Maharashtra Politics: ମୁଖ୍ୟମନ୍ତ୍ରୀ ହୋଇ ନ ପାରିବାରୁ ଅସନ୍ତୁଷ୍ଟ ଅଛନ୍ତି କି ଦେବେନ୍ଦ୍ର ଫଡନାଭିସ?
Advertisement
Article Detail0/zeeodisha/odisha1240358

Maharashtra Politics: ମୁଖ୍ୟମନ୍ତ୍ରୀ ହୋଇ ନ ପାରିବାରୁ ଅସନ୍ତୁଷ୍ଟ ଅଛନ୍ତି କି ଦେବେନ୍ଦ୍ର ଫଡନାଭିସ?

Maharashtra Chief Minister: ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ ଦଳୀୟ କାର୍ଯ୍ୟାଳୟରେ ଏକ ଉତ୍ସବ ଆୟୋଜନ କରାଯାଇଥିଲା। ମାତ୍ର ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିଲେ ନିଜେ ଦେବେନ୍ଦ୍ର ଫଡନାଭୀସ। 

Maharashtra Politics: ମୁଖ୍ୟମନ୍ତ୍ରୀ ହୋଇ ନ ପାରିବାରୁ ଅସନ୍ତୁଷ୍ଟ ଅଛନ୍ତି କି ଦେବେନ୍ଦ୍ର ଫଡନାଭିସ?

Maharashtra Chief Minister: ପ୍ରାୟ ଦୁଇ ସପ୍ତାହ ଧରି ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ରାଜନୈତିକ ଅସ୍ଥିରତା ରାଜ୍ୟରେ ଏକ ନୂତନ ସରକାର ଗଠନ ସହ ଶେଷ ହୋଇଛି। ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇ ବିଜେପି ବିଦ୍ରୋହୀ ଶିବସେନା ବିଧାୟକ ଗୋଷ୍ଠୀକୁ ସରକାର ଗଠନ ଲାଗି ସମର୍ଥନ ଜଣାଇଛି। ଏହି ସରକାରରେ ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ ଗୁରୁବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ହେଲେ ସରକାର ଗଠନ ପାଇଁ ଦାବି କରିବା ପରେ ଦେବେନ୍ଦ୍ର ଫଡନାଭୀସ୍ ସ୍ପଷ୍ଟ କରିଥିଲେ ଯେ ସେ ଏହି ସରକାରର କୌଣସି ପଦ ଗ୍ରହଣ କରିବେ ନାହିଁ।

ହେଲେ ଏହି ଘୋଷଣାର କିଛି ସମୟ ପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶକ୍ରମେ ଦେବେନ୍ଦ୍ର ଫଡନାଭୀସ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ପଦ ମିଳି ନ ଥିବାରୁ ସେ ଅସନ୍ତୁଷ୍ଟ ରହିଥିବା କୁହାଯାଉଛି। ଦକ୍ଷିଣ ମୁମ୍ବାଇସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଶୁକ୍ରବାର ଏହାର ଉଦାହରଣ ଦେଖିବାକୁ ମିଳିଛି। ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ ଦଳୀୟ କାର୍ଯ୍ୟାଳୟରେ ଏକ ଉତ୍ସବ ଆୟୋଜନ କରାଯାଇଥିଲା। ମାତ୍ର ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିଲେ ନିଜେ ଦେବେନ୍ଦ୍ର ଫଡନାଭୀସ। ଶିବେସେନା ନେୃତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର ଗାଦିଚ୍ୟୁତ ହୋଇଥିବାରୁ ଖୁସି ମନାଉଥିଲେ ମହାରାଷ୍ଟ୍ର ବିଜେପି କର୍ମକର୍ତ୍ତା। ହେଲେ ଦଳୀୟ କର୍ମକର୍ତ୍ତାଙ୍କୁ ପକ୍ଷରୁ ପାଳନ କରାଯାଉଥିବା ବିଜୟ ଉତ୍ସବରେ ନିଜେ ଯୋଗ ଦେଇନଥିଲେ ବିଜେପି ନେତା ଦେବେନ୍ଦ୍ର ଫଡନାଭୀସ। 

ସେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ସରକାରରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ପରେ ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଫଡନାଭୀସଙ୍କ ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି ଯେ ଜୁଲାଇ ୩ ତାରିଖରେ ମହାରାଷ୍ଟ୍ର ବିଧାନସଭାରେ ଅନୁଷ୍ଠିତ ହେଉଥିବା ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସେ ତାଙ୍କ ବାସଭବନରେ ଏକ ବୈଠକ କରିବାରେ ବ୍ୟସ୍ତ ଥିଲେ। ଶୁକ୍ରବାର ହାଇଦ୍ରାବାଦ ଠାରେ ଆୟୋଜିତ ହେବାକୁ ଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଦେବେନ୍ଦ୍ର ଫଡନାଭୀସ ଯୋଗଦେବେ ନା ନାହିଁ ତାହାର ଜବାବ ରଖି କୁହାଯାଇଛନ୍ତି ସେ ଦଳର ଜାତୀୟ ନେତୃବୃନ୍ଦଙ୍କ ସହ କଥା ହୋଇ ସେମାନଙ୍କୁ ରାଜ୍ୟର ରାଜନୈତିକ ପରିସ୍ଥିତି ବାବଦରେ ଅବଗତ କରାଇଛନ୍ତି। ସେ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେଉଥିବା ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବେ ନାହିଁ। କାରଣ ତାଙ୍କୁ ବିଧାନସଭା ଅଧିବେଶନରେ ମଧ୍ୟ ଉପସ୍ଥିତ ରହିବାକୁ ହେବ।

ଶୁକ୍ରବାର ଦେବେନ୍ଦ୍ର ଫଡନାଭୀସ ରାଜଧାନୀ ମୁମ୍ବାଇସ୍ଥିତ ଏକ ହୋଟେଲ ଠାରେ ବିଜେପି ବିଧାୟକ ଦଳ ବୈଠକକୁ ସମ୍ବୋଧିତ କରିବେ। ବିଜେପି ପାଖରେ ଅଧିକ ବିଧାୟକ ରହିଥିବା ସତ୍ତ୍ୱେ ଦଳର ନେତା ଦେବେନ୍ଦ୍ର ଫଡନାଭୀସଙ୍କ ବଦଳରେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ଯଦିଓ ମୁଖ୍ୟମନ୍ତ୍ରୀ ଭାବେ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବାର ଅଭିଜ୍ଞତା ଦେବେନ୍ଦ୍ର ଫଡନଭୀସଙ୍କ ପାଖରେ ରହିଛି। ଏଭଳି ପରିସ୍ଥିତିରେ ଦଳର କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଅନୁଯାୟୀ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିଛନ୍ତି। ଯାହା ଦ୍ୱାରା ଅନଭିଜ୍ଞ ମୁଖ୍ୟମନ୍ତ୍ରୀଙ୍କୁ ସରକାର ଚଳାଇବାରେ ସହଯୋଗ କରିପାରିବେ।

Also Read: Maharashtra New CM: ବିଜେପି ଶିବିରରୁ ଆସିଲା ମିଶ୍ରିତ ପ୍ରତିକ୍ରିୟା