Congress President Election: ଶଶୀ ଥରୁରଙ୍କୁ କେଉଁ ପରାମର୍ଶ ଦେଲା ବିଜେପି?
Advertisement
Article Detail0/zeeodisha/odisha1329311

Congress President Election: ଶଶୀ ଥରୁରଙ୍କୁ କେଉଁ ପରାମର୍ଶ ଦେଲା ବିଜେପି?

Congress President Election: ତିରୁବନନ୍ତପୁରମ ଲୋକସଭା ସାଂସଦ ଶଶୀ ଥରୁର କିଛି ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ରହିଥିବା ଆବଶ୍ୟକତା ସମ୍ପର୍କରେ କହିଥିଲେ। ଏନେଇ ସେ ମାତୃଭୂମି ନାମକ ମାଲାୟାଲମ ଖବରକାଗଜରେ ଏକ ସ୍ତମ୍ଭ ଲେଖିଥିଲେ। ତାଙ୍କର ଏହି ସ୍ତମ୍ଭ ସାମ୍ନାକୁ ଆସିବା ପରେ ସେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। 

Congress President Election: ଶଶୀ ଥରୁରଙ୍କୁ କେଉଁ ପରାମର୍ଶ ଦେଲା ବିଜେପି?

Amit Malviya Advice to Shashi Tharoor:  କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ରାଜନୀତି। କଂଗ୍ରେସ ଅଧ୍ୟକ୍ଷ କିଏ ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର। କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡରେ ଦଳର ଅନେକ ନେତା ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସାମିଲ ହୋଇଥିବା ଜଣେ ଜଣାଶୁଣା ଚେହେରା ହେଉଛନ୍ତି କେରଳ ତିରୁଅନନ୍ତପୁରମ ଲୋକସଭା ଆସନର କଂଗ୍ରେସ ସାଂସଦ ଶଶୀ ଥରୁର। ମାତ୍ର ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ଲଢିବାକୁ ନେଇ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ପରାମର୍ଶ ଦେଇଛନ୍ତି ବିଜେପି ନେତା ଅମିତ ମାଲବୀୟ। 

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ କେରଳ ତିରୁଅନନ୍ତପୁରମ ଲୋକସଭା ଆସନର କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ (Congress MP Shashi Tharoor) ଶୁଭେଚ୍ଛା ଜଣାଇଛନ୍ତି ବିଜେପି ନେତା ଅମିତ ମାଲବୀୟ (BJP Leader  Amit Malviya)। ଏନେଇ ସେ ତାଙ୍କୁ ଇତିହାସରୁ ଶିକ୍ଷା ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି। ବିମାନ ଯାତ୍ରା ବେଳେ ଖାସ କରି ଚାର୍ଟର ବିମାନ ଯୋଗେ ଯାତ୍ରା କରିବାରୁ ଦୂରେଇ ରହିବାକୁ ଶଶୀ ଥରୁରଙ୍କୁ ପରାମର୍ଶ ଦେଇଛନ୍ତି ଅମିତ ମାଲବୀୟ। 

Also Read: Congress President Post: ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ କ'ଣ କହିଲେ ସଚ୍ଚିନ ପାଇଲଟ?

ଏନେଇ  ଟ୍ୱିଟ କରି  ବିଜେପି ନେତା ଅମିତ ମାଲବୀୟ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ଦଳର ଲୋକସଭା ସାଂସଦ ଶଶୀ ଥରୁରଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଯଦି ଗଣମାଧ୍ୟମର ଏହି ରିପୋର୍ଟ ସତ୍ୟ ହୋଇଥାଏ ତାହେଲେ  ସେ ତୁରନ୍ତ ସର୍ବସାଧାରଣ ଶୌଚାଳୟ ନିକଟରେ ରହିବା ବନ୍ଦ କରିଦେବା ଆବଶ୍ୟକ। ବିମାନ ଯାତ୍ରା ବିଶେଷ କରି ଚାର୍ଟାର୍ଡ ​​ବିମାନ କିମ୍ବା ହେଲିକପ୍ଟର ଯୋଗେ ଯାତ୍ରା କରିବାରୁ ଦୂରେଇ ରହିବା ଆବଶ୍ୟର। ସେ ଇତିହାସରୁ ଶିକ୍ଷା ଗ୍ରହଣ କରିବା ଦରକାର। 

ତିରୁବନନ୍ତପୁରମ ଲୋକସଭା ସାଂସଦ ଶଶୀ ଥରୁର କିଛି ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ରହିଥିବା ଆବଶ୍ୟକତା ସମ୍ପର୍କରେ କହିଥିଲେ। ଏନେଇ ସେ ମାତୃଭୂମି ନାମକ ମାଲାୟାଲମ ଖବରକାଗଜରେ ଏକ ସ୍ତମ୍ଭ ଲେଖିଥିଲେ। ତାଙ୍କର ଏହି ସ୍ତମ୍ଭ ସାମ୍ନାକୁ ଆସିବା ପରେ ସେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ମଙ୍ଗଳବାର ଏହି ଚର୍ଚ୍ଚା ଉପରେ ସ୍ପଷ୍ଟୀକରଣ ରଖି ସେ କହିଥିଲେ ଯେ ମୁଁ କଦାପି କହି ନଥିଲି ଯେ ମୁଁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି। ବାକି ସବୁ କିଛି ଉପରେ ଆଲୋଚନା କରାଯାଇପାରିବ। ବାସ୍ତବରେ ଶଶୀ ଥରୁର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ନା ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।   

Also Read:  Congress President: କଂଗ୍ରେସ ସଭାପତି ଦୌଡରେ ସାମିଲ ହେଲେ ଦଳର ଏହି ବଡ଼ ନେତା, ରାହୁଲ ଗାନ୍ଧୀ ଲଗାଇବେ ଶେଷ ମୋହର

ହେଲେ ଏନେଇ ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ଯେତେବେଳେ ୨୦୦୯ ଲୋକସଭା ନିର୍ବାଚନରେ ଶଶୀ ଥରୁର ସର୍ବପ୍ରଥମେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ସେତେବେଳେ ଠାରୁ ସେ କେବେହେଲେ କେରଳ କଂଗ୍ରେସର କୌଣସି ନେତାଙ୍କୁ ପସନ୍ଦ କରିଛନ୍ତି। ଯଦିଓ କେରଳ କଂଗ୍ରେସ ବର୍ତ୍ତମାନ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇସାରିଛି। ହେଲେ ଦଳର କୌଣସି ଗୋଷ୍ଠୀ ଗାନ୍ଧୀ ପରିବାର ବିରୋଧରେ ଯିବାର ସମ୍ଭାବନ ନାହିଁ। ଏହା ଦଳର ଲୋକସଭା ସାଂସଦ ଶଶୀ ଥରୁରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବର୍ତ୍ତମାନ ସମୟରେ କେରଳ କଂଗ୍ରେସ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକେ.ଆଣ୍ଟୋନି ଏବଂ ଓମେନ୍ ଚାଣ୍ଡି, ରାଜ୍ୟର ପୂର୍ବତନ ବିରୋଧି ଦଳ ନେତା ରମେଶ ଚେନିତାଲା, ବର୍ତ୍ତମାନର ବିରୋଧି ଦଳ ନେତା ଭି.ସତିସନ ଏବଂ ଦଳର ରାଜ୍ୟ ଶାଖା ସଭାପତି କେ.ସୁଧାକରନ୍ କେହି ଗାନ୍ଧୀ ପରିବାର ବିରୋଧରେ ଯିବାର ସମ୍ଭାବନା ନାହିଁ।