Uttar Pradesh Politics: ଶେଷ ସମାଜବାଦୀ ଗଡ଼ ଦଖଲ କରିବାକୁ ଅଣ୍ଟା ଭିଡ଼ିଲା ବିଜେପି
Advertisement
Article Detail0/zeeodisha/odisha1339376

Uttar Pradesh Politics: ଶେଷ ସମାଜବାଦୀ ଗଡ଼ ଦଖଲ କରିବାକୁ ଅଣ୍ଟା ଭିଡ଼ିଲା ବିଜେପି

BJP Eye on Samajwadi Stronghold:  ସମାଜବାଦୀ ପାର୍ଟି ସୂତ୍ରରୁ ପ୍ରକାଶ ଯେ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ମୁଲାୟମ ସିଂହ ଯାଦବ ଆସନ୍ତା ଲୋକସଭା ନିର୍ବାଚନରେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ନାହିଁ। ଏଭଳି ପରିସ୍ଥିତିରେ ୨୦୨୪ ନିର୍ବାଚନରେ ବିଜେପି ଶେଷ ସମାଜବାଦୀ ଗଡ଼ ହୋଇ ରହିଥିବା ମୈନ୍ପୁରୀ ଲୋକସଭା ଆସନ ଦଖଲ କରିବାକୁ ଯୋଜନା କରୁଛି। 

 Uttar Pradesh Politics: ଶେଷ ସମାଜବାଦୀ ଗଡ଼ ଦଖଲ କରିବାକୁ ଅଣ୍ଟା ଭିଡ଼ିଲା ବିଜେପି

Lok Sabha Election 2024: ବର୍ତ୍ତମାନ ଉତ୍ତର ପ୍ରଦେଶ ରାଜନୀତିରେ ଶେଷ ସମାଜବାଦୀ ଗଡ଼ ହୋଇ ରହିଥିବା ମୈନ୍ପୁରୀ ଲୋକସଭା ଆସନ ଉପରେ ସତର୍କ ନଜର ରଖିଛି ବିଜେପି। ରାଜ୍ୟର ଆଜମଗଡ ଏବଂ ରାମପୁର ଲୋକ କବଜା କରିବା ପରେ ଏବେ ବିଜେପି ନଜର ମୈନପୁରୀ ଉପରେ ରହିଛି। ଯେଉଁଠୁ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ପ୍ରତିନିଧିତ୍ୱ କରୁଛନ୍ତି। 

ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party) ପିଏସପି ଅଧ୍ୟକ୍ଷ ଶିବପାଲ ଯାଦବ (PSP President Shivpal Yadav) ଏହା ମଧ୍ୟ ଜଣାଇ ଦେଇଛନ୍ତି ଯେ ଯଦି ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ (Lok Sabha Election 2024) ସମାଜବାଦୀ ପାର୍ଟି ପ୍ରତିଷ୍ଠାତା (Samajwadi Party Founder) ତଥା ରାଜ୍ୟ ରାଜନୀତିରେ (Uttar Pradesh Politics) ନେତାଜୀ (Netaji) ଭାବେ ଜଣାଶୁଣା ମୁଲାୟମ ସିଂହ ଯାଦବ (Mulayam Singh Yadav) ମୈନପୁରୀ ଲୋକସଭା ଆସନରୁ (Mainpuri Lok Sabha) ପ୍ରତିଦ୍ୱନ୍ଦ୍ୱିତା ନ କରନ୍ତି, ତାହେଲେ ସେ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବର୍ତ୍ତମାନ ଉତ୍ତର ପ୍ରଦେଶ ରାଜନୀତିରେ ଶେଷ ସମାଜବାଦୀ ଗଡ଼ ହୋଇ ରହିଥିବା ଏହି ଆସନରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଳେଶ ଯାଦବଙ୍କୁ (Akhilesh Yadav) ଚେକମେଟ୍ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

Also Read: Mission 2024: ୨୦୧୯ ଲୋକସଭା ନିର୍ବାଚନରେ ହାରିଥିବା ସିଟ ଜିତିବାକୁ ଚାହୁଁଛି ବିଜେପି

ଏନେଇ ସେ କହିଛନ୍ତି ଯେ ମୁଲାୟମ ସିଂହ ଯାଦବଙ୍କୁ ୨୦୨୪ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରାଇବା ହେଉଛି ମୋର ପ୍ରଥମ ପ୍ରାଥମିକତା ହେବ। ହେଲେ ଯଦି ନେତାଜୀ ଏଠାରୁ  ନେତାଜୀ ନିର୍ବାଚନ ଲଢନ୍ତି ନାହିଁ ତାହେଲେ ମୁଁ ପ୍ରତିଦ୍ୱନ୍ଦ୍ୱିତା କରିବି।  ସମାଜବାଦୀ ପାର୍ଟି ସୂତ୍ରରୁ ପ୍ରକାଶ ଯେ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ମୁଲାୟମ ସିଂହ ଯାଦବ ଆସନ୍ତା ଲୋକସଭା ନିର୍ବାଚନରେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ନାହିଁ। ଏଭଳି ପରିସ୍ଥିତିରେ ୨୦୨୪ ନିର୍ବାଚନରେ ବିଜେପି ଶେଷ ସମାଜବାଦୀ ଗଡ଼ ହୋଇ ରହିଥିବା ମୈନ୍ପୁରୀ ଲୋକସଭା ଆସନ ଦଖଲ କରିବାକୁ ଯୋଜନା କରୁଛି। 

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି କିପରି ପ୍ରସ୍ତୁତ ହେଉଛି ତାହା ଉପରେ ଜବାବ ରଖିଛନ୍ତି ଉତ୍ତର ପ୍ରଦେଶ ମନ୍ତ୍ରୀ ଜୟବୀର ସିଂହ। ଏନେଇ ସେ କହିଛନ୍ତି ଯେ, ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ଭୁପେନ୍ଦ୍ର ସିଂହ ଚୌଧୁରୀ (UP BJP President Bhupendra Singh Chaudhary) ଏବଂ ଦଳର ସାଧାରଣ ସମ୍ପାଦକ (ସଙ୍ଗଠନ) ଧର୍ମପାଲ ସିଂହ ରାଜ୍ୟର ସମସ୍ତ ୮୦ ଲୋକସଭା ଆସନ ଜିତିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ଆମେ ୨୦୨୪ ନିର୍ବାଚନରେ ​​ମୈନପୁରୀ ଆସନରେ ବିଜୟ ବାନା ଉଡ଼ାଇବାକୁ ଚେଷ୍ଟା କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗରିବ ସମର୍ଥକ କଲ୍ୟାଣ କାର୍ଯ୍ୟକ୍ରମ ସମାଜରେ ବଞ୍ଚିତ ବର୍ଗର ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିଛି। ବର୍ତ୍ତମାନ ସେମାନେ ଏକ ସମ୍ମାନଜନକ ଜୀବନଯାପନ କରୁଛନ୍ତି। ଆମ ସରକାରର ଏହି ନୀତି ଆଧାରରେ ଆମ ଦଳ ଲାଗି ମୈନ୍ପୁରୀ ସିଟ୍ ଜିତିବାରେ ସଫଳ ହେବ। 

Also Read: Uttar Pradesh Politics: କିପରି ବିଜେପି ଦଖଲକୁ ଗଲା ସମାାଜବାଦୀ ପାର୍ଟି ଗଡ?

ଅନ୍ୟପଟେ ଦାୟିତ୍ୱ ଗ୍ରହଣ କରିବା ପରେ ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ଭୁପେନ୍ଦ୍ର ଚୌଧରୀ ଦଳୀୟ ସଙ୍ଗଠନ କାର୍ଯ୍ୟକଳାପ ବାବଦରେ ବୁଝିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ଏନେଇ ସେ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତସ କରି ଦଳୀୟ ସାଙ୍ଗଠନି ଦାୟିତ୍ୱରେ ଦଳର କର୍ମକର୍ତ୍ତାଙ୍କୁ ଭେଟୁଛନ୍ତି। ଏନେଇ ସେ କହିଛନ୍ତି ଯେ ଦଳୀୟ କର୍ମକର୍ତ୍ତାଙ୍କ ସ୍ୱାର୍ଥ ହେଉଛି ସର୍ବୋପରି। କାରଣ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ କାରଣରୁ ଦଳକୁ ନିର୍ବାଚନରେ ସଫଳତା ମିଳିଥାଏ। ସେମାନେଙ୍କୁ ସେମାନଙ୍କର ପରିଶ୍ରମ ମୂଲ୍ୟ ମିଳିବେ। ସମସ୍ତ ବୋର୍ଡ ଏବଂ ନିଗମରେ ଖାଲି ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟର ହେବାକୁ ଯାଉଥିବା ପୌର ନିର୍ବାଚନରେ ଦଳୀୟ ଟିକେଟ୍ ବଣ୍ଟନ ଉପରେ ପ୍ରତିକ୍ରିୟା ରଖି ବିଜେପି ଅଧ୍ୟକ୍ଷ  ସ୍ପଷ୍ଟ ଭାବେ କହିଛନ୍ତି ଯେ ଦଳରେ କୌଣସି ପ୍ରକାରେ ପରିବାରବାଦକୁ  ପ୍ରଶୟ ଦିଆଯିବ ନାହିଁ। ସମୟ ଆସିଲେ ଦଳୀୟ ସାଂସଦ କିମ୍ବା ବିଧାୟକଙ୍କ ପରିବାର ସଦସ୍ୟଙ୍କୁ ପୌର ନିର୍ବାଚନରେ ​​ଟିକେଟ ଦିଆଯିବ ନା ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ।