Top 10 News Headlines: ଅପରାହ୍ଣର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...
Trending Photos
Bhubaneswar Crime News: ଭୁବନେଶ୍ଵର ବିଚ୍ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ରମା ନାୟକକୁ ଗିରଫ କଲା ପୋଲିସ । ଖୋର୍ଦ୍ଧା ଅଞ୍ଚଳରୁ ରମାଙ୍କୁ ଗିରଫ କରିଛି ମଞ୍ଚେଶ୍ଵର ଥାନା ପୋଲିସ । ପୂର୍ବରୁ ଘଟଣାରେ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ । ରସୁଲଗଡ଼ ବ୍ରିଜ୍ ଉପରେ ସହଦେବଙ୍କୁ ଖଣ୍ଡାରେ ହାଣିଥିଲେ ଅଭିଯୁକ୍ତ ।
Puri News: ପୁରୀ ଜିଲ୍ଲା ପିପିଲିର ଚିତଳପୁରରେ ଘଟିଯାଇଛି ଏକ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଛନ୍ତି ଜଳ ସମ୍ପଦ କର୍ମଚାରୀ । ମୃତ ବ୍ୟକ୍ତି ଜଣଙ୍କ ହେଲେ ରବି ନାରାୟଣ ନାୟକ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ରବି ବଳଙ୍ଗା ଜଳ ସମ୍ପଦ ଉପଖଣ୍ଡରେ ଖଲାସୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ବଳଙ୍ଗା ନିକଟ ରୂପଦେଇ ଗ୍ରାମ ନିକଟରେ ।
Odisha Weather Report: ଆସନ୍ତା ୧୯ ଓ ୨୦ରେ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା । ହାଲୁକା ବର୍ଷା ସହ କିଛି ସ୍ଥାନରେ ବିଜୁଳି, ଘଡ଼ଘଡି ହେବା ସମ୍ଭାବନା । ୧୯ ତାରିଖରେ ୧୦ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣ ବର୍ଷା । ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ରେ ବର୍ଷା ହେବା ନେଇ ସୂଚନା।
IPL Trophy: ପୁରୀ ଶ୍ରୀମନ୍ଦିରକୁ ଆସିଲା ଆଇପିଏଲ୍ ଟ୍ରଫି । ଆଇପିଏଲ୍ ଟ୍ରଫି ଆଣି ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା ।କୋଲକତା ନାଇଟ ରାଇଡର୍ସ ପକ୍ଷରୁ ପୁରୀ ଆସିଛି ଟ୍ରଫି । ବିଭିନ୍ନ ପ୍ରସିଦ୍ଧ ମନ୍ଦିରରେ ଟ୍ରଫିକୁ ନେଇ ପୂଜାର୍ଚ୍ଚନା ହେଉଛି।
Congress Sankalpa Jatra: ଫେବୃଆରୀ ୧୮ରୁ ଭୁବନେଶ୍ୱରରେ କଂଗ୍ରେସର ସଂକଳ୍ପ ପଦଯାତ୍ରା। ଭୁବନେଶ୍ୱର ବିମାନବନ୍ଦର ଠାରୁ ପଦଯାତ୍ରା ଆରମ୍ଭ ହେବ। ଲିଙ୍ଗିପୁର, ପିପିଲି ଚନ୍ଦନପୁର ଦେଇ ପୁରୀ ଯାଏଁ ପଦଯାତ୍ରା କରିବ ଦଳ। ଫେବୃଆରୀ ୧୮ରୁ ୨୦ ତାରିଖ ଯାଏଁ ପଦଯାତ୍ରା କରିବ କଂଗ୍ରେସ। ପଦଯାତ୍ରାରେ ସାମିଲ ହେବେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ।
Puri Srimandira Bada Snana: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ । ବେହେରଣ ଦ୍ୱାର ନିକଟରେ ରକ୍ତ ଛିଟା ପଡ଼ିଥିବା ଦେଖିବା ପରେ ବଡ଼ ମହାସ୍ନାନ କରାଯାଇଛି । ଅବକାଶ ପୂଜା ପରେ ମଇଲମ, ରୋଷହୋମ ହୋଇ ମହାପ୍ରଭୁଙ୍କ ବେଶ ହେବା ସମୟରେ ସେବାୟତ ଦେଖିବାକୁ ପାଇଥିଲେ ରକ୍ତ ଛିଟା । କେଉଁ କାରଣ ଯୋଗୁଁ ରକ୍ତ ଛିଟା ପଡ଼ିଥିଲା ସେନେଇ ସେବାୟତଙ୍କ ଦୃଷ୍ଟି ଆକର୍ଷଣ ହେବାରୁ ଦର୍ଶନ ବନ୍ଦ କରାଯାଇ ମହାସ୍ନାନ ଜାରି ରହିଛି ।
Delhi Stampede Update: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟଣା। ୨ ଜଣିଆ ଉଚ୍ଚସ୍ତରୀୟ କମିଟିର ତଦନ୍ତ ଆରମ୍ଭ । ଘଟଣାସ୍ଥଳର ସମସ୍ତ ସିସିଟିଭି ଜବତ କଲେ ତଦନ୍ତକାରୀ ଟିମ୍ । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରେଳ ମନ୍ତ୍ରୀ । ଏହି ଘଟଣାରେ ଏବେ ସୁଦ୍ଧା ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।
Maharashtra Politics: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୧୩୨ଟି ଆସନ ଜିତିବା ପରେ ବିଜେପିର ମନୋବଳ ବଢ଼ିଛି। ଏହି କାରଣରୁ ଦଳ ଆଗାମୀ ଦିନରେ ଏକାକୀ ପୌର ନିର୍ବାଚନ ଲଢ଼ିବାକୁ ଯୋଜନା କରୁଛି। ନିକଟରେ, ବିଜେପି କୋର୍ କମିଟି ବୈଠକରେ, ଦଳର ବରିଷ୍ଠ ନେତାମାନେ ସେମାନଙ୍କର ମତ ପ୍ରକାଶ କରି କହିଥିଲେ ଯେ, ଆମେ ମହାଗଠବନ୍ଧନ ସହିତ ନୁହେଁ ବରଂ ନିଜ ଶକ୍ତିରେ ନିର୍ବାଚନ ଲଢ଼ିବା ଉଚିତ୍।
Andhra Pradesh Crime: ଆନ୍ଧ୍ରପ୍ରଦେଶରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ପୁଅକୁ ଖଣ୍ଡ ଖଣ୍ଡ କାଟି କେନାଲରେ ଭସାଇଦେଲା ମାଆ । ଜଣେ ଜନ୍ମଦାତ୍ରୀ ବି ଏଭଳି କାଣ୍ଡ କରିପାରେ ଏହା ଭାବିବା ବି କଷ୍ଟକର ହୋଇପଡୁଛି । ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । ୫୭ ବର୍ଷୀୟା ମହିଳା ଲକ୍ଷ୍ମୀ ନିଜର ୩୫ ବର୍ଷୀୟ ପୁଅ କେ ଶ୍ୟାମ ପ୍ରସାଦଙ୍କୁ ହତ୍ୟା କରିଛନ୍ତି ।
Mumbai Fire Incident: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ରବିବାର ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ଏଠାରେ ୧୧ ମହଲା ବିଶିଷ୍ଟ ଏକ ବିଲ୍ଡିଂରେ ହଠାତ୍ ନିଆଁ ଲାଗିଯିବାରୁ ୨ ଜଣ ମହିଳା ଏହା ସଂସ୍ପର୍ଶରେ ଆସିଥିଲେ । ଅନ୍ୟ ଦୁଇଜଣ ବ୍ୟକ୍ତି ଏଥିରେ ଶ୍ୱାସରୁଦ୍ଧ ହୋଇଯାଇଛନ୍ତି । ଉଭୟଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।