Odisha News: ଧାନ ମଣ୍ଡିରେ ଅନିୟମିତତା, ନିଲମ୍ବିତ ହେଲେ ଦୁଇ କର୍ମଚାରୀ
Advertisement
Article Detail0/zeeodisha/odisha2648029

Odisha News: ଧାନ ମଣ୍ଡିରେ ଅନିୟମିତତା, ନିଲମ୍ବିତ ହେଲେ ଦୁଇ କର୍ମଚାରୀ

Odisha News: ନିଲମ୍ବିତ ଦୁଇ କର୍ମଚାରୀ ହେଲେ ମଣ୍ଡି ନୋଡାଲ ଅଫିସର ମୋହନ କୁମାର ଜେନା ଓ ମଣ୍ଡି ପ୍ୟାକ୍ସ ଅଫିସର ଶିଶିର କୁମାର ପଣ୍ଡା । ଏହି ଦୁଇ କର୍ମଚାରୀ ମଣ୍ଡି ପରିଚାଳନା ଦାୟିତ୍ବରେ ଥାଇ ମଧ୍ୟ କାର୍ଯ୍ୟରେ ଅବହେଳା କରି ଆସୁଥିଲେ । ଯାହାକୁ ନେଇ ଏହି ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେବା ସହ ଚାଷୀଙ୍କ ମଧ୍ୟରେ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । 

Odisha News: ଧାନ ମଣ୍ଡିରେ ଅନିୟମିତତା, ନିଲମ୍ବିତ ହେଲେ ଦୁଇ କର୍ମଚାରୀ
Odisha News: (ନାରାୟଣ ବେହେରା) ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ଧାନ ମଣ୍ଡିରେ ଅନିୟମିତତା ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ମଣ୍ଡି ଦାୟିତ୍ୱରେ ଥିବା ଦୁଇ କର୍ମଚାରୀଙ୍କୁ ଜଗତସିଂହପୁର ଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଦୁଇ କର୍ମଚାରୀ ହେଲେ ମଣ୍ଡି ନୋଡାଲ ଅଫିସର ମୋହନ କୁମାର ଜେନା ଓ ମଣ୍ଡି ପ୍ୟାକ୍ସ ଅଫିସର ଶିଶିର କୁମାର ପଣ୍ଡା । ଏହି ଦୁଇ କର୍ମଚାରୀ ମଣ୍ଡି ପରିଚାଳନା ଦାୟିତ୍ବରେ ଥାଇ ମଧ୍ୟ କାର୍ଯ୍ୟରେ ଅବହେଳା କରି ଆସୁଥିଲେ । ଯାହାକୁ ନେଇ ଏହି ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେବା ସହ ଚାଷୀଙ୍କ ମଧ୍ୟରେ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । 
 
ଏପରିକି, ଗତ ୪ ଦିନ ତଳେ ଟୋକନକୁ ନେଇ ଗଣ୍ଡଗୋଳ ହେବା ସହ ଚାଷୀ ଓ ମଣ୍ଡି ଦାୟିତ୍ବରେ ଥିବା କର୍ମଚାରୀ ମୁହାଁମୁହିଁ ହୋଇଥିଲେ। ଯାହାର ବିଚାର କରି ଜିଲ୍ଲାପାଳ ଏହି ଦୁଇ କର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମାଛଗାଁ ଧାନ ମଣ୍ଡିରେ ଏହି ଦୁଇ କର୍ମଚାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ଅନ୍ୟ ମଣ୍ଡି ଗୁଡିକରେ କର୍ମଚାରୀ ମାନେ ଭୟଭୀତ ହୋଇ ପଡିଛନ୍ତି ।