Presidential Election 2022: ପ୍ରାର୍ଥୀ ଚୟନ ନେଇ ବିରୋଧି ଦଳ ପକ୍ଷରୁ ବୈଠକ ଆୟୋଜିତ
Advertisement
Article Detail0/zeeodisha/odisha1221018

Presidential Election 2022: ପ୍ରାର୍ଥୀ ଚୟନ ନେଇ ବିରୋଧି ଦଳ ପକ୍ଷରୁ ବୈଠକ ଆୟୋଜିତ

ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ଦଳଙ୍କୁ ଏକାଠି କରିବାକୁ ଯାଇ ଜୁନ ୧୫ ତାରିଖ ବୁଧବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ କ୍ଲବ ଠାରେ ଆୟୋଜିତ ହେଉଥିବା ବୈଠକରେ ଯୋଗ ଦେବା ଲାଗି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ୧୯ ରାଜନୈତିକ ଦଳର ନେତାଙ୍କୁ ନିମନ୍ତ୍ରଣ କରିଥିଲେ ଟିଏମସି ମୁଖ୍ୟ ମମତା ବାନାର୍ଜୀ।

Presidential Election 2022: ପ୍ରାର୍ଥୀ ଚୟନ ନେଇ ବିରୋଧି ଦଳ ପକ୍ଷରୁ ବୈଠକ ଆୟୋଜିତ

Presidential Election 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ମେଣ୍ଟ ବିରୋଧରେ ବିରୋଧି ଦଳ ପକ୍ଷରୁ ମିଳିତ ପ୍ରାର୍ଥୀ ଦେବାକୁ ଟିଏମସି ପକ୍ଷରୁ ବୁଧବାର ଏକ ବୈଠକ ଆୟୋଜିତ ହୋଇଯାଇଛି। ମାତ୍ର ଏହି ବୈଠକରୁ ବିଜେଡି, ଟିଆରଏସ, ଆମ ଆଦମୀ ପାର୍ଟି, ଶିରୋମଣି ଅକାଳୀ ଦଳ ଦୂରେଇ ରହିଛନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ଦଳଙ୍କୁ ଏକାଠି କରିବାକୁ ଯାଇ ଜୁନ ୧୫ ତାରିଖ ବୁଧବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ କ୍ଲବ ଠାରେ ଆୟୋଜିତ ହେଉଥିବା ବୈଠକରେ ଯୋଗ ଦେବା ଲାଗି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ୧୯ ରାଜନୈତିକ ଦଳର ନେତାଙ୍କୁ  ନିମନ୍ତ୍ରଣ କରିଥିଲେ ଟିଏମସି ମୁଖ୍ୟ ମମତା ବାନାର୍ଜୀ।  

Also Read: President Elections : ମମତାଙ୍କୁ ବଡ଼ ଝଟକା ଦେଲେ କେଜ୍ରିୱାଲ

 

ଏହି ବୈଠକରେ ଯୋଗ ଦେବା ଲାଗି  ଆମ ଆଦମୀ ପାର୍ଟି, ତେଲେଙ୍ଗାନା ରାଷ୍ଟ୍ର ସମିତି, ଦ୍ରାବିଡ ମୁନେତ୍ରା କାଝାଘମ, ଶିବସେନା, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, ସମାଜବାଦୀ ପାର୍ଟି, ସିପିଏମ, ଏନସିପି, ରାଷ୍ଟ୍ରୀୟ ଲୋକ ଦଳ, ରାଷ୍ଟ୍ରୀୟ ଜନତା ଦଳ, ଜନତା ଦଳ ସେକ୍ୟୁଲାର, ନ୍ୟସନାଲ କନଫରେନ୍ସ,, ପିପୁଲ୍ସ ଡେମୋକ୍ରାଟିକ ପାର୍ଟି,  ଶିରୋମଣି ଅକାଳୀ ଦଳ, ସିକିମ ଡେମୋକ୍ରାଟିକ ଫ୍ରଣ୍ଟ, ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍ ଆଦି ଦଳର ନେତାଙ୍କୁ ନିମନ୍ତ୍ରଣ କରିଥିଲେ ଟିଏମସି ମୁଖ୍ୟ ମମତା ବାନାର୍ଜୀ। ମାତ୍ର ଏହି ବୈଠକରେ ଯୋଗ ଦେବା ଲାଗି ବିଏସପି, ଏଆଇଏମଆଇଏମ ଭଳି ଦଳକୁ ନିମନ୍ତ୍ରଣ କରାଯାଇନାହିଁ।  

Also Read: Opposition Meeting: 'ମୋତେ ନିମନ୍ତ୍ରଣ କରାଯାଇ ନାହିଁ କାରଣ ...'

 

ବୁଧବାର ଦିଲ୍ଲୀ କନଷ୍ଟିଚ୍ୟୁସନ କ୍ଲବ ଠାରେ ଆୟୋଜିତ ହେଉଥିବା ବୈଠକ ପୂର୍ବରୁ ବାମ ଦଳ ତଥା ଟିଏମସି ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟି ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ଦଳ ପକ୍ଷରୁ ମିଳିତ ପ୍ରାର୍ଥୀ ଦେବାକୁ ନେଇ ଚର୍ଚ୍ଚା କରିଥିଲେ।  

Also Read: President election: ପାୱାରଙ୍କ ନା' ପରେ ମହାତ୍ମା ଗାନ୍ଧୀଙ୍କ ନାତି ହେବେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ!

 

ରାଷ୍ଟ୍ରପତି ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ମେଣ୍ଟ ପାଖରେ ନିର୍ବାଚନ ମଣ୍ଡଳର ପାଖପାଖି ଅଧା ଭୋଟ ରହିଛି। ମାତ୍ର ଯଦି ଏହି ନିର୍ବାଚନରେ ଏଆଇଏଡିଏମକେ, ବିଜେଡ଼ି ଏବଂ ୱାଏସଆର କଂଗ୍ରେସ ପାର୍ଟି ଭଳି ଦଳର ସମର୍ଥନ ମିଳେ ତାହେଲେ ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ। ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଜୁଲାଇ ୨୧ ତାରିଖରେ ଫଳାଫଳ ଘୋଷଣା କରାଯିବ।