Eknath Shinde: ସୂଚନାଯୋଗ୍ୟ, ସେପଟେ ଅଗଷ୍ଟ ୮ ସୁଦ୍ଧା ଡକ୍ୟୁମେଣ୍ଟ ଦାଖଲ କରିବାକୁ ନିର୍ବାଚନ ଆୟୋଗ ଉଭୟ ସିନ୍ଦେ ଗୋଷ୍ଠୀ ଓ ଉଦ୍ଧବ ଗୋଷ୍ଠୀକୁ କହିଛନ୍ତି । ବର୍ତ୍ତମାନ ଉଭୟଙ୍କୁ ସେମାନଙ୍କ ଦାବିକୁ ସମର୍ଥନରେ ଡକ୍ୟୁମେଣ୍ଟ୍ ଦେବାକୁ ପଡିବ ।
Trending Photos
ମୁମ୍ୱାଇ: Eknath Shinde: ମହାରାଷ୍ଟ୍ରରେ କ୍ଷମତାକୁ ନେଇ ସଂଘର୍ଷ ପରେ ଦଳକୁ ବଞ୍ଚାଇବାର ଚ୍ୟାଲେଞ୍ଜ ବର୍ତ୍ତମାନ ଉଦ୍ଧବ ଠାକରେ (Uddhav Thackeray) ଙ୍କ ସାମ୍ନାରେ ରହିଛି । ଏକନାଥ ସିନ୍ଦେ (Eknath Shinde) ଶିବସେନାର ଦଳୀୟ ଚିହ୍ନ (Shiv Sena Party Symbol) 'ଧନୁ-ତୀର' ଉପରେ ଦାବି କରିଛନ୍ତି । ସେପଟେ ଏହା ମଧ୍ୟରେ ସେ କହିଛନ୍ତି ଯେ, ନିର୍ବାଚନରେ ଜିତିବା ପାଇଁ ତାଙ୍କୁ ନିର୍ବାଚନୀ ଚିହ୍ନର ଆବଶ୍ୟକତା ନାହିଁ । ଲୋକମାନେ ମୋତେ ନିର୍ବାଚନ ଜିତାନ୍ତି । ମୁଁ ମୋ କ୍ଷେତ୍ରରେ ବହୁତ କାମ କରିଛି । ସେଥିପାଇଁ ନିର୍ବାଚନ ଜିତିବା ପାଇଁ ମୋତେ କୌଣସି ଚିହ୍ନର ଆବଶ୍ୟକତା ନାହିଁ ।
ସିନ୍ଦେ କହିଛନ୍ତି ଯେ, ଯେତେବେଳେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାର ଗଠନ ହେଲା ଓ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେଲେ, ସେମାନେ ସମସ୍ତ କାର୍ଯ୍ୟରେ ବ୍ୟସ୍ତ ଥିଲେ । ଏହି ସମୟରେ ଯେତେବେଳେ ଲୋକମାନେ ଉଦ୍ଧବ ଠାକରେଙ୍କୁ ଭେଟିବାକୁ ଆସୁଥିଲେ, ସେ ତାଙ୍କୁ କୌଣସି ସମୟ ଦେଉନଥିଲେ । ପରେ ଲୋକମାନେ ଆସି ମୋତେ ଭେଟି ସେମାନଙ୍କ ସମସ୍ୟା ବିଷୟରେ କହୁଥିଲେ । ଉଦ୍ଧବ ସରକାରରେ ଲୋକଙ୍କ ଅନେକ ସମସ୍ୟା ଥିଲା ଯାହା ଅସହ୍ୟ ହୋଇପଡ଼ିଥିଲା ।
ସେ ଆଗକୁ କହିଛନ୍ତି ଯେ, ମୋତେ ଏହି ନିଷ୍ପତ୍ତି ନେବାକୁ ପଡିଲା କାରଣ ଯଦି ମୁଁ ତାହା କରି ନ ଥା'ନ୍ତି, ତେବେ ଆସନ୍ତା ନିର୍ବାଚନରେ କେବଳ ହାତ ଗଣିତ ବିଧାୟକ ରହିଥାନ୍ତେ । ଉଦ୍ଧବ ଠାକରେ ଶିବସେନାର ନେଚୁରାଲ ଅଲାଏନ୍ସକୁ ଭୁଲି ଯାଇଥିଲେ । ସେପଟେ ଯୁବ ସେନା ମୁଖ୍ୟ ଆଦିତ୍ୟ ଠାକରେ କହିଛନ୍ତି ଯେ, ମହାରାଷ୍ଟ୍ର କେବେବି ଧୋକାକୁ ବରଦାସ୍ତ କରିବ ନାହିଁ ଓ ଏକନାଥ ସିନ୍ଦେ ସରକାର ଖୁବ୍ ଶୀଘ୍ର ପତନ ହେବ ଏହା ନିଶ୍ଚିତ ।
ଏହା ବି ପଢ଼ନ୍ତୁ:-ଆରମ୍ଭ ହେଲା ଆଉ ଏକ ଭୀଷଣ ଯୁଦ୍ଧ!
ଏହା ବି ପଢ଼ନ୍ତୁ:-ଚୀନ ସୈନ୍ୟକୁ କେତେ ଦିନ ଟକ୍କର ଦେଇପାରିବ ତାଇୱାନ ସେନା, ଜାଣନ୍ତୁ କିଏ କେତେ ଶକ୍ତିଶାଳୀ?
ଏହା ବି ପଢ଼ନ୍ତୁ:-ଟେନସନରେ ନବୀନ ପଟ୍ଟନାୟକ, ଦ୍ରୌପଦୀ ମୁର୍ମୁଙ୍କ ବାହାନାରେ ସରକାର ଗଢ଼ିବ ବିଜେପି!
ସୂଚନାଯୋଗ୍ୟ, ସେପଟେ ଅଗଷ୍ଟ ୮ ସୁଦ୍ଧା ଡକ୍ୟୁମେଣ୍ଟ ଦାଖଲ କରିବାକୁ ନିର୍ବାଚନ ଆୟୋଗ ଉଭୟ ସିନ୍ଦେ ଗୋଷ୍ଠୀ ଓ ଉଦ୍ଧବ ଗୋଷ୍ଠୀକୁ କହିଛନ୍ତି । ବର୍ତ୍ତମାନ ଉଭୟଙ୍କୁ ସେମାନଙ୍କ ଦାବିକୁ ସମର୍ଥନରେ ଡକ୍ୟୁମେଣ୍ଟ୍ ଦେବାକୁ ପଡିବ । ସେମାନଙ୍କ ସହ ଅଧିକ ବିଧାୟକଙ୍କ ସମର୍ଥନ ରହିଛି ବୋଲି ସିନ୍ଦେ ଗୋଷ୍ଠୀ କହିଛନ୍ତି । ଏଭଳି ପରିସ୍ଥିତିରେ ଦଳର ଚିହ୍ନ ଉପରେ ସେମାନଙ୍କର ଅଧିକାର ଅଛି । ଉଦ୍ଧବ ଗୋଷ୍ଠୀ ଏକ କେଭିଏଟ ଦାଖଲ କରିଛି ଓ କହିଛି ଯେ ଦଳର ଚିହ୍ନକୁ ନେଇ ଆୟୋଗ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଏଠାରେ କହି ରଖୁଛୁ ଯେ, ଆଦେଶ ୧୯୬୮ର ପାରା ୧୫ ଅନୁଯାୟୀ ନିର୍ବାଚନ ଆୟୋଗ କୌଣସି ରାଜନୈତିକ ଦଳର ନିର୍ବାଚନ ଚିହ୍ନକୁ ନେଇ ସମାଧାନ କରିପାରିବ ।