Kerala Politics: ବିବାଦ ପରେ ପଦ ଛାଡିଲେ କେରଳ ମନ୍ତ୍ରୀ ସାଜି ଚେରିୟନ
Advertisement
Article Detail0/zeeodisha/odisha1247062

Kerala Politics: ବିବାଦ ପରେ ପଦ ଛାଡିଲେ କେରଳ ମନ୍ତ୍ରୀ ସାଜି ଚେରିୟନ

Kerala Minister Saji Cheriyan:  ଭାରତୀୟ ସମ୍ବିଧାନ ବାବଦରେ ରଖିଥିବା ବୟାନ ପାଇଁ ବିବାଦୀୟ ହୋଇପଡ଼ିଥିଲେ ମନ୍ତ୍ରୀ ସାଜି ଚେରିୟନ।

Kerala Politics: ବିବାଦ ପରେ ପଦ ଛାଡିଲେ କେରଳ ମନ୍ତ୍ରୀ ସାଜି ଚେରିୟନ

Kerala Minister Saji Cheriyan Resigns: ଭାରତୀୟ ସମ୍ବିଧାନ ବାବଦରେ ବିବାଦୀୟ ବୟାନ ଦେଇ ପଦରୁ ଇସ୍ତଫା ଦେଇଛନ୍ତି ସିପିଏମ ନେତା ତଥା କେରଳ ସାସ୍କୃତିକ ବ୍ୟାପାର ଏବଂ ମତ୍ସ୍ୟ ପାଳନ ମନ୍ତ୍ରୀ ସାଜି ଚେରିୟନ। ଭାରତୀୟ ସମ୍ବିଧାନ ବାବଦରେ ରଖିଥିବା ବୟାନ ପାଇଁ ବିବାଦୀୟ ହୋଇପଡ଼ିଥିଲେ ମନ୍ତ୍ରୀ ସାଜି ଚେରିୟନ। ମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ ଉପୁଜିବାରୁ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି ଉଠିଥିଲା। 

କେତେକ ଟେଲିଭିଜନ ଚ୍ୟାନେଲ ଦ୍ୱାରା ପ୍ରକାଶିତ ଭିଡିଓ ଫୁଟେଜ ଜରିଆରେ ଏହା ଦେଖିବାକୁ ମିଳୁଛି ଯେ କେରଳ ମନ୍ତ୍ରୀ ସାଜି ଚେରିୟନ ଭାରତୀୟ ସମ୍ବିଧାନ ଉପରେ ମତ ରଖି କହୁଛନ୍ତି ଯେ ଦେଶର ସମ୍ବିଧାନ ଶୋଷଣକୁ ଅଣଦେଖା କରୁଛି ଏବଂ ଏହା ଦେଶର ଲୋକଙ୍କୁ ଲୁଟ କରିବାରେ ସାହାଯ୍ୟ କରୁଛି।

ଭାରତୀୟ ସମ୍ବିଧାନ ବାବଦରେ ବୟାନକୁ ନେଇ ବିବାଦ ଉପୁଜିବା ପରେ ଏହା ସଫେଇ ଦେଇ କେରଳ ମନ୍ତ୍ରୀ ସାଜି ଚେରିୟନ କହିଥିଲେ ରାଜ୍ୟର ପଥାନମଥିଟ୍ଟା ଜିଲ୍ଲାର ମଲାପ୍ପଲି ଠାରେ ଏକ କାର୍ଯ୍ୟକ୍ରମରେ ତାଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତିକୁ କେତେକ ଟିଭି ଚ୍ୟାନେଲ ଦ୍ୱାରା ଏହାକୁ ଅତ୍ୟଧିକ ମାତ୍ରାରେ ବଢେଇ ଚଢେଇ ପ୍ରଦର୍ଶିତ କରାଯାଇଛି। ମନ୍ତ୍ରୀ କହିଥିଲେ ସେ ହେଉଛନ୍ତି ଜଣେ ସରକାରୀ କର୍ମଚାରୀ ଯିଏ ସମ୍ବିଧାନକୁ ସମ୍ମାନ କରନ୍ତି ଏବଂ ଏହାର ଉତ୍ତମ ମୂଲ୍ୟବୋଧକୁ ସମର୍ଥନ କରନ୍ତି। ମୁଁ କଦାପି ସମ୍ବିଧାନକୁ ଅପମାନିତ କରିବାକୁ କିମ୍ବା ଏହା ବିରୁଦ୍ଧରେ କିଛି କହିବାକୁ ଇଚ୍ଛା କରି ନାହିଁ ବୋଲି କହିଥିଲେ ମନ୍ତ୍ରୀ ସାଜି ଚେରିୟନ।

ଭାରତୀୟ ସମ୍ବିଧାନ ବାବଦରେ ଦଳର ନେତା ସାଜି ଚେରିୟନ ରଖିଥିବା ବୟାନକୁ ନେଇ ତାଙ୍କର ଇସ୍ତଫା ଦାବି ଜୋର ଧରିବା ପରେ ବରିଷ୍ଠ ସିପିଏମ ନେତାଙ୍କ ପକ୍ଷରୁ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳୀୟ ମୁଖ୍ୟାଳୟରେ ଆୟୋଜିତ ଏହି ବୈଠକରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ଭାଇଜାନ, ସିପିଏମ ରାଜ୍ୟ ସଚିବ କୋଡିୟେରୀ ବାଲାକ୍ରିଷ୍ଣନ୍ ଏବଂ ଚେରିୟନଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା ଯୋଗ ଦେଇଥିଲେ। ବୈଠକ ପରେ ନିଜ ଇସ୍ତଫା ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସାଜି ଚେରିୟନ୍ କହିଥିଲେ କାହିଁକି ମୁଁ  ଇସ୍ତଫା ଦେବି?

Also Read: କାରନାମା କରି ଦଳରୁ ନିଲମ୍ବିତ ହେଲେ ସିପିଏମ ନେତା