ଅକ୍ଟୋବରରେ ଫେରିଲା ଉତ୍ସାହ, ରାଜ୍ୟରେ ୪୭,୧୩୩ ଗାଡ଼ି ବିକ୍ରି
Advertisement
Article Detail0/zeeodisha/odisha2465594

ଅକ୍ଟୋବରରେ ଫେରିଲା ଉତ୍ସାହ, ରାଜ୍ୟରେ ୪୭,୧୩୩ ଗାଡ଼ି ବିକ୍ରି

Vehicles sold in the state: ସର୍ବଭାରତୀୟ ଗାଡ଼ି ଡିଲର ମହାସଂଘ ଏଫଏଡିଏ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ସେପ୍ଟେମ୍ବରରେ ରାଜ୍ୟରେ ଗାଡ଼ି ବିକ୍ରି ପ୍ରାୟ ୧୯ ପ୍ରତିଶତ ହ୍ରାସ ପାଇଛି। ୨୦୨୩ ସେପ୍ଟେମ୍ବରରେ ୫୮,୧୪୭ଟି ଗାଡ଼ି ବିକ୍ରି ହୋଇଥିଲା। ଚଳିତ ବର୍ଷ ସେହି ମାସରେ ଗାଡ଼ି ବିକ୍ରି ସଂଖ୍ୟା ୪୭,୧୩୩କୁ ଖସିଆସିଛି। 

ଅକ୍ଟୋବରରେ ଫେରିଲା ଉତ୍ସାହ, ରାଜ୍ୟରେ ୪୭,୧୩୩ ଗାଡ଼ି ବିକ୍ରି

ଭୁବନେଶ୍ଵର: ରାଜ୍ୟରେ କାର ଚଳାଇବା ସୋଉକ ଦିନକୁ ଦିନ ବୃଦ୍ଧି ପାଉଛି। ସେହି ଅନୁସାରେ ଗାଡ଼ି ବିକ୍ରି ମଧ୍ୟ ବଢ଼ୁଛି। କିଛି ଦିନ ତଳେ ଶେଷ ହୋଇଥିବା ସେପ୍ଟେମ୍ବର ମାସ ଗାଡ଼ି ବଜାର ଲାଗି ଏକ ଅତ୍ୟନ୍ତ ଜଟିଳ ସମୟ ଥିଲା। ତିନିଚକିଆ ଗାଡ଼ିକୁ ବାଦ ଦେଲେ ଅନ୍ୟ ସବୁ ପ୍ରକାର ଗାଡ଼ି ବିକ୍ରି ଏହି ମାସରେ କମିଥିଲା। ଦୁଇଚକିଆ, କମର୍ସିଆଲ, କାର୍, ଟ୍ରାକ୍ଟର ଆଦିର ବିକ୍ରି ହ୍ରାସ ପାଇଥିଲା। ସର୍ବଭାରତୀୟ ଗାଡ଼ି ଡିଲର ମହାସଂଘ ଏଫଏଡିଏ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ସେପ୍ଟେମ୍ବରରେ ରାଜ୍ୟରେ ଗାଡ଼ି ବିକ୍ରି ପ୍ରାୟ ୧୯ ପ୍ରତିଶତ ହ୍ରାସ ପାଇଛି। ୨୦୨୩ ସେପ୍ଟେମ୍ବରରେ ୫୮,୧୪୭ଟି ଗାଡ଼ି ବିକ୍ରି ହୋଇଥିଲା। ଚଳିତ ବର୍ଷ ସେହି ମାସରେ ଗାଡ଼ି ବିକ୍ରି ସଂଖ୍ୟା ୪୭,୧୩୩କୁ ଖସିଆସିଛି। 

ଏଫ୍ଏଡିଏ ତଥ୍ୟ ଅନୁସାରେ ସେପ୍ଟେମ୍ବର ମାସରେ ରାଜ୍ୟରେ ୩୬, ୪୫୧ଟି ଦୁଇଚକିଆ, ୧୮୪୬ଟି ତିନିଚକିଆ, ୨୩୪୮ଟି କମର୍ସିଆଲ୍, ୫୪୪୮ଟି କାର୍ ଓ ୧୦୪୦ଟି ଟ୍ରାକ୍ଟର ବିକ୍ରି ହୋଇଥିଲା। ଗତବର୍ଷ ତୁଳନାରେ ଦୁଇଚକିଆ ବିକ୍ରି ୨୦.୧୨ ପ୍ରତିଶତ କମିଥିବା ବେଳେ କାର୍ ବିକ୍ରି ୧୬.୬୨ ପ୍ରତିଶତ, କମର୍ସିଆଲ୍ ଗାଡ଼ି ବିକ୍ରି ୨୩.୬୯ ପ୍ରତିଶତ ଓ ଟ୍ରାକ୍ଟର ବିକ୍ରି ୪.୨୪ ପ୍ରତିଶତ ହ୍ରାସ ପାଇଛି। ତିନିଚକିଆ ବିକ୍ରିରେ ୧.୫୪ ପ୍ରତିଶତ ଭଳି ନଗଣ୍ୟ ବୃଦ୍ଧି ଘଟିଛି। 

ଏ ସମ୍ପର୍କରେ ଏଫ୍ଡିଏ ଓଡ଼ିଶା ଶାଖାର ନବନିଯୁକ୍ତ ଅଧ୍ୟକ୍ଷ ଅଖିଲ ପୋଦାର କହିଛନ୍ତି ଯେ ମାସ ସାରା ଅତ୍ୟଧିକ ବର୍ଷା ହେବା କାରଣରୁ ସୋ' ରୁମ୍‌ ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ କମ୍ ରହିଥିଲା। ଏହା ବ୍ୟତୀତ ପିତୃ ପକ୍ଷ ପଡ଼ିବାରୁ ଲୋକମାନେ ଗାଡ଼ି କିଣାଭଳି ଶୁଭ କାର୍ଯ୍ୟରୁ ଦୂରେଇ ରହିଥିଲେ। ସେଥିପାଇଁ ଏହି ମାସରେ ଏତେ କମ୍ ଗାଡ଼ି ବିକ୍ରି ହୋଇଛି। 

ସେ କହିଛନ୍ତି ଯେ ଗତବର୍ଷ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସ୍କୁଟର ଯୋଜନା ଅଧୀନରେ ୩୦୦୦-୪୦୦୦ରୁ ଅଧିକ ଗାଡ଼ି ଏହି ମାସରେ ବିକ୍ରି ହୋଇଥିଲା। ଚଳିତ ବର୍ଷ ସେହି ବିକ୍ରିର ଅଭାବ ଦେଖାଦେଇଛି। ତେବେ ଅକ୍ଟୋବର ମାସରେ ଦଶହରା ଓ ଦୀପାବଳି ପଢୁଥିବାରୁ ଗାଡ଼ି ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଅଧିକ ପଢନ୍ତୁ...

ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ, ଶଙ୍ଖ ଭବନରୁ...

https://zeenews.india.com/hindi/zeeodisha/state-news/bjd-membership-drive-to-start-from-today-on-gopabandhu-yayant/2465525