Crack in Congress: ଦଳ ଛାଡିବା ପରେ କାହିଁକି ରାହୁଲ ଗାନ୍ଧୀଙ୍କ ବିରୋଧରେ ବର୍ଷିଲେ ଗୁଲାମ ନବୀ ଆଜାଦ?
Advertisement
Article Detail0/zeeodisha/odisha1322573

Crack in Congress: ଦଳ ଛାଡିବା ପରେ କାହିଁକି ରାହୁଲ ଗାନ୍ଧୀଙ୍କ ବିରୋଧରେ ବର୍ଷିଲେ ଗୁଲାମ ନବୀ ଆଜାଦ?

Ghulam Nabi Azad on Rahul Gandhi: କଂଗ୍ରେସ ଛାଡିବା ପରେ ଗୁଲାମ ନବୀ ଆଜାଦ ଯଦି ଦଳର କୌଣସି ନେତା ବିରୋଧରେ ଜୋରଦାର ଆକ୍ରମଣ କରିଛନ୍ତି ତାହେଲେ ନିଃ,ନିସନ୍ଦହରେ ସେ ହେଉଛନ୍ତି ରାହୁଲ ଗାନ୍ଧୀ। ଏପରିକି ସେ ତାଙ୍କୁ ଜଣେ ଅପରିପକ୍ୱ ରାଜନେତା ବୋଲି ଇସ୍ତଫାପତ୍ର ଦର୍ଶାଇଛନ୍ତି।

Crack in Congress: ଦଳ ଛାଡିବା ପରେ କାହିଁକି ରାହୁଲ ଗାନ୍ଧୀଙ୍କ ବିରୋଧରେ ବର୍ଷିଲେ ଗୁଲାମ ନବୀ ଆଜାଦ?

Ghulam Nabi Azad on Rahul Gandhi: ଅଗଷ୍ଟ ୨୬ ତାରିଖ ଶୁକ୍ରବାର କଂଗ୍ରେସ ସହ ପ୍ରାୟ ୫୦ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଦଳ ଛାଡି଼ବା ବେଳେ ଗୁଲାମ ନବୀ ଆଜାଦ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ୫ ପୃଷ୍ଠାର ଏକ ଇସ୍ତଫା ପତ୍ର ପଠାଇଥିଲେ। ନିଜର ଇସ୍ତଫା ପତ୍ରରେ ସେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବର୍ଷିଛନ୍ତି। କଂଗ୍ରେସ ଛାଡିବା ପରେ ଗୁଲାମ ନବୀ ଆଜାଦ ଯଦି ଦଳର କୌଣସି ନେତା ବିରୋଧରେ ଜୋରଦାର ଆକ୍ରମଣ କରିଛନ୍ତି ତାହେଲେ ନିଃ,ନିସନ୍ଦହରେ ସେ ହେଉଛନ୍ତି ରାହୁଲ ଗାନ୍ଧୀ। ଏପରିକି ସେ ତାଙ୍କୁ ଜଣେ ଅପରିପକ୍ୱ ରାଜନେତା ବୋଲି ଇସ୍ତଫାପତ୍ର ଦର୍ଶାଇଛନ୍ତି।

ଏହା ପ୍ରଥମ ହୋଇନାହିଁ ଯେତେବେଳେ ଗୁଲାମ ନବୀ ଆଜାଦ (Ghulam Nabi Azad) ରାହୁଲ ଗାନ୍ଧୀଙ୍କ (Rahul Gandhi) ଉପରେ ପ୍ରଶ୍ନ ଉଠାଇଛନ୍ତି। ଆଜାଦ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କ ନିକଟତର ଥିଲେ ଯିଏ ତାଙ୍କ ପରାମର୍ଶ ନେଉଥିଲେ। ମାତ୍ର ଯେତେବେଳେ ରାହୁଲ ଗାନ୍ଧୀ ସିଧାସଳଖ ଦଳୀୟ ନିଷ୍ପତ୍ତି ନେବା ଆରମ୍ଭ କରିବା ପରେ ଆଜାଦ ଦଳ ଠାରୁ ଦୂରେଇ ଯାଇଥିଲେ। ତାଙ୍କର ଅଭିଯୋଗ ହେଉଛି ଥିଲା ଯେ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାଙ୍କର ପରାମର୍ଶ ନିଆଯାଇ ନ ଥିଲା। ଗତ 

ଜୁନ୍ ମାସରେ ସୋନିଆ ଗାନ୍ଧୀ ତାଙ୍କୁ ଦଳରେ ଦ୍ୱିତୀୟ ନମ୍ବର ନେତା ପ୍ରସ୍ତାବ ଦେଇଥିଲେ ମାତ୍ର ଗୁଲାମ ନବୀ ଆଜାଦ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସେ ଭାବିଥିଲେ ଯେ ସେ ଦଳରେ ଦୁଇ ନମ୍ବର ନେତା ହୋଇପାରନ୍ତି। ହେଲେ ଏହା ହୋଇପାରିଲା ନାହିଁ। କାରଣ  ଏହା ପଛରେ ରାହୁଲ ଗାନ୍ଧୀଙ୍କ ଭୂମିକା ରହିଥିବା ଚର୍ଚ୍ଚା ହେଉଥିଲା। ଆଜାଦ ୨୦୧୪ ବର୍ଷରୁ ୨୦୨୧ ପର୍ଯ୍ୟନ୍ତ ରାଜ୍ୟସଭାରେ ବିରୋଧୀ ଦଳର ନେତା ଥିଲେ। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ସମ୍ପର୍କ ଭଲ ନଥିଲା। ଯେତେବେଳେ ରାଜ୍ୟରେ ତାଙ୍କର ବିଦାୟ ବେଳେ ପ୍ରଧାନମନ୍ତ୍ରୀ ମୋଦି ନିଜରେ ଅଭିଭାଷଣରେ ଗୁଲାମ ନବୀ ଆଜାଦଙ୍କୁ ପ୍ରଶଂସା କରିଥିଲେ। ଅନ୍ୟପଟେ ପଦ୍ମ ଭୂଷଣ ପୁରସ୍କାର ମିଳିବା ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ସମ୍ପର୍କକୁ ଆହୁରି ଖରାପ କରିଦେଇଥିଲା। 

Also Read: Ghulam Nabi Azad: କଂଗ୍ରେସ ଛାଡିବା ପରେ କ'ଣ ରହିଛି ଭବିଷ୍ୟତର ଯୋଜନା

 

ଯେତେବେଳେ ଶେଷ ଥର ପାଇଁ ଗୁଲାମ ନବୀ ଆଜାଦ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ସେତେବେଳେ ସେ ତାଙ୍କୁ ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇନଥିବା ଆଜାଦଙ୍କ ନିକଟ ସୂତ୍ରରୁ କୁହାଯାଇଥିଲା। ଯେଉଁ ସମ୍ମାନ ତାଙ୍କୁ ସୋନିଆ ଗାନ୍ଧୀ ତାଙ୍କୁ ଦେଇଥିଲେ। ଏହି ଭେଟଭାଟ ରାହୁଲ ଗାନ୍ଧୀ ଆଜାଦଙ୍କୁ ତାଙ୍କ ନାଁ ଧରି ଡାକିଥିଲେ। ଯଦିଓ ତାଙ୍କୁ ରାଜ୍ୟସଭା ପଠାଇବା ଦଳ ପକ୍ଷରୁ ଆଶ୍ୱସନା ଦିଆଯାଇଥିଲେ ମଧ୍ୟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଭିଟୋ କ୍ଷମତା ପ୍ରୟୋଗ କରାଯାଇଥିଲା। ଯାହାର ଫଳସ୍ୱରୂପ ପୁନର୍ବାର ରାଜ୍ୟସଭା ଯାଇ ପାରିନଥିଲେ ସେ। ଯାହା ସେମାନଙ୍କ ସମ୍ପର୍କକୁ ଆହୁରି ଖରାପ ହୋଇଯାଇଥିଲା। ଦଳରେ ସଂସ୍କାର ଆଣିବାକୁ ଦାବି କରୁଥିବା G23 ଗୋଷ୍ଠୀର ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ସେମାନଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଥିଲେ ଆଜାଦ।  

Also Read: Ghulam Nabi Azad: 'କଂଗ୍ରେସରେ ନିଷ୍ପତ୍ତି ନିଅନ୍ତି ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ସହାୟକ ଏବଂ ସୁରକ୍ଷାକର୍ମୀ'

ନିଜର ଇସ୍ତଫା ପତ୍ରରେ ଗୁଲାମ ନବୀ ଆଜାଦ ଲେଖିଛନ୍ତି ଯେ ସେ ଜାମୁ କାଶ୍ମୀରରେ ଏପରି ଏକ ସମୟରେ ଯୋଗ ଦେଇଥିଲେ ଯେତେବେଳେ ଦଳରେ ଦଳୀୟ ଅଶାନ୍ତି ଦେଖାଦେଇଥିଲା। ଏହା ପରେ ଯୁବ କଂଗ୍ରେସରେ ସଞ୍ଜୟ ଗାନ୍ଧୀଙ୍କ ସହ ଜେଲ ଯିବା ବାବଦରେ ଉଲ୍ଲେଖ କରିଥିଲେ। ତିନି ଦଶନ୍ଧି ଧରି ସେ ସଂଜୟ ଗାନ୍ଧୀଙ୍କ ସହ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସହ କାମ କରିଥିଲେ। ହେଲେ ଗତ ୨୦୧୩ ବର୍ଷରେ ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ଦଳର ସାଧାରଣ ସମ୍ପାଦକ କରାଯିବା ପରେ ଦଳରେ ପରାମର୍ଶଦାତା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ବରିଷ୍ଠ ନେତାଙ୍କୁ ଅଣଦେଖା କରି ଦଳର ନୂତନ ନେତାଙ୍କୁ ନେଇ ଏକ କୋଟା ଗଠନ କରାଯାଇଥିଲା। ଏହି କାରଣରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୪୯ ବିଧାନସଭା ନିର୍ବାଚନରେ  କଂଗ୍ରେସ ୩୯  ନିର୍ବାଚନରେ  ପରାଜୟ ବରଣ କରିଥିଲା।

Also Read: Ghulam Nabi Azad: 'କଂଗ୍ରେସରେ ନିଷ୍ପତ୍ତି ନିଅନ୍ତି ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ସହାୟକ ଏବଂ ସୁରକ୍ଷାକର୍ମୀ'

ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଏକ ପତ୍ରରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ୨୦୨୦ ଅଗଷ୍ଟରେ ଯେତେବେଳେ ମୁଁ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ୨୨ ଜଣ ବରିଷ୍ଠ ନେତା ଦଳରେ ଆମୂଳଚୂଳ ପରିବର୍ତ୍ତନ ଆଣିବା ପାଇଁ ଦଳର ଅଧ୍ୟକ୍ଷଙ୍କ ପାଖକୁ ଏକ ପତ୍ର ଲେଖିଥିଲୁ ସେତେବେଳେ ଦଳର ନୂତନ ନେତାଙ୍କୁ ନେଇ ଗଠିତ ଗୋଷ୍ଠୀ ଆମ ଉପରେ ଚାପ ପକାଇବାଥିଲା। ସେମାନେ ଆମ ବିରୋଧରେ ବୟାନବାଜି କରିବାକୁ ପଛେଇ ନଥିଲେ। ଅଖିଳ ଭାରତୀୟ କଂଗ୍ରେସ କମିଟି ପାରିଚାଳନା କରୁଥିବା ଗୋଷ୍ଠୀ ନିର୍ଦ୍ଦେଶରେ ଜାମୁରେ ତାଙ୍କର ନକଲି ଅନ୍ତିମ ସଂସ୍କାର କରାଯାଇଥିଲା। ଏହି କାମ କରିଥିବା ଏଭଳି ଅନୈତିକ ଅପରାଧୀଙ୍କୁ ବ୍ୟକ୍ତିଗତ ଭାବେ ଏଆଇସିସି ସାଧାରଣ ସଚିବ ଏବଂ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦିଲ୍ଲୀ ଅଣାଯାଇଥିଲା।