Maharashtra Politics: ଟ୍ରୋଲ କରୁଥିବା ଲୋକଙ୍କୁ କିପରି ଜବାବ ଦେବେ ଉପମୁଖ୍ୟମନ୍ତ୍ରୀ?
Advertisement
Article Detail0/zeeodisha/odisha1243998

Maharashtra Politics: ଟ୍ରୋଲ କରୁଥିବା ଲୋକଙ୍କୁ କିପରି ଜବାବ ଦେବେ ଉପମୁଖ୍ୟମନ୍ତ୍ରୀ?

Maharashtra Politicals: ଗତ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ତଥା ସେତେବେଳର ମୁଖ୍ୟମମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଥିଲେ "ମୁଁ ପୁଣି ଫେରିବି"। ତାଙ୍କର ଏହି ବୟାନକୁ ନେଇ ସୋସିଆଲ ମିଡିଆ ଜରିଆରେ ଅନେକ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଆସିଥିଲା। 

Maharashtra Politics: ଟ୍ରୋଲ କରୁଥିବା ଲୋକଙ୍କୁ କିପରି ଜବାବ ଦେବେ ଉପମୁଖ୍ୟମନ୍ତ୍ରୀ?

Maharashtra Politicals: 'ମୁଁ ପୁଣି ଫେରିବି' ବୟାନକୁ ନେଇ ଟ୍ରୋଲ କରୁଥିବା ଲୋକଙ୍କୁ କିପରି ଜବାବ ଦେବେ ତାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ। ସୋମବାର ଏନେଇ ମତ ରଖି ସେ କହିଛନ୍ତି ମୋର ଏହି ବୟାନକୁ ନେଇ ମୋର ମଜାକ ଉଡାଉଥିବା ଲୋକଙ୍କୁ ମୁଁ କ୍ଷମା କରି ମୋର ପ୍ରତିଶୋଧ ନେବି। ମହାରାଷ୍ଟ୍ର ବିଧାନସଭାରେ ଆୟୋଜିକ ହୋଇଥିବା ୨ ଦିନିଆ ସ୍ୱତନ୍ତ୍ର ଅଧିବେସନରେ ଶେଷ ଦିନରେ ଅନୁଷ୍ଠିତ ହୋଇଥିବା ଆସ୍ଥାଭୋଟରେ ବାଜିମାତ କରିବା ପରେ ଏହି ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ।   

ଗତ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ତଥା ସେତେବେଳର ମୁଖ୍ୟମମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଥିଲେ "ମୁଁ ପୁଣି ଫେରିବି"। ତାଙ୍କର ଏହି ବୟାନକୁ ନେଇ ସୋସିଆଲ ମିଡିଆ ଜରିଆରେ ଅନେକ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଆସିଥିଲା। ହେଲେ ଏହି ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା-ବିଜେପି ମେଣ୍ଟ ଭାଙ୍ଗି ଯାଇଥିଲା। ଏହା ପରେ ଶିବସେନା ଏନସିପି-କଂଗ୍ରେସ ସମର୍ଥନରେ ସରକାର ଗଠନ କରିଥିଲା। ମାତ୍ର ଦଳୀୟ ବିଧାୟକଙ୍କ ବିଦ୍ରୋହ କାରଣରୁ ଜୁନ ୨୯ ତାରିଖରେ  ଶିବସେନା ନେତୃତ୍ୱାଧିନ ସରକାର ଗାଦିଚ୍ୟୁତ ହୋଇଥିଲା।  ଏହା ପରେ  ଜୁନ ୩୦ ତାରିଖରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭୀସ ଶପଥ ନେଇଥିଲେ। 

ଜୁଲାଇ ୪ ସୋମବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ ବିଧାନସଭାରେ କହିଛନ୍ତି ମୋର 'ମୁଁ ଫେରି ଆସିବି' ବିବୃତ୍ତି ପାଇଁ ମୋତେ ଜବରଦସ୍ତ ଟ୍ରୋଲ  କରାଯାଇଥିଲା। ହେଲେ ମୁଁ ମୋତେ ଟ୍ରୋଲ କରିଥିବା ଲୋକଙ୍କୁ କ୍ଷମା କରି ସେମାନଙ୍କ ଠାରୁ ମୋର ପ୍ରତିଶୋଧ ନେବି।  

ଜୁଲାଇ ୪ ସୋମବାର ମହାରାଷ୍ଟ୍ର ବିଧାନସଭାରେ ଅନୁଷ୍ଠିତ ହୋଇଥିଲା ଆସ୍ଥାଭୋଟ। ଏନେଇ ଆୟୋଜିତ ହୋଇଥିବା ମତଦାନ ବେଳେ ବିରୋଧି ଦଳର ବିଧାୟକମାନେ 'ଇଡି' 'ଇଡି' ବୋଲି କହିଥିଲେ। ବିରୋଧି ପକ୍ଷର କଟାକ୍ଷ ଉପରେ ଜବାବ ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଇଡି ଦ୍ୱାରା ନୂତନ ସରକାର ଗଠନ ହୋଇଛି। ଯାହାର ଅର୍ଥ ହେଉଛି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ମୁଁ ଦେବେନ୍ଦ୍ର ଫଡନାଭୀସ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାମ ନ ନେଇ ଉପମୁଖ୍ୟମନ୍ତ୍ରୀ ଦାବି କରି କହିଛନ୍ତି ଯେ ବିଗତ କିଛି ବର୍ଷ ହେବ ରାଜ୍ୟରେ ନେତୃତ୍ୱର ଅନୁପସ୍ଥିତି ଦେଖିବାକୁ ମିଳିଥିଲା। ହେଲେ ବର୍ତ୍ତମାନ ବିଧାନସଭାରେ ୨ ଜଣ ନେତା ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସର୍ବଦା ଲୋକଙ୍କ ଉପସ୍ଥିତ ରହିବେ। 

ସୋମବାର ମହାରାଷ୍ଟ୍ର ବିଧାନସଭାରେ ଅନୁଷ୍ଠିତ ହୋଇଥିବା ଆସ୍ଥାଭୋଟରେ ସିନ୍ଦେ ସରକାର ବହୁମତ ସାବ୍ୟସ୍ତ କରିଥିଲେ। ସରକାର ସପକ୍ଷରେ ୧୪୬ ଏବଂ ବିପକ୍ଷରେ ୫୦ ଭୋଟ୍ ମିଳିଥିଲା। ସିନ୍ଦେ ସରକାର ବହୁମତ ସାବ୍ୟସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ମହାରାଷ୍ଟ୍ର ରାଜନୀତିରେ ୧୫ ଦିନ ଧରି ଚାଲିଥିବା ରାଜନୈତିକ ସଂକଟ ଉପରେ ପଡିଛି ପୂର୍ଣ୍ଣଚ୍ଛେଦ।

Also Read: Maharashtra Politics: ମୁଖ୍ୟମନ୍ତ୍ରୀ ହୋଇ ନ ପାରିବାରୁ ଅସନ୍ତୁଷ୍ଟ ଅଛନ୍ତି କି ଦେବେନ୍ଦ୍ର ଫଡନାଭିସ?

Also Read: Maharashtra Political Crisis: 'ମୁଁ ହେଉଛି ସମୁଦ୍ର, ପୁଣି ଫେରିବି'