ସହରର ନାଁ ପରିବର୍ତ୍ତନ କରିବାକୁ ନେଇ ଉଦ୍ଧବ ଠାକେରଙ୍କ ବିରୋଧରେ ବର୍ଷିଲେ ଆବୁ ଆଜମୀ
Advertisement
Article Detail0/zeeodisha/odisha1244242

ସହରର ନାଁ ପରିବର୍ତ୍ତନ କରିବାକୁ ନେଇ ଉଦ୍ଧବ ଠାକେରଙ୍କ ବିରୋଧରେ ବର୍ଷିଲେ ଆବୁ ଆଜମୀ

Maharashtra Politics: ରାଜ୍ୟର କେବଳ ମୁସଲିମ ନାଁ ରହିଥିବା ସହର ନାଁ ବଦଳା ଯାାଉଥିବା କହିଛନ୍ତି  ସମାଜବାଦୀ ପାର୍ଟି ମହାରାଷ୍ଟ୍ର ରାଜ୍ୟ ଶାଖା ଅଧ୍ୟକ୍ଷ ଆବୁ ଆଜମୀ। 

ସହରର ନାଁ ପରିବର୍ତ୍ତନ କରିବାକୁ ନେଇ ଉଦ୍ଧବ ଠାକେରଙ୍କ ବିରୋଧରେ ବର୍ଷିଲେ ଆବୁ ଆଜମୀ

Maharashtra Politics: ରାଜ୍ୟର ଔରଙ୍ଗାବାଦ ସହର ନାଁ ସମ୍ଭାଜୀ ନଗର ଏବଂ ଉସମାନାବାଦ ସହର ନାଁ ଧାରଶିବ କରିବାକୁ ନେଇ ଶିବସେନା ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି ସମାଜବାଦୀ ପାର୍ଟି ମହାରାଷ୍ଟ୍ର ରାଜ୍ୟ ଶାଖା ଅଧ୍ୟକ୍ଷ ଆବୁ ଆଜମୀ। କେବଳ ରାଜ୍ୟର ମୁସଲିମ ନାଁ ରହିଥିବା ସହର ନାଁ ବଦଳା ଯାାଉଥିବା କହିଛନ୍ତି ସେ। 

ସହର ନାଁ ବଦଳାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି  ସମାଜବାଦୀ ପାର୍ଟି ମହାରାଷ୍ଟ୍ର ରାଜ୍ୟ ଶାଖା ଅଧ୍ୟକ୍ଷ ଆବୁ ଆଜମୀ କହିଛନ୍ତି ମୁଁ ରାଜ୍ୟରେ ଧର୍ମନିରପେକ୍ଷତା ଚାହୁଁଥିବାରୁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାରକୁ ସମର୍ଥନ କରୁଥିଲି। ହେଲେ ଉଦ୍ଧବ ଠାକରେ ଗାଦି ଛାଡି଼ବା ବେଳେ ଔରଙ୍ଗାବାଦ ଏବଂ ଉସମାନାବାଦ ନାଁ ପରିବର୍ତ୍ତନ କରି ଦେଇଥିଲେ। ଉଭୟ ବିଜେପି ଏବଂ ଶିବ ସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ମଧ୍ୟ ମୁସଲମାନଙ୍କୁ ଟାର୍ଗେଟ କରୁଛନ୍ତି। ଯଦି ନାଁ ବଦଳାଇବା ଦ୍ୱାରା ମହାରାଷ୍ଟ୍ରର ବିକାଶ ହୋଇଯାଉଛି ତାହେଲେ ନାମ ପରିବର୍ତ୍ତନ କରାଯିବା ଆବଶ୍ୟକ। ହେଲେ କେବଳ ମୁସଲିମ ନାଁ ରହିଥିବା ସହର ନାଁ ବଦଳାଯାଉଛି।

ସମାଜବାଦୀ ପାର୍ଟି ନେତା ଆବୁ ଆଜମୀଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ରଖି ଶିବସେନା ବିଧାୟକ ଭାସ୍କର ଜାଧବ ପ୍ରତିକ୍ରିୟା ରଖି କହିଛନ୍ତି ଆବୁ ଆଜମୀ ମୁସଲିମ ନାଁ ରହିଥିବା ସହର ନାମ ବଦଳାଯାଉଥିବା ପ୍ରସଙ୍ଗ ଉଠାଇଛନ୍ତି। ମୁଁ ତାଙ୍କୁ କହିବାକୁ ଚାହେଁ ମୋଗଲ ଶାସକ ଔରଙ୍ଗଜେବ ଜଣେ ଆତଙ୍କବାଦୀ ଥିଲା। ସେ ଅତ୍ୟାଚାର କରିଥିଲା। ଏହି କାରଣରୁ ଆମେ ଆମେ ଔରଙ୍ଗାବାଦ ସହର ନାଁ ପରିବର୍ତ୍ତନ କରିଛି ସମ୍ଭାଜୀ ମହାରାଜଙ୍କ ନାମରେ ସମ୍ଭାଜୀ ନଗର କରିଛୁ।

ସମାଜବାଦୀ ପାର୍ଟି ମହାରାଷ୍ଟ୍ର ଶାଖା ଅଧ୍ୟକ୍ଷ ଆବୁ ଆଜମୀ ଔରଙ୍ଗାବାଦ ସହର ନାଁ ସମ୍ଭାଜୀ ନଗର ଏବଂ ଉସମାନାବାଦ ସହର ଧାରଶିବ ନାମରେ ନାମିତ କରିବାକୁ ନେଇ ଅସନ୍ତୁଷ୍ଟ ହୋଇ ଉଠିଥିଲେ। ଏନେଇ ଟ୍ୱିଟ କରି ସେ କରି କହିଥିଲେ ମହାବିକାଶ ଆଘାଡ଼ି ସରକାରଙ୍କ ଦ୍ୱାରା ଔରଙ୍ଗାବାଦ ଏବଂ ଓସମାନାବାଦ ନାମକ ସ୍ଥାନ ଦ୍ୱୟର ନାମ ପରିବର୍ତ୍ତନ କରିବା ନେଇ ନିଆାଇଥିବା ନିଷ୍ପତ୍ତିକୁ ମୁଁ ନିନ୍ଦା କରୁଛି। ମହାବିକାଶ ଅଘାଡ଼ି ସରକାର ଅମଳରେ ମୁସଲମାନ ସଂରକ୍ଷଣକୁ ମଧ୍ୟ ଅଣଦେଖା କରାଯାଇଥିଲା। ଆମର ସମର୍ଥନ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ଅଧିନରେ ରହିଥିଲା। ହେଲେ ମହାବିକାଶ ଅଘାଡ଼ି ସରକାର ମଧ୍ୟ ମଧ୍ୟ ସେହି କାମ କରୁଥିଲା ଯାହା ବିଜେପି କରୁଥିଲା।

ଅନ୍ୟ ଏକ ଟ୍ୱିଟ୍‌ କରି ଆବୁ ଅଜମୀ କହିଥିଲେ ଯେ ଏହି ନିଷ୍ପତ୍ତି ହେତୁ ମହାରାଷ୍ଟ୍ରର ମୁସଲମାନ ମହାବିକାଶ ଅଘାଡ଼ି ସରକାର ଦ୍ୱାରା ପ୍ରତାରଣା ଏବଂ ଅଣଦେଖାର ଶୀକାର ହୋଇଛନ୍ତି। 

Also Read: Maharashtra: ସ୍ଥାନର ନାଁ ପରିବର୍ତ୍ତନ କରିବାକୁ ନେଇ ସରଗରମ ରାଜନୀତି

Also Read: Aurangabad to Sambhaji Nagar: କିଏ ଏହି ସମ୍ଭାଜୀ ମହାରାଜ? ଯାହାଙ୍କ ପାଇଁ ବଦଳିଲା ଔରଙ୍ଗାବାଦ ନାଁ