Lok Sabha Election 2024: ବଢୁଛି ପ୍ରଧାନମନ୍ତ୍ରୀ ପଦ ଲାଗି ଆଶାୟୀ ସଂଖ୍ୟା
Advertisement
Article Detail0/zeeodisha/odisha1314287

Lok Sabha Election 2024: ବଢୁଛି ପ୍ରଧାନମନ୍ତ୍ରୀ ପଦ ଲାଗି ଆଶାୟୀ ସଂଖ୍ୟା

Lok Sabha Election 2024: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ୨ ବର୍ଷରୁ କମ ସମୟ ରହିଛି। ଏନେଇ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ନିର୍ବାଚନ ପ୍ରସ୍ତୁତି। ହେଲେ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ସଂଖ୍ୟା ବଢିଯାଇଛି। 

Lok Sabha Election 2024: ବଢୁଛି ପ୍ରଧାନମନ୍ତ୍ରୀ ପଦ ଲାଗି ଆଶାୟୀ ସଂଖ୍ୟା

Prime Minister Candidate: ଏନଡିଏ ମେଣ୍ଟରୁ ବିହାର ନୀତୀଶ କୁମାର ବାହାରି ଯିବା ପରେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଆରମ୍ଭ ହୋଇଗଲଣି ଅନେକ ଚର୍ଚ୍ଚା। ଜାତୀୟ ରାଜନୀତିରେ ଧୂମକେତୁ ଭଳି ଅବସ୍ଥାରେ ରହୁଥିବା ତୃତୀୟ ସାମ୍ମୁଖ୍ୟ ଏହାର ଏକତା ଦେଖାଇବାକୁ ଦାବି କରୁଛି। ହେଲେ ଏହି ଦାବିରେ ବିରୋଧୀ ଏକତାରେ ଫାଟ ରହିଥିବା ଦେଖାଯାଉଛି। ଏହାର ସଦ୍ୟତମ ଉଦାହରଣ ହେଉଛି ଆମ ଆଦମୀ ପାର୍ଟି ଏବଂ ଜନତା ଦଳ ୟୁନାଇଟେଡ। ଯେଉଁଠି ଆମ ଆଦମୀ ପାର୍ଟି ଦାବି କରିଛି ଯେ ଆଗାମୀ ଲୋକସଭା ନିର୍ବାଚନରେ ଦଳ ବିଜେପି ସହ ସିଧାସଳଖ ଲଢେଇ କରିବ। ଅନ୍ୟପଟେ ଜନତା ଦଳ ୟୁନାଇଟେଡ ଅଷ୍ଟମ ଥର ଲାଗି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛି।

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ (Lok Sabha Election 2024) ୨ ବର୍ଷରୁ କମ ସମୟ ରହିଛି। ଏନେଇ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ନିର୍ବାଚନ ପ୍ରସ୍ତୁତି। ହେଲେ ଲୋକସଭା ନିର୍ବାଚନ ସମୟରେ ଗୋଟିଏ ପ୍ରସଙ୍ଗ ବାରମ୍ବାର ବିରୋଧିଙ୍କ ସାମ୍ନାକୁ ଆସୁଛି। ତାହା ହେଉଛି ବିଜେପି ଲାଗି ଟ୍ରମ୍ପ କାର୍ଡ (BJP Trump Card) ସାବ୍ୟସ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ବିକଳ୍ପ କେଉଁ ବିରୋଧି ଦଳର ନେତା ହେବେ? ଅଦ୍ୟାବଧି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (West Bengal Chief Minister Mamata Banerjee) ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ (NCP Chief Sharad Pawar) ନାଁ ଆଲୋଚନା ହେଉଥିଲା। ହେଲେ ବର୍ତ୍ତମାନ ଏହି ତାଲିକାରେ ଆହୁରି ୨ ଜଣଙ୍କ ନାଁ ଯୋଡି ହୋଇଯାଇଛି। ସେମାନେ ହେଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Bihar Chief Minister Nitish Kumar) ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi Chief Minister Arvind Kejriwal)।

Also Read: Lok Sabha Election 2024: ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ବିରୋଧି ଦଳରେ ଛକାପଞ୍ଝା ଜାରି

ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ହାତ ଛାଡିବା ପରଠାରୁ ତାଙ୍କର ଏହି ପଦକ୍ଷେପକୁ ରାଜନୈତିକ ମହଲରେ ସେତେ ଗୁରୁତ୍ୱ ଦିଆଯାଉ ନାହିଁ। ହେଲେ ତାଙ୍କ ଦଳର ଅନେକ ତାଙ୍କର ଏହି ପଦକ୍ଷେପକୁ ନେଇ ଏତେ ଖୁସି ଯେ ବର୍ତ୍ତମାନ ଜେଡିୟୁ କର୍ମକର୍ତ୍ତା (JDU Worker) ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖୁଛନ୍ତି।

ନିକଟରେ ଜେଡିୟୁ ଅଧ୍ୟକ୍ଷ ଲଲନ ସିଂହ (JDU President Lalan Singh) ଏକ ସାକ୍ଷାତକାରରେ କହିଥିଲେ ଯେ ବିରୋଧି ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନୀତୀଶ କୁମାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ନୁହଁନ୍ତି ହେଲେ ଯଦି ଅନ୍ୟ ଦଳ ଚାହାଁନ୍ତି ତାହେଲେ ବିରୋଧି ଦଳରୁ  ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଏକ ବିକଳ୍ପ ହୋଇପାରିବେ। ଯାହାର ଅର୍ଥ ହେଉଛି ନୀତିଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚାହାଁନ୍ତି ଯଦି ବାକି ବିରୋଧି ଦଳ ତାଙ୍କ ନାମରେ ମୋହର ମାରନ୍ତି। ଏହାର ସ୍ପଷ୍ଟ ଅର୍ଥ ହେଉଛି ପ୍ରଧାନମନ୍ତ୍ରୀ ପଦବୀ ପାଇଁ ନୀତୀଶ କୁମାରଙ୍କୁ ଅନ୍ୟ ବିରୋଧି ଦଳ ପକ୍ଷରୁ ସବୁଜ ସଙ୍କେତ ମିଳିବା ଆବଶ୍ୟକ। ଏନେଇ ସେ ଖୁବ ଶୀଘ୍ର ଦିଲ୍ଲୀ ଯାତ୍ରା କରିବାକୁ ଯାଉଛନ୍ତି।

Also Read: Opposition PM Candidate: ପ୍ରଧାନମନ୍ତ୍ରୀ ପଦକୁ ନେଇ ବିରୋଧି ଏକତାରେ ଫାଟ

ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧି ଦଳକୁ ଏକଜୁଟ କରିବା ଉପରେ ନୀତୀଶ କୁମାର ଧ୍ୟାନ ଦେଇଛନ୍ତି। ଆସନ୍ତା ୨୪ ତାରିଖରେ ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପରେ  ସେ ଆସନ୍ତା ସପ୍ତାହରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଗସ୍ତ କରିବେ। କେବଳ ଜନତା ଦଳ ୟୁନାଇଟେଡ (Janata Dal United) ନୁହେଁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ନିଜକୁ ଏକ ବିକଳ୍ପ ଅର୍ଥାତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବାକୁ କୌଣସି ସୁଯୋଗ ଛାଡୁନାହାଁନ୍ତି ଆମ ଆଦମୀ ପାର୍ଟି ଜାତୀୟ ସଂଯୋଜକ (Aam Aadmi Party National Convenor) ଅରବିନ୍ଦ କେଜ୍ରିୱାଲ। କାରଣ ଦିଲ୍ଲୀ ଏବଂ ପଞ୍ଜାବ ଶାସନ ଗାଦି ଦଖଲ କରିବା ପରେ ଏବେ ଦଳର ନଜର ୨୦୨୪ ଲୋକସଭା ନିର୍ବାଚନ ଉପରେ ରହିଛି। 

Also Read: Nitish Kumar: ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ପ୍ରତିକ୍ରିୟା ରଖିଲେ ବିହାର ମୁଖ୍ୟମନ୍ତ୍ରୀ

ଜାତୀୟ ରାଜନୀତିରେ ଧୂମକେତୁ ଭଳି ଅବସ୍ଥାରେ ରହୁଥିବା ତୃତୀୟ ସାମ୍ମୁଖ୍ୟ ଯିଏ କେବଳ ଲୋକସଭା ନିର୍ବାଚନ ଏବଂ ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତି ନିର୍ବାଚନ ବେଳେ ଦୃଶ୍ୟମାନ ହୋଇଥାଏ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନରେନ୍ଦ୍ର ମୋଦିଙ୍କ ବିକଳ୍ପ ଭାବେ କୌଣସି ଦଳର ନେତାଙ୍କୁ ଉପସ୍ଥାପିତ କରି ପାରିନାହିଁ। ଗତ ୨୦୧୯ ଲୋକସଭା ନିର୍ବାଚନ ପରେ ତୃତୀୟ ସାମ୍ମୁଖ୍ୟ କେତେ ମଜବୁତ ହୋଇଛି ତାହା ଆସନ୍ତା ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ବାହାରିବା ପରେ ଜଣାପଡ଼ିବ।