'ଭିଲେନ୍'ର ସଫଳତା ପାଇଁ ସ୍ତ୍ରୀ ପଲ୍ଲବୀ କଲେ ପୂଜାପାଠ

ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ପଲ୍ଲବୀ ସିନେମା 'ଭିଲେନ'ର ପୂରା ଟିମକୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଲେଖିଥିଲେ ପରିଶ୍ରମର ଫଳ ନିଶ୍ଚେ ମିଳିବ । ପଲ୍ଲବୀ ପୋଷ୍ଟ କରିଥିବା ଫଟୋରେ ଦେଖିବାକୁ ମିଳିଥିଲା ସେ 'ଭିଲେନ'ର ପୋଷ୍ଟରକୁ ଏକାଧିକ ମନ୍ଦିରରେ ପୂଜାରେ ବ୍ୟବହାର କରିଥିଲେ ।

Ollywood News: ଅର୍ଦ୍ଧେନ୍ଦୁଙ୍କ 'ଭିଲେନ୍'ର ସଫଳତା ପାଇଁ ସ୍ତ୍ରୀ ପଲ୍ଲବୀ କଲେ ପୂଜାପାଠ

Ollywood News: ଦଶହରା ବଜାରରେ ରିଲିଜ୍ ହୋଇଛି ଅଭିନେତା ଅର୍ଦ୍ଧେନ୍ଦୁ ଏବଂ ତମନ୍ନାଙ୍କ ଅଭିନିତ ସିନେମା 'ଭିଲେନ୍' । ସିନେମାଟି ଦର୍ଶକଙ୍କ ନିକଟରେ ଆଦୃତ ହେଉ ଏବଂ ସଫଳତା ମିଳୁ ଏହା ମନାସି ଆଜି ଫିଲ୍ମ ରିଲିଜ୍ ପୂର୍ବରୁ ଅର୍ଦ୍ଧେନ୍ଦୁଙ୍କ ଜୀବନସାଥୀ ପଲ୍ଲବୀ ମହାରଥୀ ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ପହଞ୍ଚି ପ୍ରାର୍ଥନା କରିବା ସହିତ ଶୁଭ ମନାସିଛନ୍ତି ।

ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ପଲ୍ଲବୀ ସିନେମା 'ଭିଲେନ'ର ପୂରା ଟିମକୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଲେଖିଥିଲେ ପରିଶ୍ରମର ଫଳ ନିଶ୍ଚେ ମିଳିବ । ପଲ୍ଲବୀ ପୋଷ୍ଟ କରିଥିବା ଫଟୋରେ ଦେଖିବାକୁ ମିଳିଥିଲା ସେ 'ଭିଲେନ'ର ପୋଷ୍ଟରକୁ ଏକାଧିକ ମନ୍ଦିରରେ ପୂଜାରେ ବ୍ୟବହାର କରିଥିଲେ । ସେମଧ୍ୟରେ ରହିଛି ଉଜ୍ଜନର ଶ୍ରୀ କାଳଭୈରବ ମନ୍ଦିର, ଗଣେଶ ମନ୍ଦିର, ଓମକରେଶ୍ୱର ମନ୍ଦିର, ମାଆ ବଗଳାମୁଖୀ ମନ୍ଦିର ସହ ଆହୁରି ଅନେକ ଦେବାଦେବୀଙ୍କ ମନ୍ଦିର । ଏସବୁ ଧାର୍ମିକସ୍ଥଳରେ ପଲ୍ଲବୀ ପହଞ୍ଚି ସ୍ୱତନ୍ତ୍ର ପୂଜା କରିଥିବା ଜଣାପଡିଛି । ସ୍ୱାମୀଙ୍କ ସଫଳତା ପାଇଁ ସ୍ତ୍ରୀଙ୍କ ଏପରି ନିଆରା ଉଦ୍ୟମକୁ ପ୍ରଶଂସକ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, 'ଭିଲେନ'ର ନିର୍ଦ୍ଦେଶକ କେ. ମୁରଲୀକ୍ରିଷ୍ଣା ସିନେମାଟିକୁ ଖୁବ ସୁନ୍ଦର ଭାବେ ଗଢି ତୋଳିବାକୁ ଉଦ୍ୟମ କରିଛନ୍ତି । ଯାହା ଆଜି ସଫଳତାର ସହ ସାରା ରାଜ୍ୟର ବିଭିନ୍ନ ହଲରେ ମୁକ୍ତିଲାଭ କରିଛି । ସିନେମା ରିଲିଜ୍ ପୂର୍ବରୁ ଗୀତଗୁଡିକ ମଧ୍ୟ ଖୁବ ଲୋକପ୍ରିୟତା ହାସଲ କରିଥିଲା । ସିନେମାଟିରେ ଅଭିନେତ୍ରୀ ଉଷଶୀ ମିଶ୍ର, ଅଭିନେତା ବବି ମିଶ୍ର, ସମରେଶ ରାଉତରାୟଙ୍କ ସମେତ ଆହୁରୀ ଅନେକ କଳାକାରମାନେ ଖୁବ ସୁନ୍ଦର ଅଭିନୟ କରିଛନ୍ତି । ଆଜି ୯ ଅକ୍ଟୋବର ବୁଧବାର ଦିନ ବିଭିନ୍ନ ହଲରେ ସିନେମା 'ଭିଲେନ୍' ହାଉସଫୁଲ ଚାଲିଥିବା ଦେଖିବାକୁ ମିଳିଥିଲା । ପ୍ରିମିୟର ଶୋ'ରେ ଦର୍ଶକଙ୍କ ସହିତ ସିନେମା ଦେଖିଥିଲେ କଳାକାରମାନେ ।

Also Read- ସିଲ୍ ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ଜାଣନ୍ତୁ କାରଣ

Also Read- Shani Transit 2025: ଶନିଦେବଙ୍କ ପ୍ରଭାବ, ୫ ରାଶିର ବ୍ୟକ୍ତିଙ୍କୁ ଧନ ଲାଭ