Maharashtra Politics: ବିଧାୟକଙ୍କ ପରେ ଦଳ ଛାଡ଼ି ପାରନ୍ତି ଶିବସେନା ସାଂସଦ
Advertisement
Article Detail0/zeeodisha/odisha1247152

Maharashtra Politics: ବିଧାୟକଙ୍କ ପରେ ଦଳ ଛାଡ଼ି ପାରନ୍ତି ଶିବସେନା ସାଂସଦ

Maharashtra Politics: ପୂର୍ବରୁ ମୋଟ ୫୪ ଜଣ ଶିବସେନା ବିଧାୟକଙ୍କ ମଧ୍ୟରୁ ୩୯ ଜଣ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ରହିଥିବା ବେଳେ ୧୫ ଜଣ ଉଦ୍ଧବ ଠାକରେଙ୍କ ଗୋଷ୍ଠୀରେ ସାମିଲ ଅଛନ୍ତି।

Maharashtra Politics: ବିଧାୟକଙ୍କ ପରେ ଦଳ ଛାଡ଼ି ପାରନ୍ତି ଶିବସେନା ସାଂସଦ

Maharashtra Politics: ଶିବସେନା ନେତୃତ୍ୱକୁ ନେଇ ବିଦ୍ରୋହୀ ଗୋଷ୍ଠୀର ନେତା ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ସହ ଚାଲିଥିବା ଲଢେଇରେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀକୁ ଲାଗିପାରେ ଆଉ ଏକ ଝଟକା। ପ୍ରଥମେ ବିଧାୟକ ଆଉ ଏବେ ଦଳର ସାଂସଦଙ୍କୁ ନିଜ ସପକ୍ଷକୁ ନେବା ପାଇଁ ପ୍ରୟାସ ଆରମ୍ଭ କରିଛି ସିନ୍ଦେ ଗୋଷ୍ଠୀ। ଏନେଇ ମିଳିଥିବା ଖବର ଅନୁସାରେ ଦଳର ମୋଟ ୧୮ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୧ ଜଣ ସାଂସଦ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ଗୋଷ୍ଠୀର ହାତ ଧରିପାରନ୍ତି। ଦଳରେ ସୃଷ୍ଟି ହୋଇଥିବା ସଂକଟ ମଧ୍ୟରେ ଶିବସେନା ଦଳର ବରିଷ୍ଠ ସାଂସଦ ଭବନା ଗାୱଲିଙ୍କୁ ଲୋକସଭା ମୁଖ୍ୟ ସଚେତକ ପଦରୁ ହଟାଇ ତାଙ୍କ ସ୍ଥାନରେ ଦଳର ଅନ୍ୟତମ ସାଂସଦ ରାଜନ ବିଚାରେଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛି। 

ପୂର୍ବରୁ ମୋଟ ୫୪ ଜଣ ଶିବସେନା ବିଧାୟକଙ୍କ ମଧ୍ୟରୁ ୩୯ ଜଣ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ରହିଥିବା ବେଳେ ୧୫ ଜଣ ଉଦ୍ଧବ ଠାକରେଙ୍କ ଗୋଷ୍ଠୀରେ ସାମିଲ ଅଛନ୍ତି। ଅନ୍ୟପଟେ ଦଳର ଅନ୍ୟତମ ବିଧାୟକ ରମେଶ ଲଟେକଙ୍କ ମୃତ୍ୟୁ ପରେ ତାଙ୍କ ଆସନ ଖାଲି ପଡ଼ିଛି। ଗତ ସୋମବାର ଅନୁଷ୍ଠିତ ହୋଇଥିବା ଆସ୍ଥା ଭୋଟ ସମୟରେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀରେ ଶିବସେନା ବିଧାୟକ ସନ୍ତୋଷ ବାଙ୍ଗର ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଚାଲି ଯାଇଥିଲେ। କେବଳ ଆଦିତ୍ୟ ଠାକରେଙ୍କ ସମେତ କେବଳ ୧୪ ଜଣ ବିଧାୟକ ଉଦ୍ଧବ ଠାକେରଙ୍କ ଗୋଷ୍ଠୀରେ ଅଛନ୍ତି। ଗତ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା ୫୫ ଆସନ ପାଇଥିଲା। ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ଶିବସେନା ୧୮ ଆସନ ପାଇଥିଲା। ଅନ୍ୟପଟେ ବର୍ତ୍ତମାନ ରାଜ୍ୟସଭାରେ ଦଳର ୩ ଜଣ ସାଂସଦ ଅଛନ୍ତି।  

ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହେବାକୁ ଥିବା ସାଂସଦ

  • ଶ୍ରୀକାନ୍ତ ସିନ୍ଦେ: କଲ୍ୟାଣ
  • ରାଜନ ବିଚାରେ: ଠାଣେ
  • ରାହୁଲ ଶେୱାଲେ: ଦକ୍ଷିଣ-ମଧ୍ୟ ମୁମ୍ବାଇ
  • ଭାବନା ଗାୱଲି: ୟାଭତମାଲ
  • ହେମନ୍ତ ଗୋଡସେ: ନାସିକ
  • କୃପଳ ତୁମନେ: ରାମକେଟ
  • ହେମନ୍ତ ପାଟିଲ: ହିଙ୍ଗୋଲି
  • ପ୍ରତାପ ରାଓ ଜାଧବ: ବୁଲଢାଣା
  • ସଦାଶିବ ଲୋଖଣ୍ଡେ: ଶିରିଡି଼
  • ରାଜେନ୍ଦ୍ର ଗାଭିତ: ପାଳଘର
  • ଶ୍ରିରଙ୍ଗ ବାରେନ: ମାବଲ

ଉଦ୍ଧବ ଠାକେରଙ୍କ ଗୋଷ୍ଠୀରେ ସାମିଲ ହେବାକୁ ଥିବା ସାଂସଦ

  • ବିନାୟକ ରାଉତ: ରତ୍ନଗିରି
  • ଅରବିନ୍ଦ ସାୱନ୍ତ: ଦକ୍ଷିଣ ମୁମ୍ବାଇ
  • ଗଜାନନ କୀରତିକର: ଉତ୍ତର ପଶ୍ଚିମ ମୁମ୍ବାଇ
  • ଧୈରଶିଲ ମାନେ: ହାତକଲଗଲେ
  • ସଞ୍ଜୟ ମଣ୍ଡଲିକ: କୋହ୍ଲାପୁର
  • କଲା ବେନ ଡେଲକର: ଦାଦ୍ରା ନଗର ହାଭେଳୀ
  • ସଞ୍ଜୟ ବନ୍ଦୁ ଜାଧବ: ପରଭନୀ
  • ଓମ୍ରାଜେ ନିମ୍ବଲକର: ଧାରଶିବ

ଶିବସେନା ରାଜ୍ୟସଭା ସାଂସଦ

  • ସଞ୍ଜୟ ରାଉତ
  • ଅନିଲ ଦେଶାଇ
  • ପ୍ରିୟଙ୍କା ଚତୁର୍ବେଦୀ

Also Read: MLA Disqualification Case: ତାଲିକାରୁ ହଟିଲେ ଆଦିତ୍ୟ ଠାକେର

Also Read: Maharashtra Political Crisis: ବଢୁଛି ସିନ୍ଦେ ଗୋଷ୍ଠୀ, ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି କେତେ ଶିବ ସେନା ବିଧାୟକ?