Maharashtra New CM: ବିଜେପି ଶିବିରରୁ ଆସିଲା ମିଶ୍ରିତ ପ୍ରତିକ୍ରିୟା
Advertisement
Article Detail0/zeeodisha/odisha1240265

Maharashtra New CM: ବିଜେପି ଶିବିରରୁ ଆସିଲା ମିଶ୍ରିତ ପ୍ରତିକ୍ରିୟା

Maharashtra New CM: । ଆଶ୍ଚର୍ଯ୍ୟର କଥା ହେଉଛି ଯେ ଗୋଟିଏ ପଟେ ଉତ୍ସବ ପାଳନ କରାଯାଉଥିବାବେଳେ ଅନ୍ୟପଟେ ଦଳର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ନ ଥିବାରୁ ଦଳର ଗୋଟିଏ ଗୋଷ୍ଠୀରେ ଅସନ୍ତୋଷ ଦେଖାଦେଇଛି।

Maharashtra New CM: ବିଜେପି ଶିବିରରୁ ଆସିଲା ମିଶ୍ରିତ ପ୍ରତିକ୍ରିୟା

Maharashtra New CM: ବିଜେପି ସମର୍ଥନରେ ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି ବିଦ୍ରୋହୀ ଶିବ ସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ। ବିଜେପି ସରକାର ଗଠନ ଲାଗି ବିଦ୍ରୋହୀ ଶିବସେନା ବିଧାୟକ ଗୋଷ୍ଠୀକୁ ସମର୍ଥନ ଜଣାଇଛି। ହେଲେ ଏହାକୁ ବିଜେପି ଶିବିରରୁ ଆସିଛି ମିଶ୍ରିତ ପ୍ରତିକ୍ରିୟା। ଗୋଟିଏ ପଟେ ମହାରାଷ୍ଟ୍ର ବିଜେପି କର୍ମକର୍ତ୍ତା ରାଜ୍ୟରେ କ୍ଷମତାସୀନ ଶିବେସେନା ନେୃତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର ଗାଦିଚ୍ୟୁତ ହୋଇଥିବାରୁ ଖୁସି ମନାଉଥିବା ବେଳେ ଅନ୍ୟପଟେ ଦେବେନ୍ଦ୍ର ଫଡନାଭୀସ ମୁଖ୍ୟମନ୍ତ୍ରୀ ହୋଇ ନ ଥିବାରୁ ଦଳର ଗୋଟିଏ ଗୋଷ୍ଠୀ ଅସନ୍ତୁଷ୍ଟ ରହିଛି।

ଦଳ ସମର୍ଥନରେ ବିଦ୍ରୋହୀ ଶିବ ସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ ରାଜ୍ୟରେ ସରକାର ଗଠନ କରିବା ପରେ ଶୁକ୍ରାବାର ମୁମ୍ବାଇସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ବାଜା ବଜାଇ ଖୁସି ମନାଇଛନ୍ତି ମହାରାଷ୍ଟ୍ର ବିଜେପି କର୍ମକର୍ତ୍ତା। ଆଶ୍ଚର୍ଯ୍ୟର କଥା ହେଉଛି ଯେ ଗୋଟିଏ ପଟେ ଉତ୍ସବ ପାଳନ କରାଯାଉଥିବାବେଳେ ଅନ୍ୟପଟେ ଦଳର ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ନ ଥିବାରୁ ଦଳର ଗୋଟିଏ ଗୋଷ୍ଠୀରେ ଅସନ୍ତୋଷ ଦେଖାଦେଇଛି।ବିଜେପି ଏବଂ ବିଦ୍ରୋହୀ ଶିବସେନା ବିଧାୟକ ଗୋଷ୍ଠୀ ମେଣ୍ଟ ସରକାରରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଦେବେନ୍ଦ୍ର ଫଡନାଭିସଙ୍କୁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। 

ଗତ ଗୁରୁବାର ଦିନ ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଦେ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ଦେବେନ୍ଦ୍ର ଫଡନାଭିସ୍ ଏକନାଥ ସିନ୍ଦେଙ୍କ ନାମ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଥିଲେ। ଏହା ପରେ ଉଭୟ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଏବଂ ଦେବେନ୍ଦ୍ର ଫଡନାଭିସଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମାତ୍ର ତାଙ୍କୁ ଉପମୁଖ୍ୟମନ୍ତ୍ରୀ  କରାଯିବା ନେଇ କୌଣସି ଘୋଷଣା କରାଯାଇ ନଥିଲା। ସେ ସରକାରଙ୍କ ଅଂଶ ହେବେ ନାହିଁ ବୋଲି ନିଜେ କହିଥିଲେ। ହେଲେ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ଗଣମାଧ୍ୟମରେ କହିଥିଲେ ଯେ ଦେବେନ୍ଦ୍ର ଫଡନାଭୀସ ଉପମୁଖ୍ୟମନ୍ତ୍ରୀ ହେବେ। ଏହା ପରେ ଗୁରୁବାର ସନ୍ଧ୍ୟାରେ ଯେତେବେଳେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ସେତେବେଳେ ଦେବେନ୍ଦ୍ର ଫଡନାଭୀସ  ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। 

ଏନେଇ ପ୍ରତିକ୍ରିୟା ରଖି ଏନସିପି ସୁପ୍ରିମୋ ଶରଦ ପାୱର କହିଛନ୍ତି ଦେବେନ୍ଦ୍ର ଫଡନାଭୀସ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରି ଖୁସି ନାହାଁନ୍ତି ହେଲେ ସେ ଏହି ନିର୍ଦ୍ଦେଶ ପାଳନ କରିଛନ୍ତି। ମୁଁ ଭାବୁଛି ଦେବେନ୍ଦ୍ର ଫଡନାଭୀସ ଖୁସିର ସହ ଦୁଇ ନମ୍ବର ସ୍ଥାନ ଗ୍ରହଣ କରିନାହାଁନ୍ତି। ତାଙ୍କର ଚେହେରା ସବୁ କିଛି କହୁଥିଲା। ସେ ନାଗପୁର ଜିଲ୍ଲାରୁ ଆସିଛନ୍ତି ଏବଂ ସ୍ୱେଚ୍ଛାସେବୀ ଭାବେ କାମ କରିଛନ୍ତି। ଯେତେବେଳେ ଆଦେଶ ଆସେ ସେତେବେଳେ ଏହାକୁ ପାଳନ କରିବାକୁ ହେବ। ଏହି ସଂସ୍କୃତ ହେତୁ ଫଡନାଭିସ୍ ଏକ କନିଷ୍ଠ ପଦ ଗ୍ରହଣ କରିଥାଇ ପାରନ୍ତି।

Also Read: ଦେବେନ୍ଦ୍ର ଫଡନାଭିସଙ୍କୁ କାହିଁକି କରାଗଲା ଉପମୁଖ୍ୟମନ୍ତ୍ରୀ? କାରଣ କହିଲେ ଅମିତ ଶାହ