Trending Photos
Odisha assembly session 2024: ନୂଆଦିଲ୍ଲୀ: ଓଡ଼ିଶାରେ କ୍ରମାଗତ ଭାବରେ ଶିଶୁଜନ୍ମ ହାର କମିବାରେ ଲାଗିଛି। ଏହାକୁ ନେଇ ବିଧାନସଭାରେ ଉଦବେଗ ସୃଷ୍ଟି ହୋଇଛି। ବିଧାୟକ ଧୃବଚରଣ ସାହୁ ଏ ସମ୍ପର୍କରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଜାତୀୟ ସ୍ତରର ଜନ୍ମହାର ଠାରୁ ଓଡ଼ିଶାରେ ଜନ୍ମହାର ୨.୨ ପ୍ରତିଶତ କମ ବୋଲି ଜଣାଇଛନ୍ତି।
ଶ୍ରୀ ମହାଲିଙ୍ଗ ୨୦୨୦ ମସିହାର ନମୂନା ପଞ୍ଜିକରଣ ସର୍ବେକ୍ଷଣ ଅନୁସାରେ ଓଡ଼ିଶାରେ ଜନ୍ମହାର କ୍ରମାଗତ ଭାବେ ପ୍ରତିବର୍ଷ ହ୍ରାସ ପାଉଥିବା କହିଛନ୍ତି। ଏତଥ୍ୟ ଅନୁସାରେ ଓଡ଼ିଶାରେ ୨୦୨୦ ସୁଦ୍ଧା ଜନ୍ମହାର ୧୭.୭ ପ୍ରତିଶତ ରହିଛି। ଏହା ଜାତୀୟ ସ୍ତରରେ ୧୯.୫। ଏହା ବ୍ୟତୀତ ଓଡ଼ିଶା ଭାରତର ୨୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ୧୯ତମ ସ୍ଥାନରେ ରହିଛି ବୋଲି ଡ. ମହାଲିଙ୍ଗ କହିଛନ୍ତି। ଜନ୍ମହାର ଏହିପରି ଭାବରେ ହ୍ରାସ ପାଇବା ପରିବାର ନିୟୋଜନ ପଦକ୍ଷେପ ହେତୁ ରହିଥିବା କହିଛନ୍ତି ଡ. ମହାଲିଙ୍ଗ। ଆଗକୁ ଏହି ଜନ୍ମହାର ଆହୁରି ହ୍ରାସ ପାଇବ ବୋଲି ସେ ସୂଚନା ଦେଇଛନ୍ତି।
ଦେଶରେ ଜନସଂଖ୍ୟା ବିସ୍ଫୋରଣକୁ ଆଖିରେ ରଖି ପରିବାର ନିୟୋଜନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ହେଲେ କିଛି ରାଜ୍ୟରେ ଏହି ପରିବାର ନିୟୋଜନ କାର୍ଯ୍ୟକ୍ରମ ଏତେ ବ୍ୟାପକ ହୋଇଛି ଯେ ଜନସଂଖ୍ୟା କ୍ରମଶଃ ହ୍ରାସ ଘଟୁଛି। ଏହାକୁ ରୋକିବା ପାଇଁ ଅନେକ ଆଡ଼ୁ ପ୍ରଚେଷ୍ଟା କରାଯାଉଛି। ଏପରିକି କିଛି ଲୋକ ଏବେ ପରିବାର ନିୟୋଜନ କାର୍ଯ୍ୟକ୍ରମ ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରିଛନ୍ତି