Top 10 news: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର
Advertisement
Article Detail0/zeeodisha/odisha2648077

Top 10 news: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ କୁମ୍ପ ସ୍ନାନକୁ ଯାଉଥିବା ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ତିନି ପିଲା ମଧ୍ୟ ଥିବା ସୂଚନା ମିଳିଛି। ଏହା ବ୍ୟତୀତ ୧୦ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି, ଯେଉଁମାନେ ଚିକିତ୍ସା ପାଇଁ LNJP ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଠାରୁ ଆ

Top 10 news: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର
1.Delhi Stampede:ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ କୁମ୍ପ ସ୍ନାନକୁ ଯାଉଥିବା ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ତିନି ପିଲା ମଧ୍ୟ ଥିବା ସୂଚନା ମିଳିଛି। ଏହା ବ୍ୟତୀତ ୧୦ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି, ଯେଉଁମାନେ ଚିକିତ୍ସା ପାଇଁ LNJP ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ପର୍ଯ୍ୟନ୍ତ ଏହି ଘଟଣାରେ ଅନେକ ଲୋକ ଶୋକ ବ୍ୟକ୍ତ କରିଛନ୍ତି।
 
2.Delhi Stampede:ମୃତକଙ୍କ ପରିବାରଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ, ଗୁରୁତର ଆହତଙ୍କ ପାଇଁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଓ ସାମାନ୍ୟ ଆହତଙ୍କ ପାଇଁ ଲକ୍ଷେ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛି ରେଳ ମନ୍ତ୍ରାଳୟ । ସେପଟେ ମିଳିଥିବା ସୂଚନା ଅନୁସାରେ ୧୮ ମୃତକଙ୍କ ମଧ୍ୟରେ ୯ଜଣ ବିହାରର, ୮ଜଣ ଦିଲ୍ଲୀର ଓ ଜଣେ ହରିୟାଣାର ବୋଲି ସୂଚନା ମିଳିଛି । 
 
3.Weather Report: ରାଜ୍ୟରେ ଏବେ କିଛି ଦିନ ହେବ ବଢ଼ି ଚାଲିଛି ଗରମ। ବସନ୍ତ ଋତୁରେ ଗ୍ରୀଷ୍ମ ଅନୁଭୂତି ଲୋକଙ୍କୁ କଷ୍ଟ ଦେବା ଆରମ୍ଭ କରି ଦେଇଛି।  ରାଜ୍ୟରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଥିବା ଦେଖିବାକୁ ମିଳିଛି। ୧୯ ତାରିଖରୁ ରାଜ୍ୟ କିଛି ସ୍ଥାନରେ ବର୍ଷା ହେବା ନେଇ ସୂଚନା ଦେଇଛି ରାଜ୍ୟ ପାଣିପାଗ ବିଭାଗ। ୧୯ରୁ ୨୧, ତିନିଦିନ ଧରି ବର୍ଷା ହେବା ପୂର୍ବାନୁମାନ କରିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ବର, ଭଦ୍ରକ, ଯାଜପୁର ଓ ‌ଢେଙ୍କାନାଳରେ ବର୍ଷା ହେବା ସମ୍ଭାବନା ରହିଛି। 
 
4. Odisha News: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ଧାନ ମଣ୍ଡିରେ ଅନିୟମିତତା ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ମଣ୍ଡି ଦାୟିତ୍ୱରେ ଥିବା ଦୁଇ କର୍ମଚାରୀଙ୍କୁ ଜଗତସିଂହପୁର ଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଦୁଇ କର୍ମଚାରୀ ହେଲେ ମଣ୍ଡି ନୋଡାଲ ଅଫିସର ମୋହନ କୁମାର ଜେନା ଓ ମଣ୍ଡି ପ୍ୟାକ୍ସ ଅଫିସର ଶିଶିର କୁମାର ପଣ୍ଡା । ଏହି ଦୁଇ କର୍ମଚାରୀ ମଣ୍ଡି ପରିଚାଳନା ଦାୟିତ୍ବରେ ଥାଇ ମଧ୍ୟ କାର୍ଯ୍ୟରେ ଅବହେଳା କରି ଆସୁଥିଲେ । ଯାହାକୁ ନେଇ ଏହି ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେବା ସହ ଚାଷୀଙ୍କ ମଧ୍ୟରେ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
 
5.Accident: ମିର୍ଜାପୁର-ପ୍ରୟାଗରାଜ(Prayagraj) ରାଜପଥରେ ଏକ ବୋଲେରୋ ଓ ବସ୍ ଭିତରେ ଧକ୍କା ହେବାଫଳରେ ଛତିଶଗଡ଼ରୁ କୁମ୍ଭମେଳାରେ ଯୋଗ ଦେବାକୁ ଆସିଥିବା ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମଧ୍ୟରାତ୍ରିରେ ଘଟିଥିବା ଏହି ଦୁର୍ଘଟଣାରେ ଅନ୍ୟ ୧୯ ଜଣ ଆହତ ହୋଇଛନ୍ତି।
 
6. Srimandira: ଭିତର କାଠ ନିକଟରେ ପଡ଼ିଲା ରକ୍ତ ଛିଟା। ରକ୍ତ ଛିଟା ପଡ଼ିଥିବା ଦେଖି ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି। ବଡ଼ ମହାସ୍ନାନ ନୀତି ପାଇଁ ବନ୍ଦ ରହିଛି ଦର୍ଶନ। ଅବକାଶ ନୀତି ପରେ ଚାଲିଥିଲା ଭିତର କାଠ ଦର୍ଶନ।
 
7.Suparno Satpathy on Mahatma Gandhi Beer: ଋଷୀୟ ମଦ କମ୍ପାନୀ ବିୟର କ୍ୟାନରେ ମହାତ୍ମା ଗାନ୍ଧୀ (ବାପୁ)ଙ୍କ ଫଟୋ ବ୍ୟବହାର କରିଛି। ଏହି କାରଣରୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ରାଗି ଯାଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ପ୍ରସଙ୍ଗକୁ ଋଷ ସହିତ ଉଠାଇବାକୁ ଅନୁରୋଧ କରୁଛନ୍ତି। ଋଷୀୟ ବ୍ରାଣ୍ଡ ରେଭୋର୍ଟ ଦ୍ୱାରା ପ୍ରସ୍ତୁତ ବିୟର କ୍ୟାନର ଫଟୋ ଅନଲାଇନରେ ପ୍ରକାଶ ପାଇବା ପରେ ଏକ ବିବାଦ ଆରମ୍ଭ ହୋଇଛି। କମ୍ପାନୀ ଏହି ବିୟରର ନାମ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ନାମରେ ରଖିଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ନାତି ତଥା ରାଜନେତା ସୁପର୍ଣ୍ଣୋ ଶତପଥୀ ମଧ୍ୟ ଏକ୍ସରେ ଏହି ଫଟୋ ସେୟାର କରିଛନ୍ତି।
 
8.Mahakumbh 2025: ଜାନୁଆରି ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭମେଳାରେ  ୫୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିସାରିଥିବା ବେଳେ  ଶେଷ ଦିବସ ସୁଦ୍ଧା ଏହି ସଂଖ୍ୟା ୬୦ କୋଟି ଟପିବ ବୋଲି ଆକଳନ କରାଯାଇଛି।
 
9.Entertainment News: ଓଡ଼ିଶାର ଲୋକପ୍ରିୟ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ସବୁଥର କାହାଣୀରେ ନୂତନତ୍ବ ଓ ରୋମାଞ୍ଚ ଭରିଦିଏ ଜୀ ସାର୍ଥକ । ଯାହାକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କରିପାରନ୍ତି । ଯେଉଁଥିପାଇଁ ଜୀ ସାର୍ଥକ ସାଜିଛି ଲୋକଙ୍କର ପ୍ରଥମ ପସନ୍ଦ । ନୂଆ ବର୍ଷ ଅବସରରେ ଡିସେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଥିବା ପାରିବାରିକ ଧାରାବାହିକ ‘ସୁନା ଝିଅ’କୁ ମିଳିଛି ଖୁବ କମ ଦିନରେ ଅଶେଷ ଭଲପାଇବା । ଏବେ ‘ସୁନା ଝିଅ’କାହାଣୀରେ ଆସିବାକୁ ଯାଉଛି ନୂଆ ମୋଡ । ଆସନ୍ତା ରବିବାର ସନ୍ଧ୍ୟା ୭:୩୦ଟାରେ ଦର୍ଶକ ଦେଖିବେ ସୁନା ଝିଅର ବିବାହ ମହାଅଧ୍ୟାୟ ।
 
10.Barabati:ବାରବାଟୀରେ ଆଜି ସେଲିବ୍ରିଟି କ୍ରିକେଟ ମ୍ୟାଚ୍। ଦୁଇଟି ମ୍ୟାଚ୍ ଖେଳାଯିବାର ଅଛି। ପ୍ରଥମ ମ୍ୟାଚ୍ ପଞ୍ଜାବ ଦା ସେର ଓ ଭୋଜପୁରୀ ଦବଙ୍ଗସ୍ ମଧ୍ୟରେ ଖେଳାଯିବ। ସେହିପରି ଅନ୍ୟ ମ୍ୟାଚ୍ ମୁମ୍ବାଇ ହିରୋଜ୍ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ