Telangana Politics: 'ଦେଶରେ ବିଭାଜନକାରୀ ରାଜନୀତି କରୁଛି ବିଜେପି'
Advertisement
Article Detail0/zeeodisha/odisha1320983

Telangana Politics: 'ଦେଶରେ ବିଭାଜନକାରୀ ରାଜନୀତି କରୁଛି ବିଜେପି'

Divisive Politics: ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ହେଉଛି ଦେଶର ସବୁଠାରୁ ଦୁର୍ବଳ ତଥା ଅଯୋଗ୍ୟ ପ୍ରଧାନମନ୍ତ୍ରୀ। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଉଦ୍ଦେଶ୍ୟରେ ବିରୋଧରେ ବର୍ଷି ସେ କହିଛନ୍ତି ଦେଶରେ ଅଣ ବିଜେପି ସରକାର ଆବଶ୍ୟକ। 

Telangana Politics: 'ଦେଶରେ ବିଭାଜନକାରୀ ରାଜନୀତି କରୁଛି ବିଜେପି'

TRS targets BJP: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବର୍ଷିଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ ତଥା ତେଲେଙ୍ଗାନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ। ବିଜେପି ବିରୋଧରେ ଅଭିଯୋଗ ଆଣି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେମାନେ ସାରା ଦେଶରେ ବିଭାଜନକାରୀ ରାଜନୀତି କରିବା ସହ ଅଣ-ବିଜେପି ସରକାରକୁ ଗାଦିଚ୍ୟୁତ କରିବାକୁ ଚେଷ୍ଟା କରୁଛନ୍ତି। କେନ୍ଦ୍ରର ଶାସନ ଗାଦିରେ ବସିଥିବା ମନ୍ଦ ଲୋକ ବିଦା ହେବା ପରେ ଯାଇ ଦେଶ ଏବଂ ରାଜ୍ୟ ଭଲ ହୋଇପାରିବ।

ରାଜ୍ୟର (Telangana) ରଙ୍ଗାରେଡ୍ଡୀ ଜିଲ୍ଲାରେ (Ranga Reddy District) ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ତେଲେଙ୍ଗାନା ରାଷ୍ଟ୍ର ସମିତି (Telangana Rashtra Samithi) ଟିଆରଏସ ମୁଖ୍ୟ (TRS President) ତଥା ତେଲେଙ୍ଗାନ ମୁଖ୍ୟମନ୍ତ୍ରୀ (Telangana Chief Minister) କେ.ଚନ୍ଦ୍ରଶେଖର ରାଓ (K.Chandrashekar Rao) ଅଭିଯୋଗ କରି କହିଛନ୍ତି ଯେ ଗତ ୨୦୧୪ ବର୍ଷରେ ଅବିଭକ୍ତ ଆନ୍ଧ୍ର ପ୍ରଦେଶର ବିଭାଜନ (Partition of Undivided Andhra Pradesh) ପରେ ତେଲେଙ୍ଗାନାକୁ ମିଳିବାକୁ ଥିବା କୃଷ୍ଣ ନଦୀ ଜଳ (Krishna River Water) ବାବଦରେ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ମୋଦି ସରକାରଙ୍କ (Modi Government) ଉଦ୍ଦେଶ୍ୟରେ ପଚାରି ସେ କହିଛନ୍ତି କେନ୍ଦ୍ରରେ ଅଯୋଗ୍ୟ ସରକାର ହଟାଇବା ପରେ ଯାଇ ଆମେ ଉପକୃତ ହୋଇପାରିବୁ। ଆଗାମୀ ଦିନରେ ଆମର ତେଲେଙ୍ଗାନା ମଧ୍ୟ ଜାତୀୟ ରାଜନୀତିରେ (Indian Politics) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆବଶ୍ୟକ। ଜାତୀୟ ରାଜନୀତିରେ ଆମେ ନିଜ ଚେଷ୍ଟା କରିବା ଆବଶ୍ୟକ ନା ନାହିଁ। ଆମେ ଆଗକୁ ବଢିବା ଠିକ ନା ଭୁଲ।

Also Read: Telangana CM KCR: 'କେନ୍ଦ୍ରରେ କ୍ଷମତାରେ ବସିଥିବା ମନ୍ଦ ଲୋକଙ୍କ ବିଦାୟ ପରେ ଯାଇ ଦେଶର ଭଲ ହୋଇପାରିବ'

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର (Telangana CM KCR) କହିଛନ୍ତି ଯେ କେନ୍ଦ୍ରରେ କ୍ଷମତାରେ ବସିଥିବା ମନ୍ଦ ଲୋକଙ୍କ ବିଦାୟ ପରେ ଦେଶର ପ୍ରାୟଶ୍ଚିତ ହୋଇପାରିବ ଏବଂ ସୁବର୍ଣ୍ଣ ତେଲେଙ୍ଗାନା (Golden Telangana) ଗଠନ ହେବ। ସେ କହିଛନ୍ତି ଯେ ତେଲେଙ୍ଗାନା ଦେଶର ଜାତୀୟ ରାଜନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଆବଶ୍ୟକ। ଯାହା ପ୍ରମାଣ କରିବ ଯେ ଧାର୍ମିକ ପାଗଳାମିର ଶିକାର ହୋଇଥିବା ଲୋକଙ୍କ ପାଇଁ ଏହି ଦେଶରେ କୌଣସି ସ୍ଥାନ ନାହିଁ। ଯେଉଁମାନେ ଲୋକଙ୍କୁ ଭାଗ କରି ସମାଜରେ ଅଶାନ୍ତି ସୃଷ୍ଟି କରିଛନ୍ତି। ଏକ ଅଗଣତାନ୍ତ୍ରିକ ଉପାୟରେ ବିରୋଧ ଦଳର ସରକାରକୁ ଗାଦିଚ୍ୟୁତ କରିଛନ୍ତି। 

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ହେଉଛି ଦେଶର ସବୁଠାରୁ ଦୁର୍ବଳ ତଥା ଅଯୋଗ୍ୟ ପ୍ରଧାନମନ୍ତ୍ରୀ। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଉଦ୍ଦେଶ୍ୟରେ ବିରୋଧରେ ବର୍ଷି ସେ କହିଛନ୍ତି ଦେଶରେ ଅଣ ବିଜେପି ସରକାର ଆବଶ୍ୟକ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୦ ଦଶକରେ ଜରୁରୀକାଳୀନ ପରିସ୍ଥିତି ଜାରି କରିବାକୁ ସାହସ କରିଥିଲେ ବେଳେ ବର୍ତ୍ତମାନ ମୋଦି ସରକାର ଅମଳରେ ଦେଶରେ ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି।

Also Read: KCR Targets PM Modi: ଦେଶରେ ଲାଗୁ ହୋଇଛି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି

କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧିନ ଏନଡିଏ ସରକାରକୁ ଦୁର୍ନୀତିଗ୍ରସ୍ତ ବୋଲି ଅଭିହିତ କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦ୍ରରେ ସରକାର ପରିବର୍ତ୍ତନ ହେବ। ଦେଶକୁ ଅଣ ବିଜେପି ସରକାର ଆବଶ୍ୟକ। ବିଜେପି ଶାସିତ ରାଜ୍ୟ ତୁଳନାରେ ଅଣ ବିଜେପି ଶାସିତ ରାଜ୍ୟ ଅଧିକ ପ୍ରଗତିଶୀଳ। ମୋଦି ସରକାର କ୍ଷମତାରୁ ଯିବା ଆବଶ୍ୟକ। ବଦଳରେ ଏକ ଅଣ ବିଜେପି ସରକାର ଆସିବା ଆବଶ୍ୟକ। ଏହା ହେଉଛି ଆମର ସ୍ଲୋଗାନ୍। ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ। ଆମେ ଡବଲ୍ ଇଞ୍ଜିନ ବିକାଶ ଏବଂ ଡବଲ୍ ଇଞ୍ଜିନ ସରକାର  ପ୍ରସ୍ତାବକୁ ଗ୍ରହଣ କରୁଛୁ। ଏବେ ଲୋକମାନେ ସ୍ଥିର କରିବା ଉଚିତ୍ ଯେ କାହାର ଡବଲ ଇଞ୍ଜିନ ସରକାର ଗଠନ ହେବା ଆବଶ୍ୟକ। ବିଜେପି ଡବଲ୍ ଇଞ୍ଜିନ୍ ସରକାର କିମ୍ବା ଅଣ ବିଜେପି ଡବଲ୍ ଇଞ୍ଜିନ୍ ସରକାର ରହିବା ଆବଶ୍ୟକ?

Also Read: ରାଜ୍ୟ ପରେ ଦେଶ ରାଜନୀତିକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ KCR; ବଦଳିବ TRS ନାଁ

ବିଗତ କିଛି ଦିନ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରକୁ ଟାର୍ଗେଟ କରୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। ଏହାର ମୁଖ୍ୟ କାରଣ ହେଉଛି ଆସନ୍ତା ବର୍ଷ ହେବାକୁ ଯାଉଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନ (Telangana Assembly Election 2023) । ବର୍ତ୍ତମାନ ତେଲେଙ୍ଗାନା ରାଜନୀତିରେ (Telangana Politics) ବିରୋଧି ବିଜେପି ବର୍ତ୍ତମାନ ଶାସକ ଟିଆରଏସ ଲାଗି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛି। ଅନ୍ୟପଟେ ଜାତୀୟ ରାଜନୀତିରେ ବିଜେପି ବିରୋଧରେ ଏକ ମେଣ୍ଟ ଗଠନ କରିବା ଲାଗି ଅଣ୍ଟାଭିଡ଼ିଥିଲେ ଟିଆରଏସ ମୁଖ୍ୟ। ଏନେଇ ସେ ବେଶ ଲମ୍ବା ସମୟ ଧରି ଜାତୀୟ ରାଜନୀତିରେ ଅଣ କଂଗ୍ରେସ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ପ୍ରୟାସ କରୁଥିଲେ। ମାତ୍ର ପରେ ଏହି ପ୍ରସଙ୍ଗରୁ ଓହରି ଯାଇ  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ତୃତୀୟ ସାମ୍ମୁଖ୍ୟର କୌଣସି ଆବଶ୍ୟକତା ନାହିଁ। ତୃତୀୟ ସାମ୍ମୁଖ୍ୟ ବଦଳରେ ସେ ତାଙ୍କ ଦଳକୁ ଜାତୀୟ ରାଜନୀତିରେ ଆହୁରି ସକ୍ରିୟ କରିବେ।