Lok Sabha Election 2024: କେଉଁ ବର୍ଗରୁ କେତେ ଜଣଙ୍କୁ ପ୍ରାର୍ଥୀ କରିଛି ବିଜେପି?
Advertisement
Article Detail0/zeeodisha/odisha2138090

Lok Sabha Election 2024: କେଉଁ ବର୍ଗରୁ କେତେ ଜଣଙ୍କୁ ପ୍ରାର୍ଥୀ କରିଛି ବିଜେପି?

BJP Lok Sabha Candidates List 2024: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୯୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ପ୍ରଥମ ପର୍ଯ୍ୟାୟରେ ଦଳର କେନ୍ଦ୍ରୀୟ ନିର୍ବାଚନ ସମିତି ୧୬ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳର ଲୋକସଭା ଆସନ ପାଇଁ ପ୍ରାର୍ଥୀ ସ୍ଥିର କରିଥିଲା। 

 

 Lok Sabha Election 2024: କେଉଁ ବର୍ଗରୁ କେତେ ଜଣଙ୍କୁ ପ୍ରାର୍ଥୀ କରିଛି ବିଜେପି?

BJP Candidates List For 2024 Polls: କ୍ରମାଗତ ଭାବେ ତୃତୀୟ ଥର ଲାଗି କେନ୍ଦ୍ରରେ ସରକାର ଗଠନ କରିବା ପାଇଁ ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି କରିଛି। ଏହି କ୍ରମରେ ମାର୍ଚ୍ଚ ୨ ତାରିଖ  ଶନିବାର ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି ଦଳ। ଏହି ତାଲିକାରୁ ଅନେକ ସାଂସଦଙ୍କ ନାମ ହଟାଯାଇଛି। ଅନ୍ୟପକ୍ଷରେ ଅନେକ ନୂଆ ଚେହେରାକୁ ସୁଯୋଗ ଦିଆଯାଇଛି। କେତେକ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି। ମିଶନ ୪୦୦ ଲକ୍ଷ୍ୟ ହାସଲ କରିବା ପାଇଁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦଳର ​​ଅନେକ ବିଧାୟକଙ୍କୁ ପ୍ରାର୍ଥୀ କରିଛି ବିଜେପି।

ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡେ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ ଆସନରୁ ନିର୍ବାଚନ ଲଢିବେ। ଦଳ ୨୮ ଜଣ ମହିଳାଙ୍କୁ ଟିକେଟ୍ ଦେଇଛି। ସେହିପରି ୫୦ ବର୍ଷରୁ କମ୍ ୪୭ ଜଣଙ୍କୁ ପ୍ରାର୍ଥୀ କରାଯାଇଛି। ୪୭ ଯୁବକଙ୍କୁ ଟିକେଟ୍ ଦିଆଯାଇଛି। ପଛୁଆ ବର୍ଗରୁ ୫୭, ଅନୁସୂଚିତା ଜାତି ବର୍ଗରୁ ୨୭, ଅନୂସୂଚିତ ଜନଜାତି ବର୍ଗରୁ ୧୮ ଜଣଙ୍କୁ ପ୍ରାର୍ଥୀ କରିଛି ଦଳ।

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଖୋଲାଖୋଲି ରଣାଙ୍ଗନରେ ଅବତୀର୍ଣ୍ଣ ହୋଇସାରିଲାଣି ବିଜେପି। ଏନେଇ ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଯେଉଁଥିରେ ହାଇ ପ୍ରୋଫାଇଲ୍ ସିଟ୍ ମଧ୍ୟ ଅନ୍ତର୍ଭୂକ୍ତ ରହିଛି। ଉଦାହରଣ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌ, ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧୀନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରଥମ ପର୍ଯ୍ୟାୟ ୧୯୫ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଇଛି। ଏଥିରେ କେବଳ ସେହି ନାମ ଉପରେ ଆଲୋଚନା କରାଯାଇ ନାହିଁ ଯେଉଁମାନେ ଟିକେଟ୍ ପାଇଛନ୍ତି। ବରଂ ଯେଉଁମାନଙ୍କୁ ଟିକେଟ ମିଳନାହିଁ ସେମାନଙ୍କୁ ନେଇ ମଧ୍ୟ ଆଲୋଚନା ହେଉଛି। 

ପ୍ରଥମ ପର୍ଯାୟରେ ବିଜେପି ଉତ୍ତର ପ୍ରଦେଶର ୫୧, ପଶ୍ଚିମବଙ୍ଗର ୨୬, ମଧ୍ୟ ପ୍ରଦେଶର ୧୪, ଗୁଜୁରାଟର ୧୫, ରାଜସ୍ଥାନର ୧୫, କେରଳର ୧୨, ତେଲେଙ୍ଗାନାର ୯, ଆସାମର ୧୧, ଝାଡଖଣ୍ଡର ୧୧, ଛତିଶଗଡର ୧୧, ଦିଲ୍ଲୀର ୫, ଜାମୁ କାଶ୍ମୀରର ୨, ଉତ୍ତରାଖଣ୍ଡର ୩, ଅରୁଣାଚଳ ପ୍ରଦେଶର ୧, ଗୋଆର ୧, ତ୍ରିପୁରାର ୧,  ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର ୧, ଡାମନ୍ ଡିୟୁର ୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ। 

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିବା ବେଳେ ବିଜେପି ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡେ କହିଛନ୍ତି ଯେ, ବିଗତ ଏକ ଦଶନ୍ଧି ଧରି ନିରନ୍ତର ବିକାଶ ପାଇଁ ଉତ୍ସର୍ଗୀକୃତ ସରକାର "ସବକା ସାଥ, ସବକା ବିକାଶ, ସବକା ପ୍ରୟାସ" ମନ୍ତ୍ର ଉପସ୍ଥାପନ କରିଛନ୍ତି। ମୋଟ ୧୮ ରାଜ୍ୟର ୧୯୫ ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯାଇଛି। ଗତ ଫେବୃଆରୀ ୨୯ ତାରିଖରେ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ୧୬ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳର ଲୋକସଭା ଆସନ ପାଇଁ ପ୍ରାର୍ଥୀ ସ୍ଥିର କରିଥିଲା।