Pregnancy Care Tips: ଗର୍ଭପାତ ହେବାର ସବୁଠାରୁ ବଡ଼ କାରଣ ହେଉଛି ଭ୍ରୂଣରେ କ୍ରୋମୋସୋମାଲ ଅସ୍ୱାଭାବିକତା, ମଧୁମେହ, ଥାଇରଏଡ ସମସ୍ୟା, ମୋଟାପଣ ଏବଂ ପିସିଓଡି । ନିଶା ମଧ୍ୟ ଏକ କାରଣ ହୋଇପାରେ । ଅନ୍ୟାନ୍ୟ କାରଣ ମଧ୍ୟରେ ସଂକ୍ରମଣ, ପ୍ଲାସେଣ୍ଟା ଏବଂ ସର୍ଭିକ୍ସ ସମ୍ବନ୍ଧୀୟ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।
Trending Photos
Pregnancy Care Tips: ଗର୍ଭାବସ୍ଥା ବା ମା ହେବା କୌଣସି ବି ମହିଳାଙ୍କ ପାଇଁ ସବୁଠାରୁ ଖାସ୍ ମୁହୂର୍ତ୍ତ । ବେଳେବେଳେ ଗର୍ଭପାତ ହେତୁ ମା' ହେବାର ସ୍ୱପ୍ନ ଅଧୁରା ରହିଯାଏ। ଭାରତରେ ପ୍ରାୟ ୧୦ ପ୍ରତିଶତ ମହିଳା ଗର୍ଭପାତ କାରଣରୁ ମା' ହୋଇପାରୁ ନାହାନ୍ତି। ଦୁନିଆରେ ପ୍ରତି ୧୦ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଜଣେ ଗର୍ଭପାତ ଯନ୍ତ୍ରଣା ଅନୁଭବ କରୁଛନ୍ତି । 'ଦ ଲାନ୍ସେଟ୍'ର ଏକ ରିପୋର୍ଟ ଅନୁଯାୟୀ ବିଶ୍ୱରେ ପ୍ରତିବର୍ଷ ୨୩ ନିୟୁତ ମହିଳା ଗର୍ଭପାତର ଶିକାର ହୁଅନ୍ତି। ଅନେକ ମହିଳାଙ୍କୁ ବାରମ୍ବାର ଏହି ଯନ୍ତ୍ରଣା ସହିବାକୁ ପଡିଥାଏ । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଗର୍ଭପାତର ସବୁଠାରୁ ବଡ଼ କାରଣ କ'ଣ, ଯାହାଦ୍ୱାରା ଏହାକୁ ଏଡ଼ାଇ ଦିଆଯାଇପାରିବ।
ଗର୍ଭପାତର ମୁଖ୍ୟ କାରଣ କ'ଣ?
ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ମତରେ ଗର୍ଭାବସ୍ଥାର ପ୍ରଥମ ତ୍ରୈମାସିକରେ ଗର୍ଭପାତ ହେବାର ସବୁଠାରୁ ବଡ଼ କାରଣ ହେଉଛି ଭ୍ରୂଣରେ କ୍ରୋମୋସୋମାଲ ଅସ୍ୱାଭାବିକତା, ମଧୁମେହ, ଥାଇରଏଡ ସମସ୍ୟା, ମୋଟାପଣ ଏବଂ ପିସିଓଡି । ନିଶା ମଧ୍ୟ ଏକ କାରଣ ହୋଇପାରେ । ଅନ୍ୟାନ୍ୟ କାରଣ ମଧ୍ୟରେ ସଂକ୍ରମଣ, ପ୍ଲାସେଣ୍ଟା ଏବଂ ସର୍ଭିକ୍ସ ସମ୍ବନ୍ଧୀୟ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ । ତେବେ ଏହାର ତିନୋଟି ମୁଖ୍ୟ କାରଣ ହୋଇପାରେ ।
୧. ଗର୍ଭରେ ଅସ୍ୱାଭାବିକତା
ଡାକ୍ତରଙ୍କ କହିବା ଅନୁଯାୟୀ, ଗର୍ଭପାତ ହେବାର ମୁଖ୍ୟତଃ ତିନୋଟି କାରଣ ରହିଛି: ଗର୍ଭରେ ଅସ୍ୱାଭାବିକତା, ମା'ଙ୍କ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଆଖପାଖ ପରିବେଶ। ଯେତେବେଳେ ଭ୍ରୂଣରେ ଏକ ପ୍ରକାର କ୍ରୋମୋଜୋମାଲ ଅସ୍ୱାଭାବିକତା ଦେଖାଯାଏ, ଗର୍ଭପାତ ହେବାର ଆଶଙ୍କା ଅଧିକ ଥାଏ।
୨. ମା'ଙ୍କ ସ୍ୱାସ୍ଥ୍ୟ ସମସ୍ୟା
ଯଦି କୌଣସି ମହିଳାଙ୍କର ହର୍ମୋନ ଅସନ୍ତୁଳନ, ଥାଇରଏଡ କିମ୍ବା ମଧୁମେହ ଭଳି ସମସ୍ୟା ଥାଏ ତେବେ ଗର୍ଭପାତ ହେବାର ଆଶଙ୍କା ରହିଥାଏ । ଟକ୍ସୋପ୍ଲାଜମୋସିସ୍, ରୁବେଲା, ସାଇଟୋମେଗାଲୋ ଭାଇରସ୍ ବା ହର୍ପିସ୍ ଭଳି ସଂକ୍ରମଣ ଯୋଗୁଁ ଗର୍ଭବତୀ ମହିଳାମାନଙ୍କର ଗର୍ଭପାତ ହେବାର ଆଶଙ୍କା ଅଧିକ ଥାଏ। ଟି ଆକୃତିର ଗର୍ଭାଶୟ, ଦୁର୍ବଳ ସର୍ଭିକ୍ସ, ଫାଇବ୍ରଏଡ, ହୃଦୟ ଓ କିଡନୀ ରୋଗ ଏବଂ ରକ୍ତ ଜମାଟ ହେବା ଭଳି ରୋଗ ମଧ୍ୟ ଗର୍ଭପାତର କାରଣ ହୋଇପାରେ ।
୩. ପରିବେଶ ଗତ କାରଣ
କେତେକ ଔଷଧ ଗର୍ଭପାତର କାରଣ ମଧ୍ୟ ହୋଇପାରେ । ଏହାବ୍ୟତୀତ ପ୍ରଦୂଷଣ, ବିଷାକ୍ତ ଗ୍ୟାସ୍ ଏବଂ ପାରଦ ଭଳି କ୍ଷତିକାରକ ପଦାର୍ଥ ର ସଂସ୍ପର୍ଶରେ ଆସିବା ସହ ନିଶା ଦ୍ରବ୍ୟ ସେବନ କରିବା ଦ୍ୱାରା ଗର୍ଭପାତ ହେବାର ଆଶଙ୍କା ବଢିଯାଏ ।
Also Read: Phalguna Grah Gochar 2025: ଫାଲଗୁନ ମାସରେ ୭ ଟି ଶକ୍ତିଶାଳୀ ଗ୍ରହର ଚଳନ, ଏହିସବୁ ରାଶିର ଖୋଲିବ ଭାଗ୍ୟ
Also Read: Weekly Financial Horoscope: ବିଗିଡ଼ିବ ନା ସୁଧୁରିବ ଆର୍ଥିକ ସ୍ଥିତି, ଜାଣନ୍ତୁ ଆଗାମୀ ସପ୍ତାହର ରାଶିଫଳ