Karnataka Election 2023: ଚାନ୍ଦା ଟଙ୍କାରେ ଅମାନତ ରାଶି ଜମା କଲେ ସ୍ୱାଧୀନ ପ୍ରାର୍ଥୀ, ଭିଡ଼ିଓ ଭାଇରାଲ
Advertisement
Article Detail0/zeeodisha/odisha1659866

Karnataka Election 2023: ଚାନ୍ଦା ଟଙ୍କାରେ ଅମାନତ ରାଶି ଜମା କଲେ ସ୍ୱାଧୀନ ପ୍ରାର୍ଥୀ, ଭିଡ଼ିଓ ଭାଇରାଲ

Karnataka Assembly Election 2023:  କର୍ଣ୍ଣାଟକର ଯାଦଗିରି ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଯାଦଗିରି ଆସନରୁ ୟଙ୍କପ୍ପା ନାମକ ଜଣେ ସ୍ୱାଧୀନ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବୁଧବାର ୟଙ୍କପ୍ପା ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ। 

Karnataka Election 2023: ଚାନ୍ଦା ଟଙ୍କାରେ ଅମାନତ ରାଶି ଜମା କଲେ ସ୍ୱାଧୀନ ପ୍ରାର୍ଥୀ, ଭିଡ଼ିଓ ଭାଇରାଲ

Karnataka Assembly Election Independent Candidate: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପାଖରୁ କଳା ଟଙ୍କା' ଜବତ ହେବାର ଖବର ସାମ୍ନାକୁ ଆସିଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଭଳି ପରିସ୍ଥିତିରେ ଏପରି ଜଣେ ପ୍ରାର୍ଥୀ ସାମ୍ନାକୁ ଆସିଛନ୍ତି, ଯାହାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହି ପ୍ରାର୍ଥୀ ଜଣଙ୍କ ତାଙ୍କ ଅମାନତ ରାଶିକୁ ଖୁଚୁରା ଟଙ୍କାରେ ଜମା କରିଛନ୍ତି। ଖୁଚୁରା ଟଙ୍କାରେ ଜମା କରାଯାଇଥିବା ଅମାନତ ରାଶିକୁ ଗଣି ଗଣି ନୟାନ୍ତ ହୋଇ ପଡ଼ିଥିଲେ ପ୍ରଶାସନିକ ଅଧିକାରୀ।  ଏହି ଖୁଚୁରା ଟଙ୍କା ଗଣବାର ଭିଡିଓ ସୋସିଆଲ ମିଡିଆ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ଅନେକ ଲୋକ ଦେଖି ସାରିଛନ୍ତି।

ଏଭଳି ଘଟଣା କର୍ଣ୍ଣାଟକର ଯାଦଗିରି ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଯାଦଗିରି ଆସନରୁ ୟଙ୍କପ୍ପା ନାମକ ଜଣେ ସ୍ୱାଧୀନ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବୁଧବାର ୟଙ୍କପ୍ପା ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ସ୍ୱାଧୀନ ପ୍ରାର୍ଥୀ ଜଣଙ୍କ ଖୁଚୁରା ଟଙ୍କାରେ ପରିପୂର୍ଣ୍ଣ ବ୍ୟାଗ ନେଇ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ୟଙ୍କପ୍ପା  ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆବଶ୍ୟକୀୟ ଅମାନତ ରାଶି ଜମା କରିଥିଲେ। ହେଲେ ସ୍ୱାଧୀନ ପ୍ରାର୍ଥୀ ୟଙ୍କପ୍ପା ତାଙ୍କର ଅମାନତ ରାଶି ୧୦ ହଜାର ଟଙ୍କାକୁ ୧-୧ ଟଙ୍କାର ଖୁଚୁରା ମୁଦ୍ରାରେ ଜମା କରିଥିଲେ। ଅଧିକାରୀଙ୍କୁ ତାଙ୍କର ଅମାନତ ରାଶି ଜମା କରାଇବା ପାଇଁ ସେହି ଖୁଚୁରା ଟଙ୍କାଙ୍କୁ ଗଣିବାକୁ ପଡିଲା। ଖୁଚୁରା ଟଙ୍କା ଗଣିବା ପାଇଁ ପ୍ରାୟ ୨ ଘଣ୍ଟାର ସମୟ ଲାଗିଥିଲା ଏବଂ ସମସ୍ତେ ଟଙ୍କା ଗଣି ଗଣି ନୟାନ୍ତ ହୋଇପଡ଼ିଥିଲେ।

ସ୍ୱାଧୀନ ପ୍ରାର୍ଥୀ ୟଙ୍କପ୍ପା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ତାଙ୍କର ସମଗ୍ର ନିର୍ବାଚନମଣ୍ଡଳୀ ପରିଦର୍ଶନ କରିଥିଲେ। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ୟଙ୍କପ୍ପା କହିଛନ୍ତି ଯେ ସେ ସମଗ୍ର ନିର୍ବାଚନମଣ୍ଡଳୀରୁ ମୁଁ ପଦଯାତ୍ରା କରିଥିଲି ଏବଂ ମତଦାତାଙ୍କ ଠାରୁ ୧-୧ ଟଙ୍କାର ଚାନ୍ଦା ସଂଗ୍ରହ କରିଥିଲି। ମୁଁ ସବୁ ଜାଗାରେ ଲୋକଙ୍କ ଠାରୁ ଚାନ୍ଦା ଆକାରରେ ଗୋଟିଏ ଟଙ୍କା ମାଗିଥିଲି। ଲୋକେ ମୋତେ ଚାନ୍ଦା ଦେଇଥିଲେ। ସେଥିପାଇଁ ମୁଁ ମୋର ଅମାନତ ରାଶି ଖୁଚୁରା ଟଙ୍କାରେ ଜମା କରିଥିଲି।  

ବିଧାନସଭା ନିର୍ବାଚନ ଲଢୁଥିବା ୟଙ୍କପ୍ପା କେବଳ ଅଭିନବ ଉପାୟରେ ନିଜର ଅମାନତ ରାଶି ଜମା କରିନଥିଲେ, ବରଂ ଏକ ସ୍ୱତନ୍ତ୍ର ଢଙ୍ଗରେ ନାମାଙ୍କନ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କ ବେକରେ ଏକ ପୋଷ୍ଟର ଝୁଲୁଥିଲା। ଯେଉଁଥିରେ ଦ୍ୱାଦଶ ଶତାବ୍ଦୀର ସାମାଜିକ ସଂସ୍କାରକ ବସବେଶ୍ୱର, କର୍ଣ୍ଣାଟକର ସାଧୁ-କବି କନକଦାସ, ସ୍ୱାମୀ ବିବେକାନନ୍ଦ, ଡକ୍ଟର ବି.ଆର୍ ଆମ୍ବେଦକର ଏବଂ ଭାରତୀୟ ସମ୍ବିଧାନର ମୁଖବନ୍ଧର ଫଟୋ ରହିଥିଲା। ଏହା ସହିତ କନ୍ନଡ ଭାଷାରେ ଏକ ସ୍ଲୋଗାନ ଲେଖାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ କେବଳ ଗୋଟିଏ ଟଙ୍କା ନୁହେଁ, ବରଂ ଆପଣଙ୍କର ଗୋଟିଏ ଭୋଟ୍ ମଧ୍ୟ ଦିଅ। ଦିନେ ଆପଣ ମୋତେ ଭୋଟ୍ ଦିଅନ୍ତୁ, ମୁଁ ଆପଣକୁ ଦାରିଦ୍ର୍ୟ କଭବରୁ ମୁକ୍ତ କରାଇବି। ମୁଁ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଧାରଣ କରିଥିବା ଏକ ପୋଷ୍ଟର ସହିତ ନାମାଙ୍କନପତ୍ର ଦାଖଲ କରିଛି। ମୋର ଲକ୍ଷ୍ୟ ହେଉଛି ମୋ ଜୀବନକୁ ଗ୍ରାମବାସୀଙ୍କ ଲାଗି ଉତ୍ସର୍ଗ କରିବା। ୟଙ୍କପ୍ପା ତାଙ୍କ ନାମାଙ୍କନ ପତ୍ରରେ ସୂଚନା ଦେଇଛନ୍ତି ଯେ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ହେଉଛି ମାତ୍ର ୬୦ ହଜାର ଟଙ୍କା। ସେ କଲବର୍ଗୀ ଜିଲ୍ଲାର ଗୁଲବର୍ଗ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି।